Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Flood in Balasore: ପାଣିଘେରରେ ୩ ବ୍ଲକର ୧୨୦ରୁ ଅଧିକ ଗାଁ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ

Sushanta Sahoo
Browse all articles by Sushanta Sahoo
·10 months ago·2 min read
Flood in Balasore: ପାଣିଘେରରେ ୩ ବ୍ଲକର ୧୨୦ରୁ ଅଧିକ ଗାଁ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ

Key Points

ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଅଧିକ ଗାଁ ଜଳବନ୍ଦୀ ରହିଥିବା ବେଳେ ଜଳେଶ୍ଵର ବ୍ଲକର ୬ଟି ପଞ୍ଚାୟତର ୩୦ଟି ଗାଁ ଏବଂ ଭୋଗରାଇ ବ୍ଲକର ୯ଟି ପଞ୍ଚାୟତର ୫୦ରୁ ଅଧିକ ଗାଁ ପାଣି ଘେରରେ ରହିଛି ।

ବାଲେଶ୍ଵର: ବଢ଼ୁଛି ସୁବର୍ଣ୍ଣରେଖା, ଗାଁରେ ପଶୁଛି ପାଣି । ବାଲେଶ୍ଵର ଜିଲ୍ଲାରେ ବନ୍ୟା ପରିସ୍ଥିତି । ରାଜଘାଟ ଠାରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡ ଗାଲୁଡିହି ବ୍ୟାରେଜରୁ ୫ ହଜାର କ୍ୟୁସେକ୍ ପାଣି ଛଡ଼ାଯିବା ପରେ ନଦୀର ଜଳସ୍ତର ବୃଦ୍ଧି ପାଇଛି ।


ରାଜଘାଟ ଠାରେ ସୁବର୍ଣ୍ଣରେଖାର ବିପଦ ସଂକେତ ୧୦.୩୬ ମିଟର ରହିଥିବା ବେଳେ ସକାଳ ୭ଟା ସୁଦ୍ଧା ଜଳସ୍ତର ୧୦.୮୫ ମିଟରରେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖାରେ ବନ୍ୟା ଆସିବା ଫଳରେ ପ୍ରଭାବିତ ହୋଇଛି ବାଲିଆପାଳ, ଜଳେଶ୍ଵର ଓ ଭୋଗରାଇ ବ୍ଲକର ଶତାଧିକ ଗାଁ । ୩ଟି ବ୍ଲକର ୨୩ଟି ପଞ୍ଚାୟତର ୧୨୦ରୁ ଅଧିକ ଗାଁ ଏବେ ପାଣି ଘେରରେ ରହିଛି ।


ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଅଧିକ ଗାଁ ଜଳବନ୍ଦୀ ରହିଥିବା ବେଳେ ଜଳେଶ୍ଵର ବ୍ଲକର ୬ଟି ପଞ୍ଚାୟତର ୩୦ଟି ଗାଁ ଏବଂ ଭୋଗରାଇ ବ୍ଲକର ୯ଟି ପଞ୍ଚାୟତର ୫୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ଅନେକ ସ୍ଥାନରେ ରାସ୍ତା ଉପରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ବିଚ୍ଛିନ୍ନ ହୋଇ ପଡ଼ିଛି ଯୋଗାଯୋଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନ ଙ୍କୁ ପିଇବା ପାଣି, ଶୁଖିଲା ଖାଦ୍ୟ କିମ୍ବା ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ହଜାର ହଜାର ହେକ୍ଟର ଚାଷଜମିରେ ବନ୍ୟା ପାଣି ମାଡ଼ି ଯିବାରୁ ଧାନ ତଳି ପଚି ନଷ୍ଟ ହେବାର ଆଶଙ୍କା କରାଯାଉଛି । ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।


ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored