Dharamshala Clash Odisha / 'ପତିଆରା କମୁଥିବାରୁ ହିଂସ୍ର ହେଉଛି BJD, ଅନୁମତି ନଥାଇ ଡିଜି ଅଫିସ ଆଗରେ ଚାଲିଛି ପ୍ରହସନ'
·7 months ago·2 min read

Key Points
ଧର୍ମଶାଳାରେ ଗଣ୍ଡଗୋଳ ଘଟଣାରେ ଜବାବ ରଖିଲେ ହିମାଂଶୁ ସାହୁ
କହିଲେ, ପତିଆରା କମୁଥିବାରୁ ହିଂସ୍ର ହେଉଛି ବିଜେଡି
ଅନୁମତି ନଥାଇ ଡିଜି ଅଫିସ ଆଗରେ ଚାଲିଛି ପ୍ରହସନ

ଯାଜପୁର ଜିଲ୍ଲା ଧର୍ମଶାଳାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ହିମାଂଶୁ ଶେଖର ସାହୁ । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ଜୋରଦାର ବର୍ଷିଛନ୍ତି ହିମାଂଶୁ । ସେ କହିଛନ୍ତି, ପୂର୍ବତନ ବିଧାୟକଙ୍କ ପତିଆରା କମୁଥିବାରୁ ହିଂସ୍ର ହେଉଛି ବିଜେଡି । ଲୋକଙ୍କୁ ଉସୁକାଇ ଗଣ୍ଡଗୋଳ କରାଉଛି ।
ପୂରା ଘଟଣାରେ ଧର୍ମଶାଳା ବିଧାୟକଙ୍କ ସଂପୃକ୍ତି ଅଭିଯୋଗ ଆଣିଥିଲା ବିଜେଡି । ଏହାର ଜବାବରରେ ତାଙ୍କ ସଂପୃକ୍ତିର ପ୍ରମାଣ ମାଗି ଚ୍ୟାଲେଞ୍ଜ କରିଛନ୍ତି ବିଧାୟକ । ସେହିପରି ଗଣ୍ଡଗୋଳ ଘଟିଥିବା ଧର୍ମଶାଳା କିମ୍ବା ଜେନାପୁର ଥାନାରେ FIR ନ କରି ଡିଜି ଅଫିସ ଆଗରେ ବିନା ଅନୁମତିରେ ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକ ଧାରଣାରେ ବସିବାକୁ ପ୍ରହସନ ବୋଲି ସେ କହିଛନ୍ତି । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପତିଆରା କମୁଥିବାରୁ ସେ ରାଜନୈତିକ ଡ୍ରାମା ଚଳାଇଥିବା କହି ଅତି କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିଧାୟକ ହିମାଂଶୁ ସାହୁ ।
ସେପଟେ ଧର୍ମଶାଳାରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ କରିଛି ବିଜେଡି । ଏନେଇ ଭୁବନେଶ୍ବରର ସ୍ଥିତ ଡିଜି କ୍ୟାମ୍ପ ଅଫିସ ଆଗରେ ଧାରଣାରେ ବସିଛି ବିଜେଡି । ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛି ବିଜେଡି ।
ଅଧିକ ପଢ଼ନ୍ତୁ: ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
ସେହିପରି ଧର୍ମଶାଳା ବ୍ଲକ ଜେନାପୁର ଥାନା ଆଗରେ ବିଜେପି କର୍ମୀ ଧାରଣାରେ ବସିଛନ୍ତି I ଗତକାଲି ରାତିରୁ ଜେନାପୁର ଥାନା ସମ୍ମୁଖରେ ଧାରଣା ଜାରି ରହିଛି I ବିଜେପି କର୍ମୀ ସୁନୀଲ ପଣ୍ଡା ଢେଙ୍କାନାଳରୁ ପନ୍ତୁରି ରାସ୍ତାରେ ଫେରୁଥିବା ବେଳେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ ନିକଟରେ ସୁନୀଲଙ୍କ ଗାଡି ଅଟକାଇ ବିଜେଡି କର୍ମୀ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀଙ୍କ ଆକ୍ରମଣରେ ସୁନୀଲଙ୍କ ଗାଡିର କ୍ଷତି ହୋଇଥିବାବେଳେ ତାଙ୍କର ମୁଣ୍ଡରେ ଆଘାତ ଲାଗିଛି I ଚିକିତ୍ସା ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରତିବାଦରେ ଶହ ଶହ ବିଜେପି କର୍ମୀ ଗତକାଲି ରାତିରୁ ଜେନାପୁର ଥାନା ସମୁଖରେ ଧାରଣାରେ ବସିଛନ୍ତି I ନ୍ୟାୟ ନ ମିଳିବା ଯାଏ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।
ଅନ୍ୟପଟେ ଧର୍ମଶାଳା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟରେ ଯେଉଁଠି ଆଇନ ଶୃଙ୍ଖଳା ବ୍ୟାହତ ହେଉଛି, ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଦୋଷୀଙ୍କୁ ଗିରଫ କରାଯାଉଛି । ଧର୍ମଶାଳାରେ ଆଜି ଯାହା ବି ଘଟଣା ଘଟିଛି, ପୋଲିସ ସ୍ୱାଧୀନ ଭାବେ କୌଣସି ଚାପଗ୍ରସ୍ତ ନହୋଇ ଆବଶ୍ୟକ ପଦକ୍ଷେପ ନେବ ବୋଲି ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଏହାକୁ ନେଇ ରାଜନୀତିକରଣ କରିବା ଆବଶ୍ୟକ ନୁହେଁ । ନିଜର ରାଜନୈତିକ ଅସ୍ତିତ୍ୱ ରକ୍ଷା କରିବା ପାଇଁ କିଏ ଆନ୍ଦୋଳନ କରିପାରନ୍ତି । ଧର୍ମଶାଳାର ପୂର୍ବତନ ବିଧାୟକ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି, ସେ ବାବଦରେ ପୋଲିସ ଯାହା ଯଥୋଚିତ କାମ କରିବା କଥା କରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories