Nuapada By Election / ନୂଆପଡା ଉପନିର୍ବାଚନ: କଂଗ୍ରେସରେ ଗୋଷ୍ଠୀ କନ୍ଦଳ, ଷ୍ଟାର କ୍ୟାମ୍ପେନର ତାଲିକାରେ ନାହାନ୍ତି ସୋଫିଆ ଓ ରମେଶ ଜେନା
·8 months ago·2 min read

Key Points
ସରଗରମ ନୂଆପଡା ରାଜନୀତି
ଉପନିର୍ବାଚନକୁ ନେଇ କଂଗ୍ରେସରେ ଗୋଷ୍ଠୀ କନ୍ଦଳ
ଷ୍ଟାର କ୍ୟାମ୍ପେନର ତାଲିକାରେ ନାହାନ୍ତି ମୋକିମ, ସୋଫିଆ, ରମେଶ

ସରଗରମ ନୂଆପଡ଼ା ରାଜନୀତି । ନୂଆପଡା ଉପନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ପଦାରେ ପଡ଼ିଛି କଂଗ୍ରେସର ଦଳୀୟ କନ୍ଦଳ । ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାରେ କିଛି ବିଧାୟକ ଓ ବରିଷ୍ଠ ନେତାଙ୍କ ନ ଥିବା ଘଟଣା ଦଳୀୟ ମତ ପାର୍ଥକ୍ୟକୁ ପଦାରେ ପକାଇଛି । କାରଣ ପ୍ରଚାର କମିଟି ତାଲିକାରେ ନାହିଁ ଦୁଇ କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମ କି ତାଙ୍କ ଝିଅ ତଥା କଟକ ବିଧାୟିକା ସୋଫିଆ ଫିର୍ଦୋସଙ୍କ ନା । ସେହିପରି ଗଞ୍ଜାମ ଟାଣୁଆ ନେତା ତଥା ବିଧାୟକ ରମେଶ ଜେନା ଓ ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ରଙ୍କୁ ବି ପ୍ରଚାର କମିଟିରେ ରଖାଯାଇ ନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳୀୟ ନେତା ।
ସେପଟେ ନୂଆପଡ଼ାରେ ବିଜେପି କରୁଛି ଶକ୍ତି ପ୍ରଦର୍ଶନ । ଆଜି ଦଳୀୟ କର୍ମୀମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟ ଢୋଲକିଆଙ୍କ ବାସଭବନରେ ବସିଥିଲା । ଆଗାମୀ ଉପନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା । ଦଳୀୟ ଆଦର୍ଶରେ କାର୍ଯ୍ୟ କରିବାକୁ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ଜୟ ଢୋଲକିଆ ।
ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ଏହା ପୂର୍ବରୁ ଆଜି ବିଜେଡି କରିଥିଲା ରୋଡ଼ ଶୋ । ନୂଆପଡା ସହରର ତେଲିପଡ଼ା ପଡା ଠାରୁ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ପହଞ୍ଚିଥିଲା ଶୋଭାଯାତ୍ରା । ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଏବେ ଅପେକ୍ଷା ନୂଆପଡା ଘମାସାନରେ କାହାର ହେଉଛି ବିଜୟ ।
ସୂଚନା ଅନୁସାରେ ଗତ ଶନିବାର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିରାଟ ପଟୁଆରରେ ଖରିଆର ରୋଡରୁ ବାହାରି କରିଥିଲେ ନାମାଙ୍କନ । ସାଙ୍ଗରେ ଥିଲେ ବିଜେପି ରାଜ୍ୟସଭାପତିଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ବିଧାୟକ ଓ ସାଂସଦ । ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ୨ ସେଟ୍ ନାମାଙ୍କନ ଦାଖଲ କରିଥିଲେ ଜୟ । ନୂଆପଡ଼ାରେ ବିକାଶ ଧାରାକୁ ଆଗକୁ ନେବାକୁ ଦଳ ସଂକଳ୍ପ କରିଥିବା କହିଥିଲେ ପ୍ରାର୍ଥୀ ଓ ନେତା ।
ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ନିଜ ବାସଭବନ ତେଲିପଡାରୁ ବାହାରିଥିଲେ ଶୋଭାଯାତ୍ରାରେ । ସାଙ୍ଗରେ ପିସିସି ସଭାପତିଙ୍କ ସମେତ ସାମିଲ ହୋଇଥିଲେ ଦଳର ଅନେକ ବରିଷ୍ଠ ନେତା । ନୂଆପଡ଼ାରେ ଏକ ହି ନାମ.. ଘାସିରାମ... ଘାସିରାମ ....ନାରା ଦେଇ କର୍ମୀ ଘାସିରାମଙ୍କୁ କରିଥିଲେ ଉତ୍ସାହିତ । ନୂଆପଡ଼ାର ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ କୃଷକର ସମସ୍ୟାକୁ ଘାସିରାମ ପ୍ରସଙ୍ଗ କରିଛନ୍ତି ।

ଅଧିକ ପଢ଼ନ୍ତୁ: କେଉଁ ଦିନ ପାଳିବେ ଦୀପାବଳି ? ମୁହାଁମୁହିଁ ମୁକ୍ତିମଣ୍ଡପ ପଣ୍ଡିତ ଓ ଜ୍ୟୋତିର୍ବିଦ
ସୂଚନା ଅନୁସାରେ ଗତ ଶନିବାର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିରାଟ ପଟୁଆରରେ ଖରିଆର ରୋଡରୁ ବାହାରି କରିଥିଲେ ନାମାଙ୍କନ । ସାଙ୍ଗରେ ଥିଲେ ବିଜେପି ରାଜ୍ୟସଭାପତିଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ବିଧାୟକ ଓ ସାଂସଦ । ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ୨ ସେଟ୍ ନାମାଙ୍କନ ଦାଖଲ କରିଥିଲେ ଜୟ । ନୂଆପଡ଼ାରେ ବିକାଶ ଧାରାକୁ ଆଗକୁ ନେବାକୁ ଦଳ ସଂକଳ୍ପ କରିଥିବା କହିଥିଲେ ପ୍ରାର୍ଥୀ ଓ ନେତା ।
ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ନିଜ ବାସଭବନ ତେଲିପଡାରୁ ବାହାରିଥିଲେ ଶୋଭାଯାତ୍ରାରେ । ସାଙ୍ଗରେ ପିସିସି ସଭାପତିଙ୍କ ସମେତ ସାମିଲ ହୋଇଥିଲେ ଦଳର ଅନେକ ବରିଷ୍ଠ ନେତା । ନୂଆପଡ଼ାରେ ଏକ ହି ନାମ.. ଘାସିରାମ... ଘାସିରାମ ....ନାରା ଦେଇ କର୍ମୀ ଘାସିରାମଙ୍କୁ କରିଥିଲେ ଉତ୍ସାହିତ । ନୂଆପଡ଼ାର ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ କୃଷକର ସମସ୍ୟାକୁ ଘାସିରାମ ପ୍ରସଙ୍ଗ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories