Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Odisha Politics / ଭକ୍ତ 'ହାତ'କୁ ସଜାଡ଼ିବେ ନା ମୋଡ଼ିକି ଭାଙ୍ଗିବେ ? ମୋକିମଙ୍କ ଚିଠିକୁ ମିଳିଲାଣି ବରିଷ୍ଠ ନେତାଙ୍କ ସମର୍ଥନ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଭକ୍ତ 'ହାତ'କୁ ସଜାଡ଼ିବେ ନା ମୋଡ଼ିକି ଭାଙ୍ଗିବେ ? ମୋକିମଙ୍କ ଚିଠିକୁ ମିଳିଲାଣି ବରିଷ୍ଠ ନେତାଙ୍କ ସମର୍ଥନ

Key Points

ଭକ୍ତଙ୍କ ବିଭୀଷଣ ବୟାନ ପରେ ତେଜିବାରେ ଲାଗିଛି କଂଗ୍ରେସ କଳି । ଭକ୍ତ-ମୋକିମ ଏକ ପ୍ରକାର ମୁହାଁମୁହିଁ ହୋଇଛନ୍ତି । ଶୃଙ୍ଖଳା କମିଟିକୁ ଚିଠି ଲେଖି ପିସିସି ସଭାପତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମହମ୍ମଦ ମୋକିମ ।
ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପାଇଁ କିଏ ସାଜିଲା 'ବିଭୀଷଣ' ? ଭକ୍ତଙ୍କ ବିଭୀଷଣ ବୟାନ ପରେ ତେଜିବାରେ ଲାଗିଛି କଂଗ୍ରେସ କଳି । ଭକ୍ତ-ମୋକିମ ଏକ ପ୍ରକାର ମୁହାଁମୁହିଁ ହୋଇଛନ୍ତି । ଶୃଙ୍ଖଳା କମିଟିକୁ ଚିଠି ଲେଖି ପିସିସି ସଭାପତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମହମ୍ମଦ ମୋକିମ ।

ପିସିସି ସଭାପତି ଭକ୍ତ ଦାସଙ୍କ 'ବିଭୀଷଣ' ମନ୍ତବ୍ୟ ପରେ କଂଗ୍ରେସରେ ମୁଣ୍ଡ ଟେକିଛି ନୂଆ ବିବାଦ । ଦଳ ମୁଖିଆଙ୍କ ବିରୋଧରେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସୁଜିତ ପାଢୀଙ୍କୁ ଚିଠି ଲେଖିଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍ ।

ଏଥିସହ ପଢ଼ନ୍ତୁ: ଏନକ୍ରିପ୍ଟେଡ୍ ଆପ୍ସରେ ଡକ୍ଟର ମୁଜାମ୍ମିଲକୁ ଆସିଥିଲା ୪୨ ବୋମା ତିଆରି ଭିଡିଓ

ମୋକିମ୍ ଲେଖିଛନ୍ତି, "ନୂଆପଡ଼ା ଉପନିର୍ବାଚନରେ ଦଳର ପରାଜୟ ପରେ ସଭାପତି ହିସାବରେ ଭକ୍ତ ଦାସ ନୈତିକ ଦାୟିତ୍ୱ ନେବା କଥା । କିନ୍ତୁ ଏହା ନକରି ପିସିସି ସଭାପତି ମୋ ବିରୋଧରେ ଦାୟିତ୍ୱହୀନ ବିବୃତ୍ତି ଦେଇଛନ୍ତି । ଭକ୍ତ ଦାସଙ୍କ ଏଭଳି ମନ୍ତବ୍ୟ ଅସତ୍ୟ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।"

ଗଣମାଧ୍ୟମରେ ଏଭିଳି ମନ୍ତବ୍ୟ ଦେଇ ପିସିସି ସଭାପତି ଭକ୍ତ ଦାସ ଦଳ ବିରୋଧୀ କାମ କରିଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୋକିମ୍ । ତେବେ ଏ ସବୁ ଭିତରେ 'ବିଭୀଷଣ' କିଏ ତାହା ଅନୁସନ୍ଧାନ ନକରି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଦୋଷ ଦେବା ଠିକ୍ ନୁହେଁ ବୋଲି କହି ନିଆଁରେ ଘିଅ ଢାଳିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହାସହ କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ବ୍ୟକ୍ତିଙ୍କୁ ଦାୟିତ୍ଵ ଦେଲେ ଦଳ ସୁଦୃଢ଼ ହେବ ବୋଲି ଉପଦେଶ ଦେଇଛନ୍ତି ନିରଞ୍ଜନ ।

ଏଥିସହ ପଢ଼ନ୍ତୁ: ଖଣି ପାଇଁ ଅକ୍ସନ୍ ଜାଗାରେ ହେବ ଲଟେରି; SC/ST ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବଢ଼ିଲା

ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଦଳ ଭିତରେ କେହି କାହାକୁ ଧୋକା ଦେଇନାହାନ୍ତି । ବରଂ ନିର୍ବାଚନ ପରିଚାଳନା ଏବଂ ଅର୍ଥାଭାବ ଯୋଗୁଁ ଦଳ ପରାଜାୟ ବରଣ କରିଛି ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ।

ଉପନିର୍ବାଚନରେ ପରାଜୟ ବରଣ କରିବା ସତ୍ତ୍ଵେ କଂଗ୍ରେସ ତିନି ନମ୍ବରରୁ ଦୁଇ ନମ୍ବର ସ୍ଥାନକୁ ଉଠିଛି । କିନ୍ତୁ ଏଭଳି ସ୍ଥିତିରେ ପରାଜୟର ସମୀକ୍ଷା କରିବା ପରିବର୍ତ୍ତେ ଦଳ ଭିତରେ ନେତା ପରସ୍ପରକୁ କାଦୁଅ ଫିଙ୍ଗା ରାଜନୀତିରେ ମାତିଛନ୍ତି । ତେବେ ଭକ୍ତଙ୍କ 'ବିଭୀଷଣ' ବୟାନରୁ ଆରମ୍ଭ ଯୁଦ୍ଧକୁ ମୋକିମ ଦିଲ୍ଲୀ ଦରବାରକୁ ଟାଣିଛନ୍ତି । ଦେଖିବାକୁ ବାକି ରହିଲା ଭକ୍ତ 'ହାତ'କୁ ସଜାଡ଼ୁଛନ୍ତି ନା ଆହୁରି ମୋଡ଼ି ଦଳକୁ ଭାଙ୍ଗି ଦେଉଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored