Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Municipal Elections / ଜେଲ୍‌ରେ ଥାଇ ଲଢୁଥିଲେ ମହାନଗର ନିଗମ ନିର୍ବାଚନ; ନାତି, ପୁଅ ସହ ମାଆ ହେଲେ ବିଜୟୀ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଜେଲ୍‌ରେ ଥାଇ ଲଢୁଥିଲେ ମହାନଗର ନିଗମ ନିର୍ବାଚନ; ନାତି, ପୁଅ ସହ ମାଆ ହେଲେ ବିଜୟୀ
Mother, Son and Grandson Win Civic Polls

Key Points

ଜଳଗାଓଁ ମହାନଗର ନିଗମ ନିର୍ବାଚନରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ବିଜୟୀ ହୋଇଛନ୍ତି । ନିର୍ବାଚନରେ ପରିବାରର ୩ ପିଢ଼ି ବାଜିମାତ୍ କରିଛନ୍ତି ।
ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ମହାନଗର ନିଗମ (BMC)ରେ କିଏ କରିବ ରାଜ ? ଗଣତି ଚାଲିଥିବା ବେଳେ ଆଗରେ ରହିଛି ବିଜେପି । ମୁମ୍ବାଇ ସହ ୨୯ଟି ମହାନଗର ନିଗମ ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି । ଏହାରି ଭିତରେ ଜଳଗାଓଁରୁ ଆସିଛି ଏକ ହୃଦୟସ୍ପର୍ଶୀ ଖବର ।

ଜଳଗାଓଁ ମହାନଗର ନିଗମ ନିର୍ବାଚନରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ବିଜୟୀ ହୋଇଛନ୍ତି । ନିର୍ବାଚନରେ ପରିବାରର ୩ ପିଢ଼ି ବାଜିମାତ୍ କରିଛନ୍ତି । ଜେଲ୍‌ରୁ ଥାଇ ପୁଅ ନିର୍ବାଚନ ଜିତିଛି । ଯାହାକୁ ନେଇ ମାଆ ସହ କୁଣ୍ଢମୋଟ ହୋଇ ପଡ଼ିଛି ସାହି ପଡ଼ିଶା ସମସ୍ତଙ୍କ ଛାତି ।

ଏଥିସହ ପଢ଼ନ୍ତୁ: କାମ ଦେଲାନି ଭାଇ ଭାଇ ମେଳି; BMCରେ ପ୍ରଥମଥର ବିଜେପିକୁ ବହୁମତ

ସୂଚନା ଅନୁସାରେ, ଜଳଗାଓଁର କୋଲ୍ହେ ପରିବାରର ଲଳିତ କୋହ୍ଲେ, ସିନ୍ଧୁତାଈ କୋହ୍ଲେ ଓ ପୀୟୁଷ ଲଳିତ କୋହ୍ଲେ ମହାନଗର ନିଗମ ନିର୍ବାଚନରେ ସଫଳତା ହାସଲ କରିଛନ୍ତି । ପରିବାରର ନାତି, ପୁଅ ଓ ମାଆ ୩ ଜଣ ମହାୟୁତି ଟିକେଟ୍‌ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି ।

ପରିବାରର ୩ ପିଢ଼ିର ୩ ଜଣ ନିର୍ବାଚନ ଜିତିବା ପରେ ସାରା ଅଞ୍ଚଳରେ ଆନନ୍ଦ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବିଜୟ ପରର ଭିଡିଓ ଆସିଛି । ଯେଉଁଥିରେ ଲଳିତ କୋହ୍ଲେଙ୍କ ପତ୍ନୀ, ସିନ୍ଧୁତାଈ କୋହ୍ଲେଙ୍କ ବୋହୂ ଓ ପୀୟୁଷ ଲଳିତ କୋହ୍ଲେଙ୍କ ମାଆ ଖୁସିରେ ପୁଅକୁ ଆଲିଙ୍ଗନ କରି ନାଚୁଛନ୍ତି ।

ବିଜୟ ନେଇ ଲଳିତ କୋହ୍ଲେଙ୍କ ପତ୍ନୀ ସରିତ କୋହ୍ଲେ କହିଛନ୍ତି, "ମୋ ସ୍ଵାମୀଙ୍କ ନାଁରେ ମିଛ ଅଭିଯୋଗ ଥିଲା । ମତଦାତା ଭୋଟ୍ ଦେଇ ଜେଲ୍‌ର ଦୁଆର ଭାଙ୍ଗି ଦେଇଛନ୍ତି ଓ ଆଶୀର୍ବାଦ ଅଜାଡ଼ି ଦେଇଛନ୍ତି ।" ସେ ଭାବୁକ ହୋଇ କହିଛନ୍ତି, "ମୋ ପୁଅ ଓ ଶାଶୁ ନିର୍ବାଚନ ଜିତିଛନ୍ତି ।"

ଏଥିସହ ପଢ଼ନ୍ତୁ: ତେଲ ପରେ ସୁନାରେ ବିଶ୍ଵକୁ ନଚାଇବ ସାଉଦି ଆରବ; ବାଲି ତଳେ 'ସୁନା ସାମ୍ରାଜ୍ୟ'

ସେ ଆହୁରି କହିଛନ୍ତି, "ସ୍ଵାମୀଙ୍କ ଗିରଫଦାରୀ ପରେ ସେ ଚପଲ ପିନ୍ଧୁ ନଥିଲେ । ପଣ କରିଥିଲେ ସ୍ଵାମୀ ଘରକୁ ଫେରିବା ପରେ ହିଁ ସେ ଚପଲ ପିନ୍ଧିବେ ।" ସୂଚନାଯୋଗ୍ୟ, ୨୦୧୭ ବିଏମସି ନିର୍ବାଚନରେ ଅବିଭାଜିତ ଶିବସେନା ୮୪ ଆସନ ଜିତି ବଡ଼ ପାର୍ଟି ଭାବେ ଉଭା ହୋଇଥିଲା । ସେତେବେଳେ ବିଜେପି ପାଇଥିଲା ୮୨ ଆସନ । ଯେତେବେଳେ କି କଂଗ୍ରେସ ୩୧, ଏନସିପି ୯ ଓ ଏମଏନଏସ ୭ଟିରେ ବିଜୟୀ ହୋଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BMC Election: Man Wins Poll from Jail, Mother & Son Also Victorious | Argus News | Argus News