Videos
|
Odisha

Malati Murmu Passes Away / ୫୧ ବର୍ଷ ବୟସରେ ଲେଖିକା ମାଳତୀ ମୁର୍ମୁଙ୍କ ଦେହାନ୍ତ

Banajyotshna Ray
Browse all articles by Banajyotshna Ray
·8 months ago·2 min read
୫୧ ବର୍ଷ ବୟସରେ ଲେଖିକା ମାଳତୀ ମୁର୍ମୁଙ୍କ ଦେହାନ୍ତ
Malati Murmu Passes Away

Key Points

ଆଉ ନାହାନ୍ତି ସାନ୍ତାଳୀ ଲେଖିକା ମାଳତୀ ମୁର୍ମୁ
୫୧ ବର୍ଷରେ ଦେହାନ୍ତ
ଆଉ ନାହାନ୍ତି ସାନ୍ତାଳୀ ଲେଖିକା ମାଳତୀ ମୁର୍ମୁ । ଅଲଚିକି ଲିପି, ସାନ୍ତାଳୀ ଭାଷା ସାହିତ୍ୟର ବରିଷ୍ଠ ପ୍ରଚାରକ, ମିସନ ଅଲଚିକିର ଦୃଢ଼ ସଂଗଠକ ମାସିକ ସାନ୍ତାଳୀ ସମ୍ବାଦ ପତ୍ରିକା ଫାଗୁନର ପରିଚାଳିକା ଏବଂ ସମ୍ପାଦିକା ତଥା ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘ, ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଗଠନ (ଆସେକା)ର ଆଜୀବନ ସଦସ୍ୟା, ସାଓହେଁଦ ଆଖଡାର ସଭାନେତ୍ରୀ ଶ୍ରୀମତୀ ମାଳତୀ ମୁର୍ମୁ ଆଉ ଆମ ଗହଣରେ ନାହାନ୍ତି । ରାତି ୧ ଘଟିକାରେ ତାଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସ ଭବନରେ ୫୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଭୁବନେଶ୍ୱରରେ ତାଙ୍କ ସହ ତାଙ୍କ ସ୍ବାମୀ ବିଶିଷ୍ଟ ସାନ୍ତାଳୀ ସାହିତ୍ୟିକ ଅଲଚିକି ପ୍ରଚାରକ ମାଙ୍ଗାତ୍ ମୁର୍ମୁ ଓ ତାଙ୍କର ଦୁଇ ଝିଅ ତାଙ୍କ ସହ ଥିଲେ । ଆଜି ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲା ସ୍ଥିତ ନିଜ ଗ୍ରାମ ଚାନ୍ଦୁଆ ଠାରେ ତାଙ୍କର ଅନ୍ତେଷ୍ଟିକ୍ରିୟା କରାଯିବ ।

ମାଲତୀ ମୁର୍ମୁ ୧୧ ଫେବ୍ରୁଆରୀ ୧୯୭୫ କୁଳିଅଣା ବ୍ଲକ ଗୟଳକଟା ଠାରେ ପିତା ମଙ୍ଗଲ ମୁର୍ମୁ ମାତା ଶର୍ମା ମୁର୍ମୁଙ୍କ କୋଳରେ ଜନ୍ମ ହେଇଥିଲା । ତାଙ୍କର ତିନି ଭାଇ ଏବଂ ତିନି ଭଉଣୀଙ୍କ ମଧ୍ୟରେ ସେ ସମସ୍ତଙ୍କଠାରୁ ବଡ଼ ଥିଲେ । ସେ ଆସେକା ବୋର୍ଡରୁ ସାନ୍ତାଳୀ ଭାଷାରେ ମେଟ୍ରିକ ପାସ କରିଥିଲେ, ୨୧ ଜୁନ ୧୯୯୧ରେ ମାଙ୍ଗାତ୍ ମୁର୍ମୁଙ୍କ ସହ ତାଙ୍କର ବିବାହ ହୋଇଥିଲା ।ଶ୍ରୀମତୀ ମୁର୍ମୁ  ବିବାହ ପରେ ନିଜର ଜୀବନକୁ ସାନ୍ତାଳୀ ଭାଷା ଅଲଚିକି ଲିପିର ପ୍ରଚାର ପ୍ରସାରରେ ଉତ୍ସର୍ଗ କରିଥିଲେ । ତାଙ୍କ ସ୍ବାମୀ ଶ୍ରୀ ମାଙ୍ଗାତ ମୁର୍ମୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଜଏଣ୍ଟ ସେକ୍ରେଟାରୀ ଭାବରେ କାର୍ଯ୍ୟରତ ।

ଏଥିସହ ପଢ଼ନ୍ତୁ: ସକାଳୁ ଗଡ଼ିଲା ଦୁଇ ମୁଣ୍ଡ, ଚାପି ହୋଇଗଲେ ଗାଡି ଚକା ତଳେ

ନିକଟରେ ରାଜ୍ୟ ସରକାରଙ୍କ ଦ୍ବାରା ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଥିବା ଅଲଚିକି ଲିପିର ଶତବାର୍ଷିକ ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ମାଲତୀ ମୁର୍ମୁଙ୍କୁ ସମ୍ମାନିତ କରାଯାଇଥିଲା । ସେହିଭଳି ରାଷ୍ଟ୍ରପତି ମୁଖ୍ୟ ଅତିଥି ଥିବା ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘ ଦ୍ବାରା ଆୟୋଜିତ ଅଲଚିକି ଲିପିର ଶତବାର୍ଷିକ ପାଳନ ଉତ୍ସବରେ ସାନ୍ତାଳୀ ଭାଷାରେ ଜୀବନ ବ୍ୟାପି ଅବଦାନ ନିମନ୍ତେ ମାଲତୀ ମୁର୍ମୁ ସମ୍ମାନିତ ହୋଇଥିଲେ। ଶ୍ରୀମତୀ ମୁର୍ମୁ ଙ୍କ ବିୟୋଗରେ ବିଭିନ୍ନ ସାନ୍ତାଳୀ ସଂଗଠନ ମହଲରେ ଶୋକର ଛାଇ ଖେଳିଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:


Related Topics

Explore more stories