|
logo
Live
Argus News App
GET APP

Argus News - ୨୦୪୦ ସୁଦ୍ଧା ଆମେ ଚନ୍ଦ୍ରକୁ ଯିବୁ: ଶୁଭାଂଶୁ

Odisha

Shubhranshu Shukla / ୨୦୪୦ ସୁଦ୍ଧା ଆମେ ଚନ୍ଦ୍ରକୁ ଯିବୁ: ଶୁଭାଂଶୁ

Rashmita Mishra
Browse all articles by Rashmita Mishra
·4 months ago·2 min read
୨୦୪୦ ସୁଦ୍ଧା ଆମେ ଚନ୍ଦ୍ରକୁ ଯିବୁ: ଶୁଭାଂଶୁ

Key Points

ଭୁବନେଶ୍ବରରେ ମହାକାଶ ବିଜ୍ଞାନୀ ଶୁଭାଂଶୁ ଶୁକ୍ଲା ।
ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମେଳା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । 
ଛାତ୍ରଛାତ୍ରୀଙ୍କ ସହ ମହାକାଶର ଅନୁଭୂତି ବାଣ୍ଟିଲେ ଶୁଭାଂଶୁ ।

ଭୁବନେଶ୍ଵରରେ ପହଞ୍ଚିଛନ୍ତି ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳା । ଭୁବନେଶ୍ଵରର ଏକ ଘରୋଇ ବିଦ୍ୟାଳୟରେ ଅତିଥି ଭାବେ ଯୋଗ ଦେଇଛନ୍ତି ଶୁଭ୍ରାଂଶୁ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଶୁଭ୍ରାଂଶୁ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କ ସହ ମହାକାଶର ଅଭିଜ୍ଞତା ଓ ଅନୁଭୂତି ବର୍ଣ୍ଣନା କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି, “ଓଡ଼ିଶା ଆସି ମୁଁ ବହୁତ ଖୁସି । ଓଡ଼ିଆ ପିଲା ମହାକାଶ ବିଜ୍ଞାନ କ୍ଷେତ୍ରରେ ଜାଣିବା ଜରୁରୀ । ଓଡ଼ିଶାର ପିଲାମାନେ ପାଠ ପଢ଼ି ମହାକାଶ ବିଜ୍ଞାନରେ ଆଗକୁ ଯାଆନ୍ତୁ । ମହାକାଶର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା, ସେୟାର କରିବି । ମହାକାଶର ଅନୁଭୂତି ବାଣ୍ଟିବାକୁ ଓଡ଼ିଶା ଆସିଛି। ଏରୋସ୍ପେଶ୍ ପାଇଁ ଯେଉଁମାନେ ଆଗ୍ରହୀ, ମୁଁ ଉତ୍ସାହିତ କରିବି।

ଭୁବନେଶ୍ଵର ସ୍କୁଲ ସାଇଟେଡ୍ କାର୍ଯ୍ୟକ୍ରମରେ ଅନୁଭୂତି ବାଣ୍ଟିଛନ୍ତି ଶୁଭାଂଶୁ ଶୁକ୍ଲା । ଶୁଭାଂଶୁ ପିଲାମାନଙ୍କୁ ଆହୁରି ମଧ୍ୟ କହିଛନ୍ତି, ‘ପ୍ରଥମ ୪/୫ ଦିନ ଖାପ ଖୁଆଇବା ଚ୍ୟାଲେଞ୍ଜିଂ, ସେହିପରି ଫେରିବା ପରେ ପୃଥିବୀପୃଷ୍ଠ ବି ତା ଠାରୁ ଆହୁରି ଚ୍ୟାଲେଞ୍ଜିଂ ଥିଲା । କାରଣ ମହାକାଶରେ ଡ୍ରାଏଫୁଟ୍ସ ଖାଇବା ସମ୍ଭବ ନୁହେଁ, ସେଥିପାଇଁ କିଛି ତରଳ ଖାଦ୍ୟ ଖାଇଥାଉ । ୨୦୪୦ ସୁଦ୍ଧା ଆମେ ଚନ୍ଦ୍ରକୁ ଯିବୁ ବୋଲି ଶୁଭାଂଶୁ କହିଥିଲେ । ଗଗନଯାନ ମିଶନର ଏବେ କାମ ଚାଲିଛି ।

ଛାତ୍ରଛାତ୍ରୀଙ୍କ ସହ ମିଶି ମୋର ଅନୁଭୂତି ବାଣ୍ଟି ଉତ୍ସାହିତ ଅଛି । ସୂଚନାଯୋଗ୍ୟ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ କ୍ୟାମ୍ପସରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଶ୍ରୀ ଶୁକ୍ଲା ଛାତ୍ରଛାତ୍ରୀଙ୍କୁ ମହାକାଶ ଯାତ୍ରାର ସଫଳ କାହାଣୀ ଛାତ୍ରଛାତ୍ରୀଙ୍କ ପାଖେ ବର୍ଣ୍ଣନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଅନ୍ତର୍ଗତ ସରକାରୀ ଓ ବେସରାକାରୀ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେବେ।

ଦେଖନ୍ତୁ ଏହି ଖବର: ଶୁଭାଂଶୁ ଶୁକ୍ଳାଙ୍କ ଐତିହାସିକ ମିଶନ ଉପରେ ହେବ ଚର୍ଚ୍ଚା

ଶୁଭାଂଶୁ ଭାରତୀୟ ବାୟୁସେନା (IAF) ର ଜଣେ ଗ୍ରୁପ୍ କ୍ୟାପ୍ଟେନ୍ ଏବଂ ପରୀକ୍ଷଣ ପାଇଲଟ୍ ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ର ମହାକାଶଚାରୀ । ୨୦୨୫ ଜୁଲାଇରେ ଶୁଭ୍ରାଂଶୁ ପ୍ରଥମ ISRO ମହାକାଶଚାରୀ ଭାବେ ମହାକାଶ ଉଡ଼ାଣ ଆକ୍ସିୟମ ମିଶନ ୪ରେ ଅଂଶଗ୍ରହଣ କରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ପରିଦର୍ଶନ କରିଥିଲେ । ରାକେଶ ଶର୍ମାଙ୍କ ଉଡ଼ାଣ ପରେ ମହାକାଶ ଯାତ୍ରା କରିଥିବା ଦ୍ୱିତୀୟ ଭାରତୀୟ ହେଉଛନ୍ତି ଶୁଭ୍ରାଂଶୁ ଶୁକ୍ଳା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shubhranshu Shukla: ୨୦୪୦ ସୁଦ୍ଧା ଆମେ ଚନ୍ଦ୍ରକୁ ଯିବୁ: ଶୁଭାଂଶୁ | Argus News