|
logo
Live
Argus News App
GET APP

Argus News - ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଡ଼ି ବସିଲା ଭିଜିଲାନ୍ସ; ଅତିରିକ୍ତ ତହସିଲାଦରଙ୍କ ଘରୁ ପୁଳା ପୁଳା ଗହଣା ଜବତ

Odisha

Vigilance Raid / ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଡ଼ି ବସିଲା ଭିଜିଲାନ୍ସ; ଅତିରିକ୍ତ ତହସିଲାଦରଙ୍କ ଘରୁ ପୁଳା ପୁଳା ଗହଣା ଜବତ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଡ଼ି ବସିଲା ଭିଜିଲାନ୍ସ; ଅତିରିକ୍ତ ତହସିଲାଦରଙ୍କ ଘରୁ ପୁଳା ପୁଳା ଗହଣା ଜବତ
Baranga Additional Tehsildar in Vigilance Net

Key Points

ଅତିରିକ୍ତ ତହସିଲଦାର ଜିତେନ୍ଦ୍ରଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି ।
ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା । ଅତିରିକ୍ତ ତହସିଲଦାର ଜିତେନ୍ଦ୍ରଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି ।

ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଅଫିସ୍ ସହ ଭୁବନେଶ୍ଵରରେ ଥିବା ୨ଟି ଘର ଏବଂ ଖୋର୍ଦ୍ଧାରେ ରେଡ୍ ଚାଲିଛି । ଭୁବନେଶ୍ଵରର ବଡ଼ଗଡ଼ରେ ଜିତେନ୍ଦ୍ରଙ୍କ କୋଠା ଥିବାବେଳ ବଡ଼ଗଡ଼ ବ୍ରିଟ୍ କଲୋନୀରେ ରହିଛି ୩ ମହଲା କୋଠା ।

ଏଥିସହ ପଢ଼ନ୍ତୁ: କୋଟିପତି ଫରେଷ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ; ୬୨୫ ଟଙ୍କା ଦରମାରେ ଆରମ୍ଭ କରିଥିଲେ ଚାକିରି

ଖୋର୍ଦ୍ଧାର ସାନପଲ୍ଲାରେ ରହିଛି ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ବିଲ୍ଡିଂ । ଭିଜିଲାନ୍ସ ଟିମ୍ ଏକକାଳୀନ ୪ଟି ସ୍ଥାନରେ ରେଡ୍ କରିଛି । ଜିତେନ୍ଦ୍ର ପଣ୍ଡାଙ୍କ ବଡ଼ଗଡ଼ ସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ମିଳିଛି ବିପୁଳ ସୁନା ଗହଣା ।

ବାବୁଙ୍କ ବଡ଼ଗଡ଼ ଘରୁ ନଗଦ ୬ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ୭ଟି ସୁନା ହାର, ୪ଟି ସୁନା ଚେନ୍, ୧୦ଟି ସୁନା କାନଫୁଲ, ସୁନା ବଳା ସହ ୩ ହଳ ସୁନା ଚୁଡ଼ି ଜବତ କରାଯାଇଛି ।

ଚଢ଼ାଉରେ ଭିଜିଲାନ୍ସର ୪ ଜଣ ଡିଏସ୍‌ପି, ୭ ଜଣ ଇନ୍ସପେକ୍ଟର, ଜଣେ ଏସ୍ଆଇ, ୮ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ୍ ହୋଇଛନ୍ତି । ରେଡ୍ ବେଳେ ଏକାଧିକ ଦାମୀ ଘଣ୍ଟା ମଧ୍ୟ ମିଳିଛି ।

ଏଥିସହ ପଢ଼ନ୍ତୁ: ଶୀତ ପାଇଁ ସ୍କୁଲ୍ ଛୁଟି; ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି

ସେପଟେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଞ୍ଚୋ ପଞ୍ଚାୟତର ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । କେନ୍ଦୁଝର ସହ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି ।

ହାଟଡିହିରେ ୩ ମହଲା କୋଠା, ବାସନ୍ତୀ ବଜାରରେ ନୂଆ କରି ନିର୍ମାଣ ହୋଇଥିବା ୨ ମହଲା ବିଲ୍ଡିଂ, ହାଟଡିହି ବାସନ୍ତୀ ବଜାରରେ ଭଡ଼ାରେ ଥିବା ୨ଟି ଗୋଡାଉନ୍, ବିଦ୍ୟାଧରପୁରରେ ଥିବା ସରସ୍ଵତୀ ସେଲ୍ସ ଇଲେକ୍ଟ୍ରୋନିକ୍ସ ଦୋକାନ, ହାଟଡିହିର ପୈତୃକ ଘର ସହ ପଞ୍ଚାୟତ ଅଫିସ୍‌ରେ ଚଢ଼ାଉ ହୋଇଛି ।

ଏହା ପୂର୍ବରୁ ଭିଜିଲାନ୍ସ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ଘରେ ରେଡ୍ କରିଥିଲା । ଚଢ଼ାଉ ବେଳେ ମିଳିଥିଲା କେଜିଏ ସୁନା, ୬୬ ଲକ୍ଷ ବ୍ୟାଙ୍କ ଜମା, ଘରେ ନଗଦ ୯ ଲକ୍ଷ ସହ ଭଳିକି ଭଳି ଦାମୀ ଆସବାବପତ୍ର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Vigilance Raid: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଡ଼ି ବସିଲା ଭିଜିଲାନ୍ସ; ଅତିରିକ୍ତ ତହସିଲାଦରଙ୍କ ଘରୁ ପୁଳା ପୁଳା ଗହଣା ଜବତ | Argus News