Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Shocking Incident / ସକାଳୁ ଗଡ଼ିଲା ଦୁଇ ମୁଣ୍ଡ, ଚାପି ହୋଇଗଲେ ଗାଡି ଚକା ତଳେ

Banajyotshna Ray
Browse all articles by Banajyotshna Ray
·6 months ago·2 min read
ସକାଳୁ ଗଡ଼ିଲା ଦୁଇ ମୁଣ୍ଡ, ଚାପି ହୋଇଗଲେ ଗାଡି ଚକା ତଳେ
Shocking Incident

Key Points

ବସ୍‌ ଚକା ତଳେ ପଡ଼ିଯାଇ ୨ ବାଇକ୍ ଆରୋହୀ ମୃତ
ଦୁଇଟି ବାଇକ୍‌ ପରସ୍ପର ଧକ୍କା ହୋଇ ଚଳନ୍ତା ବସ୍ ତଳେ ପଡ଼ିଗଲେ

ସକାଳୁ ସକାଳୁ ବଡ଼ ଦୁର୍ଘଟଣା। ବସ୍‌ ଚକା ତଳେ ଚାପିହୋଇ ୨ ବାଇକ୍ ଆରୋହୀ ମୃତ । ଦୁଇଟି ବାଇକ୍‌ ପରସ୍ପର ଧକ୍କା ହୋଇ ଚଳନ୍ତା ବସ୍ ତଳେ ପଡ଼ିଗଲେ । ଆଠଗଡ଼ ସହରର ରଥଗଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ମୃତକ ଆଠଗଡ଼ ସହର ଦଳିତ ସାହିର ବୋଲି ଜଣାପଡ଼ିଛି । ଏଖବର ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାସହ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି। ଯାତ୍ରୀବାହୀ ବସ୍ ତଳେ ପଡିଯିବାରୁ ଦୁଇ ବାଇକ ଆରୋହୀ ଙ୍କ ଉପରେ ଚଢିଗଲା ଯାତ୍ରୀବାହୀ ବସ୍ ନୟନା।

ମୃତକ ଦୁଇଜଣ ସମ୍ପର୍କରେ ହେବେ ସଳା ଭିଣୋଇ। ସଳା ରାମୁ ନାୟକ ଏବଂ ଭିଣୋଇ ତାପସ ନାୟକ ଘର କଟକ ଯୋବ୍ରା ଅଞ୍ଚଳର ବୋଲି ଜଣାପଡ଼ିଛି । ଭିଣୋଇ ଶ୍ୱଶୁର ଘରକୁ ବୁଲି ଆସିଥିଲେ ବୋଲି ଜଣାପଡିଛି। ପୋଲିସ ବସ୍ ଏବଂ ବାଇକକୁ ଜବତ କରି ମୃତଦେହକୁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ କରୁଛି।

ସେହିପରି ବୌଦ୍ଧ ଜିଲ୍ଲା ୫୭ ନଂ ଜାତୀୟ ରାଜପଥ ଆଦର୍ଶ ଥାନା ରଇଠାଣୀ-ସରସରା ରାସ୍ତାରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତାକଡ ଗଛରେ ପିଟି ହେଲା ବସ୍ । ଖୋର୍ଦ୍ଧା ବାଣପୁର୍ ରୁ ସମ୍ବଲପୁର ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ସମଲେଶ୍ଵରୀଙ୍କ ଦର୍ଶନ ପାଇଁ ଯାଉଥିଲେ ୧୮ ପର୍ଯ୍ୟଟକ ।ଦୁର୍ଘଟଣା ହେବାରୁ ୩ ପର୍ଯ୍ୟଟକ ଗୁରୁତର ଓ ୧୫ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ବୌଦ୍ଧ ପୋଲିସ୍ ର ତଦନ୍ତ ଜାରି । ଦିନକୁ ଦିନ ସଡକ ଦୁର୍ଘଟଣା ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି।

ଏଥିସହ ପଢ଼ନ୍ତୁ: ଥରୁଛି ଓଡ଼ିଶା, ରାଜ୍ୟରେ ଆହୁରି ୩ ଦିନ ପ୍ରବଳ କୁହୁଡ଼ି

ସଡକ ଦୁର୍ଘଟଣାରେ ବହୁ ମୂଲ୍ୟବାନ ଜୀବନହାନି ହେଉଛି। ଏଭଳି ମୃତ୍ୟୁ ସଂଖ୍ୟା ଦେଶରେ ଦିନକୁ ଦିନ ବଢୁଛି । ପ୍ରାକୃତିକ ବିପର୍ଯ୍ୟୟ ଓ ଆତଙ୍କବାଦୀ ଆକ୍ରମଣରେ ଯେତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି ସଡକ ଦୁର୍ଘଟଣାରେ ତାଠୁ ଢେର ଗୁଣା ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ଏହା ସାରା ବିଶ୍ୱ ପାଇଁ ଚିନ୍ତାଜନକ ବିଷୟ। ତେବେ ଏହାର ପ୍ରତିକାର ଆମ ହାତରେ ଅଛି। ସମସ୍ତେ ସଡକ ସୁରକ୍ଷା ନିୟମ ମାନି ଚଳିଲେ ଦୁର୍ଘଟଣା ଯଥେଷ୍ଟ ହ୍ରାସ ପାଇବ ବୋଲି କୁହାଯାଉଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Shocking Incident | Two Deads Found Crushed Under Vehicle Wheels in Morning accident | Argus News | Argus News