|
logo
Live
Argus News App
GET APP

Argus News - ଖଣି ପାଇଁ ଅକ୍ସନ୍ ଜାଗାରେ ହେବ ଲଟେରି; SC/ST ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବଢ଼ିଲା

Odisha

Cabinet Decisions / ଖଣି ପାଇଁ ଅକ୍ସନ୍ ଜାଗାରେ ହେବ ଲଟେରି; SC/ST ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବଢ଼ିଲା

Sushanta Sahoo
Browse all articles by Sushanta Sahoo
·4 months ago·3 min read
ଖଣି ପାଇଁ ଅକ୍ସନ୍ ଜାଗାରେ ହେବ ଲଟେରି; SC/ST ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବଢ଼ିଲା

Key Points

ରାଜ୍ୟ କ୍ୟାବିନେଟ୍‌ର ୩୦ତମ ବୈଠକରେ ୯ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଖଣି ଲିଜ୍ ଆବଣ୍ଟନ କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ୍ । ଖଣି ଲିଜ୍ ଆବଣ୍ଟନ ପାଇଁ ଇ-ଲଟେରି ବ୍ୟବସ୍ଥା ପ୍ରଚଳନ କରାଯିବ ।
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ର ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ କ୍ୟାବିନେଟ୍‌ର ୩୦ତମ ବୈଠକରେ ୯ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ଖଣି ଆବଣ୍ଟନ ପାଇଁ ଇ-ଲଟେରି

ଖଣି ଲିଜ୍ ଆବଣ୍ଟନ କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ୍ । ରାଜ୍ୟ ସରକାର, ସୈରାତ ଉତ୍ସ ଯୋଗାଣ, ଚାହିଦା ଶୃଙ୍ଖଳ ଏବଂ ଲଘୁ ଖଣିଜ ପଦାର୍ଥର ମୂଲ୍ୟ ବର୍ତ୍ତମାନ ପରିସ୍ଥିତିକୁ ସମୀକ୍ଷା କରି ରାଜ୍ୟରେ ଖଣି ଲିଜ୍ ଆବଣ୍ଟନ ପାଇଁ ଇ-ଲଟେରି ବ୍ୟବସ୍ଥା ପ୍ରଚଳନ କରାଯିବ ।

ନୂତନ ବ୍ୟବସ୍ଥାରେ ଲଘୁ ଖଣିଜ ଉତ୍ସଗୁଡ଼ିକର ଆବଣ୍ଟନ ଏବଂ କାର୍ଯ୍ୟକ୍ଷମତାକୁ ତ୍ଵରାନ୍ଵିତ କରିବା ସହ ଯୋଗାଣ-ଚାହିଦା ମଧ୍ୟରେ ବ୍ୟବଧାନ ହ୍ରାସ କରିବ ଏବଂ ସୁଲଭ ମୂଲ୍ୟରେ ଯୋଗାଣ ସୁନିଶ୍ଚିତ କରିବ । ଘରୋଇ ଜମି ଏବଂ IDCO ଲିଜ୍ ପ୍ରାପ୍ତ ଜମିରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ସମୟରେ ଉତ୍ତୋଳିତ ଲଘୁ ଖଣିଜର ବିନିଯୋଗ ପାଇଁ ନୂତନ ବ୍ୟବସ୍ଥା ପ୍ରଚଳନ କରାଯାଇଛି ।

ଏଥିସହ ପଢ଼ନ୍ତୁ: ହ୍ୟୁମାନଙ୍କ ମୃତ୍ୟୁ ପଛରେ ବଡ଼ ଷଡ଼ଯନ୍ତ୍ର ଅଭିଯୋଗ, ୨ ମ୍ୟାନେଜରଙ୍କ ନାଁରେ ଏତଲା

ଏହି ସଂଶୋଧନରେ ବେଆଇନ୍ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣକୁ ପ୍ରତିରୋଧ କରିବା ସହ ସର୍ବାଧିକ ବିକ୍ରୟ ମୂଲ୍ୟ ନିର୍ଦ୍ଧାରଣର ବ୍ୟବସ୍ଥା କରାଯାଇଛି । କ୍ୟାବିନେଟ୍ ଅନୁମୋଦନ ପରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ (OMMC Rules, 2016)ରେ ସଂଶଧୋଧନ କରାଯାଇଛି ।

SC/ST ଛାତ୍ରଛାତ୍ରୀଙ୍କ ବୃତ୍ତି ଅର୍ଥ ବୃଦ୍ଧି

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାକ୍-ମାଟ୍ରିକ ଛାତ୍ରବୃତ୍ତି ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ହାର ବୃଦ୍ଧି କରାଯାଇଛି । SC/ST ବିଭାଗ ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପରିଚାଳିତ ବିଦ୍ୟାଳୟରେ ଅଧ୍ୟନ କରୁଥିବା ଅନ୍ତେବାସୀଙ୍କ ପ୍ରାକ୍-ମାଟ୍ରିକ୍ ଛାତ୍ରବୃତ୍ତି ବଢ଼ିଛି । ଛାତ୍ରଙ୍କୁ ପୂର୍ବରୁ ବାର୍ଷିକ ୧୦, ୫୦୦ ପରିବର୍ତ୍ତେ ଏବେ ଏବେ ୧୬ ମିଳିବ । ସେହିଭଳି ଛାତ୍ରୀ ୧୧ ହଜାର ପରିବର୍ତ୍ତେ ପାଇବେ ୧୭ ହଜାର ଟଙ୍କା ।

ସର୍ବାଧିକ ୧୦ ମାସ ପାଇଁ ଏହି ଛାତ୍ରବୃତ୍ତି ଶିଶୁବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବ । ଅନ୍ଵେଷା ଛାତ୍ରାବାସରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ପ୍ରାକ୍-ମାଟ୍ରିକ ଛାତ୍ରବୃଦ୍ଧି ୧୧ ହଜାରରୁ ୧୭ ହଜାରକୁ ବୃଦ୍ଧି କରାଯାଇଛି ।

SC/ST ବିଭାଗ ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପରିଚାଳିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ଵାଦଶ ଶ୍ରେଣ ପଢ଼ୁଥିବା ଅନ୍ତେବାସୀଙ୍କ ମେସ୍ ପରିଚାଳନା ଖର୍ଚ୍ଚ ଯଥା ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ବଢ଼ିଛି । ଏହି ଯୋଜନାରେ ଛାତ୍ର ପିଛା ବାର୍ଷିକ ୧୧ ହଜାର ପରିବର୍ତ୍ତେ ୧୬ ହଜାର ଓ ଛାତ୍ରୀଙ୍କୁ ୧୭ ହଜାର ଦିଆଯିବ ।

ଏଥିସହ ପଢ଼ନ୍ତୁ: କ୍ରିକେଟ ପିଚ୍‌ରେ ସ୍ମୃତି ମନ୍ଧାନା ଏକ ନୂଆ ଇନିଂସ ଆରମ୍ଭ କଲେ: ଟିମ ଇଣ୍ଡିଆ ଷ୍ଟାର ଖେଳାଳୀଙ୍କ ବଡ଼ ଘୋଷଣା

ଏହି ଛାତ୍ରବୃତ୍ତି ସଂଶୋଧନ ଦ୍ଵାରା ବିଦ୍ୟାଳୟରେ ଅଧ୍ୟୟନରତ ଅନୁସୂଚିତ ଜନଜାତି ବର୍ଗର ଅନ୍ତେବାସୀ ଛାତ୍ରଛାତ୍ରୀମାନେ ଉନ୍ନତମାନର ଓ ପରିମାଣର ପୁଷ୍ଟିକର ଖାଦ୍ୟ ପାଇପାରିବେ । ଏହି ବର୍ଦ୍ଧିତ ଛାତ୍ରବୃତ୍ତି ୨୦୨୫-୨୬ ଶିକ୍ଷାବର୍ଷର ଡିସେମ୍ବର ମାସ ପହିଲାରୁ ଲାଗୁ କରାଯିବ ।

ଗଠନ ହେବ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ

ରାଜ୍ୟ କ୍ୟାବିନେଟ୍‌ରେ ୟୁନିଫର୍ମ ସର୍ଭିସ୍ ପାଇଁ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନକୁ ଅନୁମୋଦନ ମିଳିଛି । ଚୟନ ଆୟୋଗରେ ଜଣେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟ ରହିବେ। ଏହା ଦ୍ଵାରା ନିଯୁକ୍ତି ପ୍ରକ୍ରିୟାରେ ସ୍ଵଚ୍ଛତା ଆସିବ । ପୋଲିସ, ବନ ବିଭାଗ, ଅବକାରୀ ଭଳି ୟୁନିଫର୍ମ ସେବା ପାଇଁ ନିଯୁକ୍ତି କରିବ ଏହି ଆୟୋଗ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cabinet Decisions : ଖଣି ପାଇଁ ଅକ୍ସନ୍ ଜାଗାରେ ହେବ ଲଟେରି; SC/ST ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବଢ଼ିଲା | Argus News