|
logo
Live

Argus News - ନିର୍ବାଚନ ହାରିବା ପରେ ଲାଲୁଙ୍କ ପରିବାରରେ ବଡ଼ ଫାଟ; ସଞ୍ଜୟଙ୍କୁ ଦାୟୀ କରି ସମ୍ପର୍କ ଭାଙ୍ଗିଲେ ରୋହିଣୀ

Politics

Lalu Yadav Family / ନିର୍ବାଚନ ହାରିବା ପରେ ଲାଲୁଙ୍କ ପରିବାରରେ ବଡ଼ ଫାଟ; ସଞ୍ଜୟଙ୍କୁ ଦାୟୀ କରି ସମ୍ପର୍କ ଭାଙ୍ଗିଲେ ରୋହିଣୀ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ନିର୍ବାଚନ ହାରିବା ପରେ ଲାଲୁଙ୍କ ପରିବାରରେ ବଡ଼ ଫାଟ; ସଞ୍ଜୟଙ୍କୁ ଦାୟୀ କରି ସମ୍ପର୍କ ଭାଙ୍ଗିଲେ ରୋହିଣୀ

Key Points

RJD ହାରିବା ସହ ଲାଲୁ ଯାଦବଙ୍କ ପରିବାର ଭିତରେ କଳହ ବଢ଼ିଛି । ପରିବାର ଭିତରେ କୁହୁଳୁଥିବା କଳହର ନିଆଁ ବାହାରକୁ ଆସିଛି ।
ପାଟନା: ବିହାର ନିର୍ବାଚନରେ ମହାଗଠବନ୍ଧନର ପରାଜୟର ପ୍ରଭାବ ପଡ଼ିଛି ଲାଲୁଙ୍କ ପରିବାର ଉପରେ । RJD ହାରିବା ସହ ଲାଲୁ ଯାଦବଙ୍କ ପରିବାର ଭିତରେ କଳହ ବଢ଼ିଛି । ପରିବାର ଭିତରେ କୁହୁଳୁଥିବା କଳହର ନିଆଁ ବାହାରକୁ ଆସିଛି । ଲାଲୁଙ୍କ ବଡ଼ ଝିଅ ରୋହିଣୀ ଆଚାର୍ଯ୍ୟ ଶନିବାର ସୋସିଆଲ୍ ମିଡିଆରେ ପୋଷ୍ଟ କରି ସବୁ ଦୋଷ ନିଜ ଉପରକୁ ନେଇଛନ୍ତି ।


ରୋହିଣୀ ଆଚାର୍ଯ୍ୟ ସୋସିଆଲ୍ ମିଡିଆ Xରେ ଲେଖିଛନ୍ତି, "ମୁଁ ରାଜନୀତିରୁ ସନ୍ୟାସ ନେଉଛି ଏବଂ ମୋ ପରିବାର ସହ ସମ୍ପର୍କ କାଟୁଛି... । ସଞ୍ଜୟ ଯାଦବ ଓ ରାମୀଜ ମୋତେ ଏ ସବୁ କରିବାକୁ କହିଥିଲେ... ମୁଁ ଏସବୁଥିପାଇଁ ଦାୟୀ ।

ଏଥିସହ ପଢ଼ନ୍ତୁ: ତେର୍‌ଛା ତୀର ମାରିଲେ ଶ୍ରୀମୟୀ; 'ନୂଆପଡ଼ା ଭୋଟ୍ ସରିବା ଯାଏଁ ସୁରକ୍ଷିତ ସ୍ଥାନ ଥିଲା ପଳାସପଲ୍ଲୀ ଘର'

ଲାଲୁଙ୍କ ବଡ଼ ଝିଅ ରୋହିଣୀଙ୍କ ଏଭଳି ସୋସିଆଲ୍ ମିଡିଆ ପୋଷ୍ଟ RJDରେ ଆଭ୍ୟନ୍ତରୀଣ କଳହକୁ ଆହୁରି ବଢ଼ାଇ ଦେବ ବୋଲି ଆଶଙ୍କା କରାଯାଉଛି । ତେବେ ଲାଲୁଙ୍କ ପରିବାରରେ ଏଭଳି କଳି ନୂଆ ନୁହେଁ । ନିର୍ବାଚନ ପୂର୍ବରୁ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ RJD ଠାରୁ ନିଜକୁ ଅଲଗା କରି ଗଢ଼ିଥିଲେ ନୂଆ ଦଳ । ସେତେବେଳେ ତେଜ ପ୍ରତାପ କହିଥିଲେ, "ତାଙ୍କ ବାପାଙ୍କ ଦଳକୁ କେହି ଜୟଚନ୍ଦୋ ହାଇଜ୍ୟାକ୍ କରି ନେଇଛନ୍ତି ।"

ସୂଚନାଯୋଗ୍ୟ, ରୋହିଣୀ ଓ ସଞ୍ଜୟ ଯାଦବଙ୍କ ଭିତରେ ଅନେକ ଦିନରୁ ପଡ଼ୁ ନଥିଲା । ବିହାର ଅଧିକାର ଯାତ୍ରା ବେଳେ ମଧ୍ୟ ଏହା ସ୍ପଷ୍ଟ ବାରି ହୋଇ ପଡ଼ିଥିଲା । ସଞ୍ଜୟ ଯାଦବ ବସ୍‌ର ଆଗ ଧାଡ଼ିରେ ବସିଥିଲେ । ଏହା ଉପରେ ପ୍ରଶ୍ନ କରି ଜଣେ X ବ୍ୟବହାରକାରୀ କରିଥିବା ପୋଷ୍ଟକୁ ରୋହିଣୀ ସେୟାର୍ କରି ସେ ନାରାଜ ଥିବା ଦର୍ଶାଇଥିଲେ ।

ଏହା ପୂର୍ବରୁ ବି ରୋହିଣୀ ପରିବାରକୁ ନେଇ ସୋସିଆଲ୍ ମିଡିଆରେ ଲେଖିଥିଲେ । ସେପ୍ଟେମ୍ବରରେ ସେ ଲେଖିଛନ୍ତି, "ମୁଁ ଜଣେ ଭଉଣୀ ଓ ଝିଅ ଭାବେ ମୋର କର୍ତ୍ତବ୍ୟ ପାଳନ କରିଛି ଧର୍ମ ନିଭାଇଛି । ଆଗକୁ ମଧ୍ୟ ଏସବୁ କରିବି । ମୋର କୌଣସି ପଦ ପଦବୀର ଲାଳସା ନାହିଁ କି ରାଜନୈତିକ ଆଂକାକ୍ଷା ନାହିଁ । ମୋ ପାଇଁ ମୋର ଆତ୍ମସମ୍ମାନ ସବୁଠୁ ଆଗ ।"

ଏଥିସହ ପଢ଼ନ୍ତୁ: ଚ୍ୟାଲେଞ୍ଜ ହାରିଗଲେ ପ୍ରଶାନ୍ତ, ରାଜନୀତି ଛାଡ଼ିଦେବେ ତ ? ନହେଲେ ମୁହଁ ଦେଖାଇବେ କେମିତି...

ସେତେବେଳେ ଲାଗୁଥିଲା ରୋହିଣୀ ପରିବାର ଠାରୁ ଦୂରେଇ ଯାଉଛନ୍ତି । କିନ୍ତୁ ବିଧାନସଭା ନିର୍ବାଚନରେ ରୋହିଣୀ ପ୍ରଚାର କରିଥିଲେ । ଦେଇଥିଲେ ଭାଇ ତେଜସ୍ଵୀ ଯାଦବଙ୍କ ସାଥ୍ । କିନ୍ତୁ ନିର୍ବାଚନ ଫଳାଫଳ ଆସିବା ପରେ ରୋହିଣୀ ଉଭୟ ରାଜନୀତି ଓ ପରିବାର ଠାରୁ ଦୂରେଇ ଯିବା କଥା କହିଛନ୍ତି ।

୨୦୨୪ ଲୋକସଭା ନିର୍ବାଚନରେ ରୋହିଣୀ ରାଜନୀତିକୁ ଆସିଥିଲ । ସେ RJDର ସବୁଠାରୁ ମଜଭୁତ ଓ ପାରମ୍ପାରିକ ଆସନ ସାରଣରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ରୋହିଣୀଙ୍କୁ ହରାଇ ବିଜୟୀ ହୋଇଥିଲେ ରାଜୀବ ପ୍ରତାର ଋଢି । କୁହାଯାଉଛି ଏହା ପରାଜୟ ଲାଲୁଙ୍କ ପରିବାରରେ ରୋହିଣୀଙ୍କ ପ୍ରଭାବ କମାଇଥିଲା । ଆଉ ବିହାର ନିର୍ବାଚନ ପରାଜୟ ପରେ ପରିବାର ଠାରୁ ସମ୍ପର୍କ ଛିନ୍ନ କରିଛନ୍ତି ରୋହିଣୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Lalu Yadav Family: ନିର୍ବାଚନ ହାରିବା ପରେ ଲାଲୁଙ୍କ ପରିବାରରେ ବଡ଼ ଫାଟ; ସଞ୍ଜୟଙ୍କୁ ଦାୟୀ କରି ସମ୍ପର୍କ ଭାଙ୍ଗିଲେ ରୋହିଣୀ | Argus News