Lalu Yadav Family / 'ଭାଇ ଥିଲେ ଭଗବାନ ସମାନ ବାପାଙ୍କୁ ବଞ୍ଚାନ୍ତୁ ନାହିଁ'; କାହିଁକି ଏମିତି କହିଲେ ଲାଲୁଙ୍କ ବଡ଼ ଝିଅ
·4 months ago·3 min read

Key Points
ଶନିବାର ପରିବାର ସହ ସବୁ ସମ୍ପର୍କ ତୁଟାଇବା ପରେ ରୋହିଣୀ ସୋସିଆଲ୍ ମିଡିଆରେ ଲେଖିଛନ୍ତି- ମନର ବେଦନା, ବାପ ଘରେ ମିଳିଥିବା ଯାତନା ଓ ହୃଦୟକୁ ଭାଙ୍ଗି ଦେଇଥିବା କେଇ ପଦ କଥା ।
ପାଟନା: RJD ହାରିବା ପରେ ଘର ସହ ଦଳ ଛାଡ଼ିଛନ୍ତି ଲାଲୁଙ୍କ ବଡ଼ ଝିଅ ରୋହିଣୀ ଆଚାର୍ଯ୍ୟ । ଶନିବାର ପରିବାର ସହ ସବୁ ସମ୍ପର୍କ ତୁଟାଇବା ପରେ ରୋହିଣୀ ସୋସିଆଲ୍ ମିଡିଆରେ ଲେଖିଛନ୍ତି- ମନର ବେଦନା, ବାପ ଘରେ ମିଳିଥିବା ଯାତନା ଓ ହୃଦୟକୁ ଭାଙ୍ଗି ଦେଇଥିବା କେଇ ପଦ କଥା ।
ସୋସିଆଲ୍ ମିଡିଆରେ ରୋହିଣୀ ଲେଖିଛନ୍ତି, "କାଲି ମୋତେ ଗାଳି ଦେଇ କୁହାଗଲା ମୁଁ ମଇଳା ଏବଂ ମୁଁ ମୋ ବାପାଙ୍କୁ ମୋର ମଇଳା (ଖରାପ) କିଡନୀ ଲଗାଇ ଦେଇଛି । ଏଥିପାଇଁ କୋଟି କୋଟି ଟଙ୍କା ନେଇଛି, ଟିକେଟ୍ ନେବା ପରେ ମଇଳା କିଡନୀ ଲଗାଇଛି ।"
ଏଥିସହ ପଢ଼ନ୍ତୁ: ନିର୍ବାଚନ ହାରିବା ପରେ ଲାଲୁଙ୍କ ପରିବାରରେ ବଡ଼ ଫାଟ; ସଞ୍ଜୟଙ୍କୁ ଦାୟୀ କରି ସମ୍ପର୍କ ଭାଙ୍ଗିଲେ ରୋହିଣୀ
ସମସ୍ତ ବିବାହିତ ମହିଳାଙ୍କ ଉଦ୍ଦେଶ୍ୟରେ ରୋହିଣୀ ଲେଖିଛନ୍ତି, "ଯେତେବେଳେ ଆପଣଙ୍କ ବାପଘରେ କୌଣସି ପୁଅ - ଭାଇ ଥିବେ, ସେତେବେଳେ ଭୁଲ୍ରେ ବି ଭଗବାନ ସମାନ ପିତାଙ୍କୁ ବଞ୍ଚାନ୍ତୁ ନାହିଁ । ଆପଣଙ୍କ ଭାଇ, ସେହି ଘରର ପୁଅକୁ ହିଁ କୁହନ୍ତୁ ନିଜର କିମ୍ବା ତାଙ୍କର କୌଣସି ହରିୟାଣବୀ ବନ୍ଧୁଙ୍କ କିଡନୀ ଲଗାଇ ଦିଅନ୍ତୁ ।"
ସମସ୍ତ ଭଉଣୀ - ଝିଅ ନିଜ ଘରକୁ, ପରିବାରକୁ ଦେଖନ୍ତୁ । ନିଜ ପିତାମାତାଙ୍କ କଥା ନ ଭାବି ନିଜ ଛୁଆ, ନିଜ କାମ, ନିଜ ବିଷୟରେ ଭାବନ୍ତୁ । ମୋର ବଡ଼ ଭୁଲ୍ ହେଲା ମୁଁ ମୋ ପରିବାର, ତିନି ଛୁଆଙ୍କୁ ଦେଖିଲିନି । କିଡନୀ ଦେବା ସମୟରେ ସ୍ଵାମୀଙ୍କୁ ପଚାରିଲି ନାହିଁ, ଶ୍ଵଶୁର ଘର ଲୋକଙ୍କ ଅନୁମତି ନେଲିନି । ମୋର ଭଗବାନ, ମୋର ପିତାଙ୍କୁ ବଞ୍ଚାଇବା ପାଇଁ ଯାହା କଲି ତାକୁ ଆଜି ମଇଳା ବୋଲି କୁହାଯାଇଛି । ମୋ ଭଳି ଭୁଲ୍ କେହି, କେବେ କରନ୍ତୁ ନାହିଁ । ଏପରିକି କୌଣସି ଘରେ ରୋହିଣୀ ଭଳି ଝିଅ ଜନ୍ମ ହୁଅନ୍ତୁ ନାହିଁ ବୋଲି ଲେଖିଛନ୍ତି ଲାଲୁଙ୍କ ବଡ଼ ଝିଅ ।
