Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Special OTET Results / ପ୍ରକାଶ ପାଇଲା ସ୍ପେଶାଲ OTET ୨୦୨୫ର ପରୀକ୍ଷା ଫଳ

Rashmita Mishra
Browse all articles by Rashmita Mishra
·8 months ago·2 min read
ପ୍ରକାଶ ପାଇଲା ସ୍ପେଶାଲ OTET ୨୦୨୫ର ପରୀକ୍ଷା ଫଳ

Key Points

ପ୍ରକାଶ ପାଇଲା ସ୍ପେଶାଲ OTET ୨୦୨୫ର ପରୀକ୍ଷା ଫଳ ।
୪୮,୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ । ପାସ୍ ହାର ୬୬.୫୦ ପ୍ରତିଶତ ।
ପରୀକ୍ଷାର୍ଥୀମାନେ www.bseodisha.ac.inରେ ରେଜଲ୍ଟ ଦେଖିପାରିବେ ।

ପ୍ରକାଶ ପାଇଲା ସ୍ପେଶାଲ OTET ୨୦୨୫ର ପରୀକ୍ଷା ଫଳ । ୪୮,୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ । ପାସ୍ ହାର ୬୬.୫୦ ପ୍ରତିଶତ । ପରୀକ୍ଷାର୍ଥୀମାନେ www.bseodisha.ac.inରେ ରେଜଲ୍ଟ ଦେଖିପାରିବେ । ପରୀକ୍ଷା ଦେଇଥିଲେ ୭୨ ହଜାର ୪୧୩ ଜଣ ପରୀକ୍ଷାର୍ଥୀ ।

ପ୍ରକାଶ ପାଇଲା ସ୍ପେଶାଲ୍‌ OTET-୨୦୨୫ ରେଜଲ୍ଟ ପ୍ରକାଶ ପାଇଲା । ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ମୋଟ ୭୨ ହଜାର ୪୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ପାସ୍ ହାର ୬୬.୫୦% ରହିଛି।

ପେପର-୧ରେ ପରୀକ୍ଷା ଲାଗି ୨୯ ହଜାର ୪ ଜଣ ଆବେଦନକାରୀଙ୍କ ମଧ୍ୟରୁ ୨୭ ହଜାର ୫୩୩ ଜଣ ପରୀକ୍ଷା ଦେଇଥିଲେ । ଏଥିରୁ ୧୨ ହଜାର ୯୯୮ଜଣ ପାସ କରିଛନ୍ତି। ପାସ ହାର ୪୭. ୧୭% ରହିଛି। ସେହିପରି ପେପର-୨ରେ ଆବେଦନରତ ୪୬ ହଜାର ୩୩୯ଜଣ ଶିକ୍ଷକଙ୍କ ମଧ୍ୟରୁ ୪୪ ହଜାର ୮୮୦ ପରୀକ୍ଷା ଦେଇଥିଲେ। ଏଥିରୁ ୩୫ହଜାର ୧୬୫ ଜଣ ପାସ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ରାଜନୀତିରେ କ'ଣ ରହିବ BJD ସ୍ଥିତି ? ନୂଆପଡ଼ା କହିଦେଲା ସବୁ କିଛି

ଏଥିରେ ପାସ ହାର ୭୮. ୩୫% ରହିଛି । ପ୍ରାର୍ଥୀମାନେ ବୋର୍ଡ ୱେବସାଇଟରୁ ସେମାନଙ୍କ ପରୀକ୍ଷା ଫଳ ସମ୍ପର୍କିତ ସବିଶେଷ ତଥ୍ୟ ପାଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ।  ପାସ କରିଥିବା ଶିକ୍ଷକମାନେ ଆଜିଠାରୁ ଆସନ୍ତା ଜାନୁଆରୀ ୧୫ତାରିଖ ଯାଏ ବୋର୍ଡ ୱେବସାଇଟରୁ ଡାଉନଲୋଡ କରି ସେମାନଙ୍କ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସ୍ପେଶାଲ୍‌ OTET-୨୦୨୫ ଦୁଇଟି ସିଟିଂରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲେ । ପ୍ରଥମ ସିଟିଂ ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ଚାଲିଥିଲା । ସେହିପରି ଦ୍ଵିତୀୟ ସିଟିଂ ଦିନ ୨ଟାରୁ ୪.୩୦ ପର୍ଯ୍ୟନ୍ତ ହୋଇଥିଲା ।

ସୂଚନା ଅନୁସାରେ, ଜୁଲାଇ ୨୦ରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍‌ କାରଣରୁ ବାତିଲ ହୋଇଥିଲା । ଆଉ ଏହାର ତଦନ୍ତ କ୍ରମେ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ସମେତ ୮ ଜଣକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଏହାସହ ଅଗଷ୍ଟ ୩୧ରେ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ପୁଣି ଏହାକୁ ବାତିଲ କରାଯାଇଥିଲା । ଆଉ ଏବେ ସେପ୍ଟେମ୍ବର ୨୭ ତାରିଖରେ ବିଧିବଦ୍ଧ ଭାବରେ ପରୀକ୍ଷା ହୋଇଥିଲା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Special OTET Results | Special OTET 2025 Result Released | Check Your Score Online | Argus News