Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Pollution / ପର୍ଯ୍ୟଟନ ନାଁରେ ପ୍ରଦୂଷଣକୁ କରାଯିବନି ବରଦାସ୍ତ; ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଲେ ଚେତାବନୀ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ପର୍ଯ୍ୟଟନ ନାଁରେ ପ୍ରଦୂଷଣକୁ କରାଯିବନି ବରଦାସ୍ତ; ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଲେ ଚେତାବନୀ
New Year Rush, Rising Pollution

Key Points

ବଣ ଭୋଜି ନାଁରେ ପ୍ରଦୂଷିତ ହେଉଛି ଇକୋ ଟୁରୁଜିମ୍ ସ୍ପଷ୍ଟ । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ।
ଭୁବନେଶ୍ଵର: ନୂଆ ବର୍ଷ ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଭିଡ଼ ବଢ଼ୁଛି । ବଣ ଭୋଜି ନାଁରେ ପ୍ରଦୂଷିତ ହେଉଛି ଇକୋ ଟୁରୁଜିମ୍ ସ୍ପଷ୍ଟ । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ।

ଏବେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ବିଭିନ୍ନ ଇକୋ ଟୁରିଜିମ୍ ସ୍ଥାନରେ ଲୋକେ ବଣଭୋଜି କରୁଛନ୍ତି । ଆଉ ଭୋଜି ପରେ ସେଠାରେ ଏଣେତେଣେ ବ୍ୟର୍ଜ ଫିଙ୍ଗି ପଳାଇ ଆସୁଛନ୍ତି । ଯାହା କେବଳ ଉକ୍ତ ପର୍ଯ୍ୟଟନ ସ୍ଥଳୀକୁ ଅସୁନ୍ଦର କରୁଛି ତା ନୁହେଁ ସେଠାରେ ପଡ଼ୁଥିବା ପଲିଥିନ୍ ଖାଇ ଗାଈ ମଧ୍ୟ ଅସୁସ୍ଥ ହେଉଛନ୍ତି ।

ଏଥିସହ ପଢ଼ନ୍ତୁ: ମାସିକ ୨ ହଜାର ଟଙ୍କା ଦରମାରୁ କୋଟିପତି; ଅତିରିକ୍ତ ତହସିଲଦାରଙ୍କ ଘରୁ ମିଳିଲା ନଗଦ ୭୫ ଲକ୍ଷ

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, "ବଣଭୋଜି ନାଁରେ ପ୍ରଦୂଷଣ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରଦୂଷଣ ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନଜର ରଖିଛି । ଶିଳ୍ପାନୁଷ୍ଠାନ କେତେ ଦୂର ପ୍ରଦୂଷଣ ଏସଓପି ପାଳନ କରୁଛନ୍ତି ତାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।"

ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସହ ଅନୁଗୁଳ, ବାଲେଶ୍ଵର, ତାଳଚେରରେ ପ୍ରଦୂଷଣ ମାତ୍ରା ଅଧିକ ରହିଛି । ଏୟାର୍ କ୍ଵାଲିଟି ଇଣ୍ଡେକ୍ସ (AQI) ୩୦୦ ଉପରେ ରହିବା ଚିନ୍ତା ଜନକ ଅଟେ । ଲୋକେ ଏଥିପାଇଁ ସେମାନଙ୍କ ଦାୟିତ୍ଵ ନିର୍ବାହ କରିବାକୁ ମନ୍ତ୍ରୀ ଆହ୍ଵାନ ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ପ୍ରଦୂଷଣ ଯେଭଳି କମିବ ସେନେଇ ସଚେତନ କରାଯାଉଛି । ଲୋକେ ସଚେତନ ହେବା ଆବଶ୍ୟକ। ରାଜ୍ୟରେ ପ୍ରଦୂଷଣ ବଢ଼ିବା ପରେ ପରିବହନ ବିଭାଗକୁ ଅନୁରୋଧ କରାଯାଇଥିଲା ପଦକ୍ଷେପ ନେବାକୁ । କିନ୍ତୁ ଏତିକି ପଦକ୍ଷେପ ଯଥେଷ୍ଟ ନୁହେଁ ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ 'ଟାରିଫ୍‌'କୁ ଝଟ୍‌କା; ଭାରତ କରିଦେଲା ବଡ଼ ଖେଳ, ଦେବାକୁ ପଡ଼ିବନି ଟଙ୍କାଟିଏ ଶୁଳ୍କ

ଲୋକେ ସତର୍କ ରହିବାକୁ ପଡିବ। ଖୁବଶୀଘ୍ର ନଗର ଉନ୍ନୟନ, ଶିଳ୍ପ, ପରିବହନ ବିଭାଗର ସମନ୍ୱୟ ବୈଠକ ବସିବ । ଖଣି ଅଞ୍ଚଳରେ ୱାଟର ସ୍ପ୍ରିଙ୍କଲିଂ ସଠିକ ଭାବେ କାମ କରୁଛି ନା ନାହିଁ ତାର ତଦନ୍ତ ହେବା ଆବଶ୍ୟକ ରହିଛି ।

ମଙ୍ଗଳବାର ସକାଳେ ରାଜଧାନୀ ଭୁବନେଶ୍ଵରରେ ବାୟୁର ଗୁଣବତ୍ତା କମ୍ ରହିଥିଲା । ୩୦୦ ପାର କରିଥିଲା ଏକ୍ୟୁଆଇ । ୟୁନିଟ୍-୮ ଡିଏଭିରେ AQI ସ୍ତର ୩୫୭ ଥିବା ବେଳେ ମଞ୍ଚେଶ୍ୱରରେ ୩୨୯ ରହିଥିଲା । ମାଷ୍ଟର କ୍ୟାଣ୍ଟିନରେ ୩୫୧, ରମାଦେବୀ କଲେଜ ପାଖରେ ୩୬୦, ଇମ୍ଫୋସିଟିରେ ୩୪୬, କିଟ୍‌ ୩୫୪, ଲିଙ୍ଗରାଜ ମନ୍ଦିର ପାଖରେ ୩୫୧, କଳିଙ୍ଗ ହସ୍ପିଟାଲ ପାଖରେ ୩୭୭ ରହିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pollution in Name of Tourism Won’t Be Tolerated: Minister | Argus News | Argus News