|
logo
Live
Argus News App
GET APP

Argus News - ବିବାହ ପାଇଁ ଅରାଜି ହେବାରୁ ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ସୁନୀଲ

Odisha

Marriage Rfusal Tragedy / ବିବାହ ପାଇଁ ଅରାଜି ହେବାରୁ ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ସୁନୀଲ

Ritu Das
Browse all articles by Ritu Das
·1 month ago·2 min read
ବିବାହ ପାଇଁ ଅରାଜି ହେବାରୁ ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ସୁନୀଲ
India

Key Points

ବିବାହ ପାଇଁ ପରିବାର ଲୋକେ ଅରାଜି ହେବାରୁ ନିଜ ଗୁଳିରେ ନିଜକୁ ହତ୍ୟା କଲେ ପୋଲିସ କନେଷ୍ଟବଳ। ମୃତକ ହେଲେ କନଷ୍ଟେବଲ ସୁନୀଲ ସେଠି।
ବିବାହ ପାଇଁ ପରିବାର ଲୋକେ ଅରାଜି ହେବାରୁ ନିଜ ଗୁଳିରେ ନିଜକୁ ହତ୍ୟା କଲେ ପୋଲିସ କନେଷ୍ଟବଳ। ମୃତକ ହେଲେ କନଷ୍ଟେବଲ ସୁନୀଲ ସେଠି। ଘଟଣାଟି ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ସତ। ଜଣେ ପୋଲିସ କନଷ୍ଟେବଳ ହୋଇ ମଧ୍ୟ ନିଜ ଇମୋସନକୁ ନିୟନ୍ତ୍ରଣ କରିପାରିଲେ ନାହିଁ। ଘର ଲୋକ ବାହାଘର ମନା କରିବାରୁ ନିଜେ ନିଜକୁ ମାରିଦେଲେ। ଏତେ ଦାୟିତ୍ବବାନ କର୍ମଚାରୀ ହୋଇ ଶେଷରେ ଏଭଳି ଭୁଲ ନିଷ୍ପତ୍ତ ନେଇଛନ୍ତି। ମୃତକ କନେଷ୍ଠବଳଙ୍କ ଘର ନୂଆଗାଁ ବ୍ଲକ ଓଡଗାଁ ଥାନା ବେରୁଆବାରି। ସୁନୀଲ 2023 ବ୍ୟାଚରେ ପୋଲିସ ବିଭାଗରେ ନିଯୁକ୍ତି ପାଇ ପୋଲିସ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ। ଗତ କିଛି ଦିନ ହେବ ନୟାଗଡ ରିଜର୍ଭ ପୋଲିସରେ କାର୍ଯ୍ୟ କରୁଥିଲେ, ହେଲେ ଆଜି ସକାଳୁ ତାଙ୍କ ମୃତ୍ୟୁ ଦେହ ପୋଲିସ ବାରାକ ଛାତ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

କିନ୍ତୁ ସେପଟେ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ମୋ ପୁଅକୁ ମାନସିକ ଭାବେ ନିର୍ଯାତନା ଦିଆଯାଉଥିଲା। ତେବେ ଖବରପାଇ ଘଟଣାସ୍ଥଳରେ ନୟାଗଡ ଆରକ୍ଷୀ ଅଧିକାରୀ ଏସ ସୁଶ୍ରୀ ଜିଲ୍ଲାପାଳ ମଧୁମିତା ରଥ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରିଛନ୍ତି। ନୟାଗଡ଼ ଏସପି ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛନ୍ତି ଯେ, ବିବାହ ପାଇଁ ପରିବାର ଲୋକଙ୍କ ମଧ୍ୟରେ ଅରାଜି ଓ ବିବାଦ କାରଣରୁ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି ସୁନୀଲ l ମୃତ ସୁନୀଲଙ୍କ ନିର୍ବନ୍ଧ ସରିଥିଲା ଆଉ କେଇଟା ଦିନ ପରେ ବିବାହ ହୋଇଥାନ୍ତା l ତେବେ ଆଜି ସକାଳୁ ସୁନୀଲଙ୍କ ମୃତ୍ୟୁ ସସ୍ପେନ୍ସ ବଢ଼ାଇଥିଲା l ପ୍ରାଥମିକ ତଦନ୍ତ ପରେ ପୋଲିସ ଅଧିକ ଖୋଳତାଡ଼ ଆରମ୍ଭ କରିଛି। 

ଏହାସହ ପଢ଼ନ୍ତୁ: ନ୍ୟାୟ ଦାବିରେ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଲେ ମହିଳା

ପ୍ରେମ, ପ୍ରତାରଣା ଆଉ ଧୋକା ଖାଇ ଏବେ ପ୍ରେମିକ ଦୁଆରେ ମହିଳା। ଆଜ୍ଞା ହଁ ଭଳ ପାଇ ମନ୍ଦିରରେ ବିବାହ କଲେ କିନ୍ତୁ ଶେଷରେ ଧୋକା ଖାଇଲେ। ପ୍ରେମିକ ପ୍ରେମିକାଙ୍କୁ ଅଧାବାଟରେ ଛାଡ଼ି ଫେରାର। ଆଉ ନ୍ୟାୟ ପାଇବାକୁ ପ୍ରେମିକା ଜିଦ ଧରି ବସିଛନ୍ତି। ଆଉ ପ୍ରେମିକ ଘର ଆଗରେ ଧାରଣାରେ ବସି କହିଛନ୍ତି ମୋତେ ବୋହୂ ଭାବେ ଗ୍ରହଣ କର ନଚେତ ମୁଁ ଜୀବନ ହାରିବି।

ଭଲ ପାଇ ଧୋକା ପରେ ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ପ୍ରେମିକର ଘର ଆଗରେ ଧାରଣା ଦେଲେ ମହିଳା। ଏହିଭଳି ଘଟଣା ପୁଣି ଦେଖିବାକୁ ମିଳିଛି କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ। ଦୀର୍ଘ ଚାରି ବର୍ଷ ତଳେ ଉକ୍ତ ଅଞ୍ଚଳର ଜଣେ ମହିଳା ଗୁଣ୍ଟୁପଡା ଅଞ୍ଚଳର ଟୁଲୁ ମହାରଣାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Marriage Rfusal Tragedy: ବିବାହ ପାଇଁ ଅରାଜି ହେବାରୁ ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ସୁନୀଲ | Argus News