BMC Election Results / କାମ ଦେଲାନି ଭାଇ ଭାଇ ମେଳି; BMCରେ ପ୍ରଥମଥର ବିଜେପିକୁ ବହୁମତ
·6 months ago·2 min read

Key Points
୨୨୭ ୱାର୍ଡ ବିଶିଷ୍ଟ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ପ୍ରଥମଥର ପାଇଁ ବିଜେପିକୁ ବହୁମତ ମିଳିଛି । ମୁମ୍ବାଇରେ ଉଦ୍ଧବ ଠାକରେଙ୍କ ୨୫ ବର୍ଷର ଦବଦବା ଏବେ ଶେଷ ହୋଇଛି ।
ମୁମ୍ବାଇ: ଦେଶର ସବୁଠୁ ଧନୀ ମହାନଗର ନିଗମ, ବୃହନ୍ମୁମ୍ବାଇ ମହାନଗର ନିଗମ (BMC) ନିର୍ବାଚନରେ ଠାକରେ ବ୍ରଦର୍ସଙ୍କୁ ଝଟ୍କା । ୨୨୭ ୱାର୍ଡ ବିଶିଷ୍ଟ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ପ୍ରଥମଥର ପାଇଁ ବିଜେପିକୁ ବହୁମତ ମିଳିଛି ।
ମଧ୍ୟାହ୍ନ ସାଢ଼େ ୨ଟା ସୁଦ୍ଧା ୨୨୭ ୱାର୍ଡରୁ ୨୦୧ଟିର ୱାର୍ଡର ଟ୍ରେଣ୍ଡିଂ ଫଳାଫଳ ଆସିଛି । ଯେଉଁଥିରେ ବିଜେପି ୮୬ଟିରେ ଆଗୁଆ ରହିଥିବା ବେଳେ ସିନ୍ଦେ ସେନା ୨୮, ଶିବସେନା ୟୁବିଟି- ୬୩, ଏନସିପି ଶରଦ ପାୱାର ଗୋଟିଏ, କଂଗ୍ରେସ-୯, ଏମଏନଏସ୍- ୬ଟି ୱାର୍ଡରେ ଆଗୁଆ ରହିଛି ।
ଏଥିସହ ପଢ଼ନ୍ତୁ: ତେଲ ପରେ ସୁନାରେ ବିଶ୍ଵକୁ ନଚାଇବ ସାଉଦି ଆରବ; ବାଲି ତଳେ 'ସୁନା ସାମ୍ରାଜ୍ୟ'
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ଶିବସେନା ଉଦ୍ଧବ ଠାକରେଙ୍କ ପାଇଁ ମୁମ୍ବାଇ ମହାନଗର ନିଗମ ସହ ୨୯ ନଗର ନିଗମ ନିର୍ବାଚନ ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା । ବିଶେଷକରି ମୁମ୍ବାଇରେ ଉଦ୍ଧବ ଠାକରେଙ୍କ ୨୫ ବର୍ଷର ଦବଦବା ଏବେ ଶେଷ ହୋଇଛି ।
ହାତ ମିଶାଇ ଭୁଲ୍ ହୋଇଗଲା !
ମହାରାଷ୍ଟ୍ରରେ ରାଜ ଠାକରେ ଏମିତି ଜଣେ ନେତା ଯିଏ ଉତ୍ତର ଭାରତୀୟଙ୍କୁ ଜମାରୁ ପସନ୍ଦ କରନ୍ତି ନାହିଁ । ଏଭଳି ସ୍ଥିତିରେ ଉଦ୍ଧବ ଠାକରେ, ରାଜ ଠାକରେଙ୍କ ସହ ହାତ ମିଳାଇ ଭୁଲ୍ କରିଦେଲେ । ବିଶେଷଜ୍ଞଙ୍କ ଅନୁସାରେ, ରାଜ ଠାକରେଙ୍କ ସହ ହାତ ମିଳାଇବା ଯୋଗୁଁ ଦୂରେଇ ଯାଇଥିଲେ ଉତ୍ତର ଭାରତୀୟ ଭୋଟର ।
ବିଗତ ୨ ଦଶନ୍ଧି ଧରି ଶିବସେନାର ଦବଦବା ମୁମ୍ବାଇରେ ରହିଥିଲା । କିନ୍ତୁ ଦଳରେ ବିସ୍ଫୋରଣ ପରେ ପ୍ରଥମଥର ମତଦାତା ଉଦ୍ଧବ ଠାକରେ ଓ ଏକନାଥ ଶିନ୍ଦେଙ୍କ ନେତୃତ୍ଵକୁ ନେଇ ନିଷ୍ପତ୍ତି ଶୁଣାଇଛନ୍ତି । ମୁମ୍ବାଇ ସହ ଅନ୍ୟ ମହାନଗର ନିଗମରେ ବିଜେପିର ବିପୁଳ ବିଜୟ ନିଶ୍ଚିତ ହେଉଛି ।
ଏଥିସହ ପଢ଼ନ୍ତୁ: ଗ୍ରୀନଲାଣ୍ଡ ପାଇଁ ଏକାଠି ହେଲା ୟୁରୋପ; ଆମେରିକାର ଧମକ ପରେ ସୈନ୍ୟ ପଠାଇଲେ ବ୍ରିଟେନ, ଜର୍ମାନୀ ସହ ୬ ଦେଶ
ବିଜେପିର ବୃହତ୍ତ ବିଜୟ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଅପରାହ୍ଣ ସାଢ଼େ ୩ଟାରେ ମୁମ୍ବାଇ ବିଜେପି କାର୍ଯ୍ୟାଳୟରେ ପହଞ୍ଚିବେ । ସେଠାରେ ଫଡନାବିସ୍ ଲୋକଙ୍କୁ ସମ୍ବୋଧିତ କରିବେ । ବିଜୟକୁ ନେଇ ବିଜେପି କାର୍ଯ୍ୟାଳୟରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି ।
ଏକଜିଟ୍ ପୋଲରେ ମହା ମୁକାବିଲା ଏକତରଫା ହେବା ଅନୁମାନ କରାଯାଇଥିଲା । ଯେଉଁଥିରେ ବିଜେପି ଓ ଶିବସେନାକୁ ୨୨୭ ୱାର୍ଡରୁ ୧୩୧ରୁ ୧୫୧ଟି ୱାର୍ଡ ମିଳିବାର ଅନୁମାନ ଥିଲା । ସେହିଭଳି ଶିବସେନା ଉଦ୍ଧବ ଗୋଷ୍ଠୀକୁ ୫୮ରୁ ୬୮ ୱାର୍ଡ ମିଳିବା ଆକଳନ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories