Dharmendra Pradhan on Budget / ବଜେଟରେ ରହିଛି ବିକଶିତ ଭାରତର ଛବି, ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
·5 months ago·2 min read

Key Points
କେନ୍ଦ୍ର ବଜେଟରେ ରହିଛି ବିକଶିତ ଭାରତର ଛବି
ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି
ଧର୍ମେନ୍ଦ୍ର କହିଲେ, ଏକଦା ଖାଦ୍ୟାଭାବର ସାମ୍ନା କରୁଥିବା ଦେଶ ଏବେ ବିଶ୍ବର ସର୍ବାଧିକ ଚାଉଳ ଉତ୍ପାଦନକାରୀ

କେନ୍ଦ୍ର ବଜେଟରେ ରହିଛି ବିକଶିତ ଭାରତର ଛବି । ଯାହାକୁ ରାଜ୍ୟବାସୀଙ୍କ ଆଗରେ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଚଳିତ ଥରର କେନ୍ଦ୍ର ବଜେଟ ବିକଶିତ ଭାରତର ଭିଜନକୁ ଏକ ଦିଗ ଦେଇଛି । ଗୋଟିଏ ସମୟ ଥିଲା ଯେବେ ଦେଶରେ ଖାଦ୍ୟାଭାବ ରହୁଥିଲା, କିନ୍ତୁ ଆଜି ଭାରତ ବିଶ୍ବର ସର୍ବାଧିକ ଚାଉଳ ଉତ୍ପାଦନକାରୀ ଦେଶ ବନିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ସେହିପରି ବଜେଟ ସାଧାରଣ ଜୀବନଜାପନକୁ ସରଳ ଓ ସହଜ କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଗତ ୧୦ ବର୍ଷରେ ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରୁ ବାହାରିଛନ୍ତି । ବିଗତ ୧୦ ବର୍ଷରେ ୪.୩ ଲକ୍ଷ କୋଟି ଟଙ୍କା DBTରେ ଟ୍ରାନ୍ସଫର ହୋଇଛି । ବିଭିନ୍ନ ଯୋଜନାର ଲାଭ ଲୋକଙ୍କୁ ସିଧା ମିଳୁଛି ।
ସେହିପରି ଚଳିତ ବଜେଟରେ ଓଡ଼ିଶାକୁ ଅନେକ କିଛି ମିଳିଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ରେୟାର ୟାର୍ଥ ମିନେରାଲର କେନ୍ଦ୍ରସ୍ଥଳ । ଓଡ଼ିଶାକୁ କେନ୍ଦ୍ରରେ ରଖି ରେୟାର ୟାର୍ଥ କରିଡର କଳ୍ପନା କରାଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଓଡ଼ିଶାରେ ଗ୍ରୀନ୍ ଓ ଅରେଞ୍ଜ ଇକୋନୋମିର ଗ୍ରୋଥକୁ ଫୋକସରେ ରଖାଯାଇଛି । ଓଡ଼ିଶା ପାଇଁ ବଜେଟରେ ଅନେକ କିଛି ବ୍ୟୟବରାଦ ରହିଛି । ସିଟି ଇକନୋମିକ ରିଜନ୍ ଯୋଜନାରେ ଓଡ଼ିଶାକୁ ମିଳିବ ଅନେକ ଫାଇଦା । ଡାଟା ସେଣ୍ଟର ବନାଇବା ଲାଗି ଓଡ଼ିଶା ଉପଯୁକ୍ତ ସ୍ଥାନ । ଓଡ଼ିଶା ବିଦ୍ୟୁତ ଉତ୍ପାଦନର କେନ୍ଦ୍ରସ୍ଥଳ ସାଜିଛି । ଯାହା ଏହି ଲକ୍ଷ୍ୟ ପୂରଣରେ ସହାୟକ ହେବ । କ୍ରିଏଟିଭ୍ ଇକନୋମିର ହବ୍ ବନିପାରିବ ଓଡ଼ିଶା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories