Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୟୁଟୁବରଙ୍କୁ ଛୁରୀ ଭୁସି ହତ୍ୟା, 3 ଜଣଙ୍କୁ ଅଟକ ରଖି ପୋଲିସର ଛାନବିନ

Odisha

Odisha Crime News / ୟୁଟୁବରଙ୍କୁ ଛୁରୀ ଭୁସି ହତ୍ୟା, 3 ଜଣଙ୍କୁ ଅଟକ ରଖି ପୋଲିସର ଛାନବିନ

Bikash Mohanty
Browse all articles by Bikash Mohanty
·2 months ago·2 min read
ୟୁଟୁବରଙ୍କୁ ଛୁରୀ ଭୁସି ହତ୍ୟା, 3 ଜଣଙ୍କୁ ଅଟକ ରଖି ପୋଲିସର ଛାନବିନ
murder

Key Points

ରାଜଧାନୀରେ ଗଡ଼ିଲା ମୁଣ୍ଡ
ୟୁଟ୍ୟୁବ ବ୍ଲଗରଙ୍କୁ ଛୁରୀ ଭୁସି ହତ୍ୟା
3ଜଣଙ୍କୁ ଅଟକ ରଖି ପୋଲିସର ଛାନବିନ

ରାଜଧାନୀରେ ଗଡ଼ିଲା ମୁଣ୍ଡ। ୟୁଟ୍ୟୁବ ବ୍ଲଗରଙ୍କୁ ଛରି ଭୁଷି ହତ୍ୟା। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଘଟିଛି ହତ୍ୟାକାଣ୍ଡ। ମୃତକ ଜଣକ ହେଲେ ରାହୁଲ ମହାରଣା। ରାତି ସାଢ଼େ ୯ଟା ବେଳେ ସେ ଜିଜିପି କଲୋନୀ ସ୍କୁଲ ପଡ଼ିଆରେ ସାଙ୍ଗ ସ‌ହିତ ବସିଥିବା ବେଳେ ୩ ଜଣ ଯୁବକ ଏକ ବାଇକ୍‌ରେ ସେଠାରେ ପହଞ୍ଚି ତାଙ୍କୁ ଅତର୍କିତ ଭାବେ ଛୁରି ଭୁସି ଦେଇ ପଳାଇଥିଲେ। ରାହୁଲଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତୁରନ୍ତ ନିକଟସ୍ଥ ଏକ ମେଡିକାଲ୍ କଲେଜକୁ ନିଆଯାଇଥିଲା। ସେଠାରୁ ପୁଣି ଏକ ଘରୋଇ ହସ୍ପିଟାଲ୍‌କୁ ନିଆଯାଇଥିଲା। ତାଙ୍କୁ ଫେରାଇ ଦେବାରୁ ଶେଷରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ରାହୁଲଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁସାରେ ରାହୁଲଙ୍କର ପଳାଶୁଣି ଛକରେ ଏକ ଇଣ୍ଡଷ୍ଟ୍ରିଆଲ‌୍ ଗ୍ୟାସ୍ ଦୋକାନ ରହିଛି। ୬ ମାସ ତଳେ ତାଙ୍କ ଦୋକାନ ସାମ୍ନାରେ ପାର୍କିଂକୁ ନେଇ ତାଙ୍କର ଜଣେ କାର୍ ମାଲିକଙ୍କ ସହିତ ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଏହି ଅଭି ଯୋଗ ଆଧାରରେ ରାହୁଲଙ୍କୁ ରସୁଲଗଡ଼ ଥାନା ପୁଲିସ କୋର୍ଟ ଚାଲାଣ କରିଥିଲା। ଜାମିନ୍‌ରେ ଆସିବା ପରେ ଏହାକୁ ନେଇ ପରବର୍ତ୍ତୀ ସମୟରେ ରାହୁଲ ଏବଂ ଅଭିଯୋଗକାରୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଅଭିଯୋଗକାରୀ ପଳାଶୁଣି ଅଞ୍ଚଳରେ ରୁହନ୍ତି। ସେ ରାହୁଲଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ଜଣେ ଖ୍ୟାତନାମା ବ୍ୟବସାୟୀଙ୍କ ପୁଅ ହୋଇଥିବାରୁ ସେ ସୁପାରି ଦେଇ ଏହି ହତ୍ୟା କରିଥିବା ନେଇ ପରିବାର ଲୋକେ ପୁଲିସକୁ କହିଛନ୍ତି । ରାହୁଲଙ୍କର କେବଳ ଜଣେ ଶତ୍ରୁ ଥିଲେ ବୋଲି ସମ୍ପର୍କୀୟମାନେ କହିଛନ୍ତି।

ପଢ଼ନ୍ତୁ ଏହି ଖବର: ତାରେଣୀଗଡ଼ା ହତ୍ୟା ଉପରୁ ପରଦା ଉଠାଇଲା ପୋଲିସ; ପୁରୁଷ ବନ୍ଧୁ ସହ ଝାଡ଼ଖଣ୍ଡର ଯୁବକ ଗିରଫ

ଗତ ଡିସେମ୍ବର ମାସରେ ରାହୁଲଙ୍କର ବାହାଘର ହୋଇଥିଲା। ସ୍ବାମୀ-ସ୍ତ୍ରୀ ଦୁହେଁ ଭିଡିଓ କରି ୟୁଟୁବ୍‌ରେ ଛାଡୁଥିଲେ। ତାଙ୍କର ସମର୍ଥକମାନେ ଏହି ଖବର ପାଇବା ପରେ ଘରେ ପହଞ୍ଚିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି। ରାହୁଲଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ରସୁଲଗଡ଼ ଥାନା ପୁଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ବିଭିନ୍ନ ଆଡ଼େ ଚଢ଼ଉ ଚଳାଇଛି। ତେବେ ଆକ୍ରମଣକାରୀ ଯୁବକମାନେ ଅଣ ଓଡ଼ିଆ ବୋଲି ଜଣାପଡ଼ିଛି। ତେବେ ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ନା ସୁଧ କାରବାର ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
YouTube Blogger Murder Case: Three Detained, Police Investigation Underway | Argus News