ଏଥିସହ ପଢ଼ନ୍ତୁ: RJDର ପରାଜୟ ପରେ ଲାଲୁ ପରିବାରରେ 'ମହାଭାରତ', ସଞ୍ଜୟ ସାଜିଲେ 'ଶକୁନି'
ସେତିକି ନୁହେଁ ଜଣେ ଝିଅ, ଜଣେ ଭଉଣୀ, ଜଣେ ବିବାହିତ ମହିଳା, ଜଣେ ମାଆକୁ ଅସଭ୍ୟ ଗାଳି ଦିଆଯାଇ ବଦନାମ କରାଯାଇଥିବା ସୋସିଆଲ୍ ମିଡିଆରେ ଲେଖିଛନ୍ତି ରୋହିଣୀ । କହିଛନ୍ତି, "ତାଙ୍କୁ ମାରିବା ପାଇଁ ଚପଲ ମଧ୍ୟ ଉଠାଯାଇଛି । ମୁଁ ମୋର ଆତ୍ମସମ୍ମାନ ସହ ବୁଝାମଣା କରି ନାହିଁ, ସତକୁ ସମର୍ପଣ କରିନାହିଁ । ଆଉ ଏହି କାରଣ ପାଇଁ ମୋର ବେଜ୍ଜିତ କରାଯାଉଛି ।"
ଲାଲୁଙ୍କ ବଡ଼ ଝିଅ ରୋହିଣୀ ଲେଖିଛନ୍ତି, "କାଲି ଏକ ଝିଅ ବାଧ୍ୟବାଧକତାରେ କାନ୍ଦୁଥିବା ନିଜ ବାପାମାଆଙ୍କ ସହ ଭଉଣୀଙ୍କୁ ଛାଡ଼ିଛି । ମୋଠାରୁ ମୋ ବାପଘର ଛଡ଼ାଇ ନିଆଯାଇ ମୋତେ ଅନାଥ କରି ଦିଆଯାଇଛି ।"
कल मुझे गालियों के साथ बोला गया कि मैं गंदी हूँ और मैंने अपने पिता को अपनी गंदी किडनी लगवा दी , करोड़ों रूपए लिए , टिकट लिया तब लगवाई गंदी किडनी .. सभी बेटी - बहन , जो शादीशुदा हैं उनको मैं बोलूंगी कि जब आपके मायके में कोई बेटा - भाई हो , तो भूल कर भी अपने भगवान रूपी पिता को…
— Rohini Acharya (@RohiniAcharya2) November 16, 2025
ସୋସିଆଲ୍ ମିଡିଆରେ ରୋହିଣୀ ଲେଖିଛନ୍ତି, "କାଲି ମୋତେ ଗାଳି ଦେଇ କୁହାଗଲା ମୁଁ ମଇଳା ଏବଂ ମୁଁ ମୋ ବାପାଙ୍କୁ ମୋର ମଇଳା (ଖରାପ) କିଡନୀ ଲଗାଇ ଦେଇଛି । ଏଥିପାଇଁ କୋଟି କୋଟି ଟଙ୍କା ନେଇଛି, ଟିକେଟ୍ ନେବା ପରେ ମଇଳା କିଡନୀ ଲଗାଇଛି ।"
ଏଥିସହ ପଢ଼ନ୍ତୁ: ନିର୍ବାଚନ ହାରିବା ପରେ ଲାଲୁଙ୍କ ପରିବାରରେ ବଡ଼ ଫାଟ; ସଞ୍ଜୟଙ୍କୁ ଦାୟୀ କରି ସମ୍ପର୍କ ଭାଙ୍ଗିଲେ ରୋହିଣୀ
ସମସ୍ତ ବିବାହିତ ମହିଳାଙ୍କ ଉଦ୍ଦେଶ୍ୟରେ ରୋହିଣୀ ଲେଖିଛନ୍ତି, "ଯେତେବେଳେ ଆପଣଙ୍କ ବାପଘରେ କୌଣସି ପୁଅ - ଭାଇ ଥିବେ, ସେତେବେଳେ ଭୁଲ୍ରେ ବି ଭଗବାନ ସମାନ ପିତାଙ୍କୁ ବଞ୍ଚାନ୍ତୁ ନାହିଁ । ଆପଣଙ୍କ ଭାଇ, ସେହି ଘରର ପୁଅକୁ ହିଁ କୁହନ୍ତୁ ନିଜର କିମ୍ବା ତାଙ୍କର କୌଣସି ହରିୟାଣବୀ ବନ୍ଧୁଙ୍କ କିଡନୀ ଲଗାଇ ଦିଅନ୍ତୁ ।"
