Zero Tariff / ଟ୍ରମ୍ପଙ୍କ 'ଟାରିଫ୍'କୁ ଝଟ୍କା; ଭାରତ କରିଦେଲା ବଡ଼ ଖେଳ, ଦେବାକୁ ପଡ଼ିବନି ଟଙ୍କାଟିଏ ଶୁଳ୍କ
·3 months ago·2 min read

Key Points
ଟ୍ରମ୍ପଙ୍କ ଟାରିଫ୍-ଟାରିଫ୍ ଖେଳ ଭିତରେ ପୁରା ଖେଳକୁ ଓଲଟାଇ ଦେଇଛି ଭାରତ । ଗୋଟିଏ ପରେ ଗୋଟିଏ ଦେଶ ସହ ଭାରତ ଜିରୋ ଟାରିଫ୍ ଡିଲ୍ କରିବାରେ ସଫଳ ହେଉଛି ।
ନୂଆଦିଲ୍ଲୀ: ଆମେରିକାକୁ ଝଟ୍କା । ଫେଲ୍ ହେଲା ଟ୍ରମ୍ପଙ୍କ ଟାରିଫ୍ । ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍ ଲଗାଇଛି ସତ, କିନ୍ତୁ ତାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ନାହିଁ । ଯାହାର ବଡ଼ କାରଣ ହେଉଛି, ମୋଦି ସରକାରଙ୍କ ରଣନୀତି ।
ଟ୍ରମ୍ପଙ୍କ ଟାରିଫ୍-ଟାରିଫ୍ ଖେଳ ଭିତରେ ପୁରା ଖେଳକୁ ଓଲଟାଇ ଦେଇଛି ଭାରତ । ଗୋଟିଏ ପରେ ଗୋଟିଏ ଦେଶ ସହ ଭାରତ ଜିରୋ ଟାରିଫ୍ ଡିଲ୍ କରିବାରେ ସଫଳ ହେଉଛି । ପୂର୍ବରୁ ନ୍ୟୁଜିଲାଣ୍ଡ ଓ ଓମାନ ଚୁକ୍ତି ପରେ ଭାରତ-ଅଷ୍ଟ୍ରେଲିଆ ବାଣିଜ୍ୟ ଚୁକ୍ତିରେ ନୂଆ ମୋଡ଼ ଆସିଛି । ଭାରତ-ଅଷ୍ଟ୍ରେଲିଆର ସହମତି କ୍ରମେ ୨୦୨୬ ଜାନୁଆରୀ ୧ରୁ ସମସ୍ତ ଭାରତୀୟ ରପ୍ତାନୀ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ ।
ଏଥିସହ ପଢ଼ନ୍ତୁ: ଶୀତ ପାଇଁ ସ୍କୁଲ୍ ଛୁଟି; ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି
କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ୍ ସୋମବାର ଭାରତ-ଅଷ୍ଟ୍ରେଲିଆ ଆର୍ଥିକ ସହଯୋଗ ଓ ବାଣିଜ୍ୟ ଚୁକ୍ତିର ୩ ବର୍ଷ ପୂର୍ତ୍ତିରେ ବଡ଼ ସୂଚନା ଦେଇଛନ୍ତି । ସୋସିଆଲ୍ ମିଡିଆରେ ଲେଖିଛନ୍ତି, "ଜାନୁଆରୀ ୧ରୁ ଅଷ୍ଟ୍ରେଲିଆ, ଭାରତର ରପ୍ତାନୀ ଉପରେ କୌଣସି ଟିକସ ନେବ ନାହିଁ । ଏହାର ଅର୍ଥ ଭାରତରୁ ରପ୍ତାନୀ ସମସ୍ତ ବସ୍ତୁକୁ ଅଷ୍ଟ୍ରେଲିଆ ଟାରିଫ୍ ମୁକ୍ତ କରି ଦେଇଛି ।"
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୨୦୨୨ ଡିସେମ୍ବରରେ ବାଣିଜ୍ୟ ଚୁକ୍ତି ହୋଇଥିଲା । ସୋମବାର ଏହି ଚୁକ୍ତିକୁ ୩ ବର୍ଷ ପୁରିଛି । ଏଥିସହ ଅଷ୍ଟ୍ରେଲିଆ ବଡ଼ ପଦକ୍ଷେପ ନେଇ ସମସ୍ତ ଭାରତୀୟ ସାମଗ୍ରୀକୁ ଟାରିଫ୍ ମୁକ୍ତ କରିଛି ।
ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଥିବା ବେଳେ ବାଣିଜ୍ୟକୁ ନେଇ ଉତ୍ତେଜନା ଲାଗି ରହିଛି । ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆର ଏହି ନିଷ୍ପତ୍ତି ଆଣିଛି ବଡ଼ ଆଶ୍ଵସ୍ତି । ଭାରତ ସହ ବାଣିଜ୍ୟ ନେଇ ଅଷ୍ଟ୍ରେଲିଆର ଏହି ନିଷ୍ପତ୍ତି ଆମେରିକାକୁ ଝଟ୍କା ଦେଇଛି ।
ଏଥିସହ ପଢ଼ନ୍ତୁ: ସରକାର ଆଣିଲେ ନୂଆ ଯୋଜନା 'ସ୍ଵୀକୃତି'; ସ୍ଵାବଲମ୍ବୀ ହେବେ କିନ୍ନର, ମିଳିବ ସାମାଜିକ ନ୍ୟାୟ
ରିପୋର୍ଟ ଅନୁସାରେ, ୨୦୨୪-୨୫ ବର୍ଷରେ ଭାରତ ଠାରୁ ଅଷ୍ଟ୍ରେଲିଆର ଆମଦାନୀ ୮ ପ୍ରତିଶତ ବଢ଼ିଛି । ଅର୍ଥାତ୍ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ମଜଭୁତ ହେଉଛି । ଏବେ ରପ୍ତାନୀ ଟିକସ ମୁକ୍ତ ହେବା ଫଳରେ ଚମଡ଼ା ସାମଗ୍ରୀ, ଜେମ୍ସ-ଅଳଙ୍କାର, ପ୍ରୋସେସଡ୍ ଫୁଡ୍ ଆଦି କ୍ଷେତ୍ରକୁ ଲାଭ ମିଳିବ ।
ଅଷ୍ଟ୍ରେଲିଆ ସହ ଭାରତର ବଡ଼ ବାଣିଜ୍ୟ ଚୁକ୍ତି ପୂର୍ବରୁ ନ୍ୟୁଜିଲାଣ୍ଡ ସହ ମଧ୍ୟ ଚୁକ୍ତି ହୋଇଛି । ୨୦୨୫ ଡିସେମ୍ବର ୨୨ରେ ଭାରତ-ନ୍ୟୁଜିଲାଣ୍ଡ ବାଣିଜ୍ୟ ଚୁକ୍ତିକୁ ଅନ୍ତିମ ରୂପ ଦେଇଥିଲେ । ଯାହାଦ୍ଵାରା ନ୍ୟୁଜିଲାଣ୍ଡକୁ ରପ୍ତାନୀ ହେଉଥିବା ୯୫ ପ୍ରତିଶତ ସାମଗ୍ରୀରେ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ ।

As we mark the 3rd anniversary of the India-Australia Economic Cooperation & Trade Agreement (Ind-Aus ECTA), we celebrate a partnership that has translated intent into impact.
— Piyush Goyal (@PiyushGoyal) December 29, 2025
Over the past three years, the Agreement has delivered sustained export growth, deeper market access,… pic.twitter.com/uV6ILiOdq2
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୨୦୨୨ ଡିସେମ୍ବରରେ ବାଣିଜ୍ୟ ଚୁକ୍ତି ହୋଇଥିଲା । ସୋମବାର ଏହି ଚୁକ୍ତିକୁ ୩ ବର୍ଷ ପୁରିଛି । ଏଥିସହ ଅଷ୍ଟ୍ରେଲିଆ ବଡ଼ ପଦକ୍ଷେପ ନେଇ ସମସ୍ତ ଭାରତୀୟ ସାମଗ୍ରୀକୁ ଟାରିଫ୍ ମୁକ୍ତ କରିଛି ।
ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଥିବା ବେଳେ ବାଣିଜ୍ୟକୁ ନେଇ ଉତ୍ତେଜନା ଲାଗି ରହିଛି । ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆର ଏହି ନିଷ୍ପତ୍ତି ଆଣିଛି ବଡ଼ ଆଶ୍ଵସ୍ତି । ଭାରତ ସହ ବାଣିଜ୍ୟ ନେଇ ଅଷ୍ଟ୍ରେଲିଆର ଏହି ନିଷ୍ପତ୍ତି ଆମେରିକାକୁ ଝଟ୍କା ଦେଇଛି ।
ଏଥିସହ ପଢ଼ନ୍ତୁ: ସରକାର ଆଣିଲେ ନୂଆ ଯୋଜନା 'ସ୍ଵୀକୃତି'; ସ୍ଵାବଲମ୍ବୀ ହେବେ କିନ୍ନର, ମିଳିବ ସାମାଜିକ ନ୍ୟାୟ
ରିପୋର୍ଟ ଅନୁସାରେ, ୨୦୨୪-୨୫ ବର୍ଷରେ ଭାରତ ଠାରୁ ଅଷ୍ଟ୍ରେଲିଆର ଆମଦାନୀ ୮ ପ୍ରତିଶତ ବଢ଼ିଛି । ଅର୍ଥାତ୍ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ମଜଭୁତ ହେଉଛି । ଏବେ ରପ୍ତାନୀ ଟିକସ ମୁକ୍ତ ହେବା ଫଳରେ ଚମଡ଼ା ସାମଗ୍ରୀ, ଜେମ୍ସ-ଅଳଙ୍କାର, ପ୍ରୋସେସଡ୍ ଫୁଡ୍ ଆଦି କ୍ଷେତ୍ରକୁ ଲାଭ ମିଳିବ ।
ଅଷ୍ଟ୍ରେଲିଆ ସହ ଭାରତର ବଡ଼ ବାଣିଜ୍ୟ ଚୁକ୍ତି ପୂର୍ବରୁ ନ୍ୟୁଜିଲାଣ୍ଡ ସହ ମଧ୍ୟ ଚୁକ୍ତି ହୋଇଛି । ୨୦୨୫ ଡିସେମ୍ବର ୨୨ରେ ଭାରତ-ନ୍ୟୁଜିଲାଣ୍ଡ ବାଣିଜ୍ୟ ଚୁକ୍ତିକୁ ଅନ୍ତିମ ରୂପ ଦେଇଥିଲେ । ଯାହାଦ୍ଵାରା ନ୍ୟୁଜିଲାଣ୍ଡକୁ ରପ୍ତାନୀ ହେଉଥିବା ୯୫ ପ୍ରତିଶତ ସାମଗ୍ରୀରେ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories