Oil Price / ଯୁଦ୍ଧର ପ୍ରଭାବ ଏବେ ରୋଷେଇ ଘରେ: ମହଙ୍ଗା ଖାଇବା ତେଲ, ଜାଣନ୍ତୁ କେତେ ବଢ଼ିଲା...

Key Points
ଯୁଦ୍ଧର ପ୍ରଭାବ ଏବେ ରୋଷେଇ ଘରେ: ମହଙ୍ଗା ଖାଇବା ତେଲ ।
ବଢ଼ିଲା ଖାଇବା ତେଲ ଦର । ଚିନ୍ତାରେ ଖାଉଟି । ମଧ୍ୟବିତ୍ତଙ୍କ ପକେଟକୁ ମାଡ଼ । ଲିଟର ପିଛା ୧୦ ଟଙ୍କା ବଢ଼ିଯାଇଛି ଖାଇବା ତେଲ । କଟକ ମାଲଗୋଦାମରେ ରିଫାଇନ ତେଲ ଆଗରୁ ଲିଟର ପିଛା ୧୬୦ ଟଙ୍କା ବିକ୍ରି ହେଉଥିବା ବେଳେ ଏବେ ତିନିରୁ ଚାରିଦିନ ଭିତରେ ବୃଦ୍ଧିପାଇ ୧୭୦ ଟଙ୍କାରେ ପହଞ୍ଚିଛି । ସେହିପରି ପାମୋଲିନ ତେଲ ମଧ୍ୟ ଲିଟର ପିଛା ୫ ଟଙ୍କା ବଢ଼ିଯାଇଛି । ଆଗରୁ ୧୦୨ ଟଙ୍କା ଲିଟର ପିଛା ଦର ଥିବା ବେଳେ ଏବେ ୧୦୭ ଟଙ୍କାକୁ ବୃଦ୍ଧି ପାଇଛି ।
ଖାଇବା ତେଲ ବୃଦ୍ଧି ନେଇ ବଢିଲା ଚିନ୍ତା। ରିଫାଇନ ଓ ପାମୋଲିନ ତେଲ ଦର ବୃଦ୍ଧି । ଓଡ଼ିଶାରେ ଅଧିକ ଗଚ୍ଛିତ ନାହିଁ ତେଲ । ଓଡିଶା ମାର୍କେଟରେ ଦୈନିକ ୧୦୦୦ ରୁ ୧୨୦୦ ଟନ ରିଫାଇନ ଓ ପାମୋଲିନ ତେଲର ଆବଶ୍ୟକତା ରହିଛି। କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ମାତ୍ର ୧୫ରୁ ୨୦ ଦିନ ପାଇଁ ତେଲ ଷ୍ଟକ ଅଛି ।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଅଶୋଧିତ ଖାଇବା ତେଲର ଜାହାଜ ଗୁଡ଼ିକ ଠିକ୍ ସମୟରେ ପହଞ୍ଚି ପାରୁନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି । ରୁଷ୍, ୟୁକ୍ରେନ ଦେଶରୁ ରିଫାଇନ ଓ ମାଲେସିଆ, ଇଣ୍ଡୋନେସିଆ ଆଦି ଦେଶରୁ ଅଶୋଧିତ ପାମୋଲିନ ତୈଳ ଆମଦାନୀ କରାଯାଇଥାଏ । ତେବେ ଯୁଦ୍ଧ ଆଳରେ ଖାଇବା ତେଲର କଳାବଜାରୀ ହେବାର ଆଶଙ୍କା ଦେଖାଦେଇଛି ।
ଏଥିସହ ପଢ଼ନ୍ତୁ: ୨୦୨୨ ପରେ ପ୍ରଥମଥର ୧୦୦ ଡଲାର ଡେଇଁଲା ଅଶୋଧିତ ତୈଳ; ପାକିସ୍ତାନ-ବାଂଲାଦେଶରେ ସ୍ଥିତି ସଙ୍ଗୀନ
ମଧ୍ୟପ୍ରାଚ୍ୟରେ ଲାଗିଥିବା ଘମାଘୋଟ ଯୁଦ୍ଧ ଥମିବା ନାଁ ଧରୁନି। ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ତୁହାକୁ ତୁହା ମିସାଇଲ ମାଡ଼ ହେଉଥିବା ବେଳେ ବହୁ କ୍ଷୟକ୍ଷତି ହେବା ସହ ବହୁ ଲୋକଙ୍କ ପ୍ରାଣ ଗଲାଣି । ଯୁଦ୍ଧ ପରିସ୍ଥିତି ଯୋଗୁ ଇତି ମଧ୍ୟରେ ଅଶୋଧିତ ତେଲ ଦର ଓ ଗ୍ୟାସ୍ ଦର ବଢ଼ି ସାରିଲାଣି । ଆଜି ଖାଇବା ତେଲ ଦର ବଢ଼ିଥିବା ବେଳେ ଆଗକୁ ଆଉ କେଉଁ ସାମଗ୍ରୀର ଦର ବଢ଼ିବ ତାକୁ ନେଇ ଖାଉଟିଙ୍କ ମନରେ ଛନକା ପଶିଲାଣି ।
ସେପଟେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ମଧ୍ୟ ଶନିବାର ବୃଦ୍ଧି ପାଇଛି । ସାରା ଦେଶରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୧୫ ଟଙ୍କା ବୃଦ୍ଧି କରାଯାଇଛି ।
ଏହା ସିଧାସଳଖ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ବାଣିଜ୍ୟିକ ପ୍ରତିଷ୍ଠାନ ଉପରେ ପ୍ରଭାବ ପକାଇବ।ସୂତ୍ର ଅନୁସାରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୫୩ ଟଙ୍କାରୁ ୯୧୩କୁ ବୃଦ୍ଧି ପାଇଛି। ମୁମ୍ବାଇରେ, ଘରୋଇ ସିଲିଣ୍ଡରର ନୂତନ ଦର ବର୍ତ୍ତମାନ ୯୧୨ ଟଙ୍କା ୫୦ ପଇସା ହୋଇଛି, ଯାହା ପୂର୍ବରୁ ୮୫୨ ଟଙ୍କା ୫୦ ପଇସା ଥିଲା। ଚେନ୍ନାଇରେ ଏହା ₹୮୬୮.୫୦ରୁ ୯୨୮.୫୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ସଂଶୋଧିତ ଦର ଆଜିଠାରୁ କାର୍ଯ୍ୟକାରୀ ହେଉଛି।
ପଢନ୍ତୁ ଏହି ଖବର: ଭାରତକୁ ଜାରି ରହିବ ତୈଳ ଯୋଗାଣ: ଋଷିଆ
📱 Get Argus News App
✨Related Topics
Explore more stories