ସମସ୍ତ ଭଉଣୀ - ଝିଅ ନିଜ ଘରକୁ, ପରିବାରକୁ ଦେଖନ୍ତୁ । ନିଜ ପିତାମାତାଙ୍କ କଥା ନ ଭାବି ନିଜ ଛୁଆ, ନିଜ କାମ, ନିଜ ବିଷୟରେ ଭାବନ୍ତୁ । ମୋର ବଡ଼ ଭୁଲ୍ ହେଲା ମୁଁ ମୋ ପରିବାର, ତିନି ଛୁଆଙ୍କୁ ଦେଖିଲିନି । କିଡନୀ ଦେବା ସମୟରେ ସ୍ଵାମୀଙ୍କୁ ପଚାରିଲି ନାହିଁ, ଶ୍ଵଶୁର ଘର ଲୋକଙ୍କ ଅନୁମତି ନେଲିନି । ମୋର ଭଗବାନ, ମୋର ପିତାଙ୍କୁ ବଞ୍ଚାଇବା ପାଇଁ ଯାହା କଲି ତାକୁ ଆଜି ମଇଳା ବୋଲି କୁହାଯାଇଛି । ମୋ ଭଳି ଭୁଲ୍ କେହି, କେବେ କରନ୍ତୁ ନାହିଁ । ଏପରିକି କୌଣସି ଘରେ ରୋହିଣୀ ଭଳି ଝିଅ ଜନ୍ମ ହୁଅନ୍ତୁ ନାହିଁ ବୋଲି ଲେଖିଛନ୍ତି ଲାଲୁଙ୍କ ବଡ଼ ଝିଅ ।
ଏଥିସହ ପଢ଼ନ୍ତୁ: RJDର ପରାଜୟ ପରେ ଲାଲୁ ପରିବାରରେ 'ମହାଭାରତ', ସଞ୍ଜୟ ସାଜିଲେ 'ଶକୁନି'
ସେତିକି ନୁହେଁ ଜଣେ ଝିଅ, ଜଣେ ଭଉଣୀ, ଜଣେ ବିବାହିତ ମହିଳା, ଜଣେ ମାଆକୁ ଅସଭ୍ୟ ଗାଳି ଦିଆଯାଇ ବଦନାମ କରାଯାଇଥିବା ସୋସିଆଲ୍ ମିଡିଆରେ ଲେଖିଛନ୍ତି ରୋହିଣୀ । କହିଛନ୍ତି, "ତାଙ୍କୁ ମାରିବା ପାଇଁ ଚପଲ ମଧ୍ୟ ଉଠାଯାଇଛି । ମୁଁ ମୋର ଆତ୍ମସମ୍ମାନ ସହ ବୁଝାମଣା କରି ନାହିଁ, ସତକୁ ସମର୍ପଣ କରିନାହିଁ । ଆଉ ଏହି କାରଣ ପାଇଁ ମୋର ବେଜ୍ଜିତ କରାଯାଉଛି ।"
कल एक बेटी, एक बहन , एक शादीशुदा महिला , एक माँ को जलील किया गया , गंदी गालियाँ दी गयीं , मारने के लिए चप्पल उठाया गया , मैंने अपने आत्मसम्मान से समझौता नहीं किया, सच का समर्पण नहीं किया , सिर्फ और सिर्फ इस वजह से मुझे बेइज्जती झेलनी पडी ..
— Rohini Acharya (@RohiniAcharya2) November 16, 2025
कल एक बेटी मजबूरी में अपने रोते हुए…
ଲାଲୁଙ୍କ ବଡ଼ ଝିଅ ରୋହିଣୀ ଲେଖିଛନ୍ତି, "କାଲି ଏକ ଝିଅ ବାଧ୍ୟବାଧକତାରେ କାନ୍ଦୁଥିବା ନିଜ ବାପାମାଆଙ୍କ ସହ ଭଉଣୀଙ୍କୁ ଛାଡ଼ିଛି । ମୋଠାରୁ ମୋ ବାପଘର ଛଡ଼ାଇ ନିଆଯାଇ ମୋତେ ଅନାଥ କରି ଦିଆଯାଇଛି ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories