School Holiday / ଶୀତ ପାଇଁ ସ୍କୁଲ୍ ଛୁଟି; ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି
·3 months ago·2 min read

Key Points
ତାପମାତ୍ରା ଖସୁଥିବା ବେଳେ କୁହୁଡ଼ି କଲବଲ କରୁଛି । ଯାହାକୁ ନେଇ ଆଜିଠୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି ଛୁଟି ଘୋଷଣା କରାଯାଇଛି ।
ନୂଆଦିଲ୍ଲୀ: ଜାରି ରହିଛି ଥଣ୍ଡାର ପ୍ରକୋପ । ଘନ କୁହୁଡ଼ି ସହ ପ୍ରବଳ ଜାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ତାପମାତ୍ରା ଖସୁଥିବା ବେଳେ କୁହୁଡ଼ି କଲବଲ କରୁଛି । ଯାହାକୁ ନେଇ ଆଜିଠୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି ଛୁଟି ଘୋଷଣା କରାଯାଇଛି ।
ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସର୍ବନିମ୍ନ ରାତି ତାପମାତ୍ରା ୫.୬ ଡିଗ୍ରୀକୁ ଖସିଛି । ସକାଳେ ଘନ କୁହୁଡ଼ି ଲାଗି ରହୁଥିବାରୁ ମଧ୍ୟପ୍ରଦେଶର ଏକାଧିକ ଜିଲ୍ଲାରେ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡ଼ିକରେ ଛୁଟି ଘୋଷଣା ହୋଇଛି ।
ଏଥିସହ ପଢ଼ନ୍ତୁ: ଦୋକାନ ବାହାରେ ଧାଡ଼ିରେ ଛିଡ଼ା ହୋଇଥିଲେ ଲୋକ; ମୃତ୍ୟୁ ସାଜି ମାଡ଼ିଗଲା ବସ୍
ଡିସେମ୍ବର ୩୦ରୁ ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟକୁ ବନ୍ଦ କରାଯାଇଛି । ୨୦୨୬ ଜାନୁଆରୀ ୪ରେ ଛୁଟି ସରିବା ପରେ ୫ ତାରିଖରେ ବିଦ୍ୟାଳୟ ଖୋଲିବ । ଏନେଇ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ପାଣିପାଗ ଥଣ୍ଡା ରହିଛି । ପଶ୍ଚିମ ରାଜସ୍ଥାନରେ ବର୍ଷା ସମ୍ଭାବନା ରହିଛି । କୁହୁ଼ଡ଼ି ପାଇଁ ସୋମବାର ଦିଲ୍ଲୀ ଓ ଚଣ୍ଡିଗଡ଼ ମଧ୍ୟରେ ୪ଟି ବିମାନକୁ ଜୟପୁର ଡାଇଭର୍ଟ କରାଯାଇଛି । ଜୟପୁର-ଚଣ୍ଡିଗଡ଼ ବିମାନ ବାତିଲ୍ ହୋଇଛି ।
ସେହିଭଳି ବିହାରରେ ଅନୁଭୂତ ହେଉଛି ପ୍ରବଳ ଥଣ୍ଡା । ଆଜି ପାଇଁ ପାଟନା ସମେତ ୨୯ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ଅରେଞ୍ଜ ଆଲର୍ଟ ରହିଛି । ପାଟନା ବିମାନବନ୍ଦରରେ ୧୦ଟି ବିମାନ ବାତିଲ୍ ହୋଇଥିବା ବେଳେ ୧୬ଟି ବିଳମ୍ବ ରହିଛି ।
ଏଥିସହ ପଢ଼ନ୍ତୁ: ୩୧ ରାତି ୧୧ଟାରେ ଶ୍ରୀଜୀଉଙ୍କ ରାତ୍ର ପହୁଡ଼, ନୂଆବର୍ଷରେ ରାତି ୨ଟାରେ ଶ୍ରୀମନ୍ଦିର ଦ୍ଵାର ଫିଟା
ଉତ୍ତରାଖଣ୍ଡର ୪ ଜିଲ୍ଲାରେ ବରଫ ବର୍ଷାର ସମ୍ଭାବନା ରହିଛି । ଆଜି ଡେରାଡୁନ୍ରେ ୧୨ଟି ବିମାନ ବିଳମ୍ବ ରହିଛି । ସେହିଭଳି ଆଗାମୀ ୯୬ ଘଣ୍ଟା ପର୍ଯ୍ୟନ୍ତ ହିମାଚଳପ୍ରଦେଶରେ ବରଫ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି ।
ସୋମବାର ଖରାପ ପାଣିପାଗ ପାଇଁ ଇଣ୍ଡିଗୋ ଏକାକୀ ୧୧୮ଟି ବିମାନ ବାତିଲ୍ କରିଥିଲା । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ, କୋଚ୍ଚି, ହାଇଦ୍ରାବାଦ, କୋଲକାତା, ଅମ୍ରିତସର, ଚଣ୍ଡିଗଡ଼, ଜୟପୁର, ଡେରାଡୁନ୍ ଇନ୍ଦୋର, ଭୋପାଳ ଆଦି ବିମାବନ୍ଦରରେ ବାତିଲ୍ ହୋଇଥିଲା ବିମାନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories