Nuapada By Election / ଆଜି ଆସିବ ନୂଆପଡା ରେଜଲ୍ଟ, ତ୍ରି-ସ୍ତରୀୟ ସୁରକ୍ଷା ବଳୟରେ କାଉଣ୍ଟିଂ ସେଣ୍ଟର
·4 months ago·2 min read

Key Points
ନୂଆପଡ଼ା ଉପନିର୍ବାଚନ ଭୋଟ ଗଣତି ହେବ
ଆଜି ଫିଟିବ ବିଜେପି, ବିଜେଡି, କଂଗ୍ରେସ ସମେତ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ

ଆଜି ଜଣାପଡ଼ିବ ନୂଆପଡ଼ା କାହାର । ନୂଆପଡ଼ା ବ୍ୟାଟେଲରେ କିଏ ମାରିବ ବାଜି ? କିଏ ହେବ ନୂଆପଡାର ନୂଆ ନେତା ? କାହାର ହେବ ନୂଆପଡ଼ା ଆସନ ? ଆରମ୍ଭ ହୋଇସାରିଛି କାଉଣ୍ଟ ଡାଉନ। ଖୋଲିସାରିଛି EVM । ଆରମ୍ଭ ହୋଇସାରିଛି ଗଣତି । ତେବେ ପ୍ରଥମେ ପୋଷ୍ଟଲ ବାଲାଟ ଗଣତି, ତା'ପରେ EVM କାଉଣ୍ଟିଂ । ୧୪ଟି ଟେବୁଲରେ ହେବ ୨୬ ରାଉଣ୍ଡ ଗଣତି । ଜୟ, ସ୍ନେହାଙ୍ଗିନୀ ନା ଘାସିରାମ । କାହାକୁ ବିଜୟ ମୁକୁଟ ପିନ୍ଧାଇବେ ନୂଆପଡ଼ାବାସୀ ?
ନୂଆପଡ଼ା ଉପନିର୍ବାଚନ ଭୋଟ ଗଣତି ହେବ। ଆଜି ଫିଟିବ ବିଜେପି, ବିଜେଡି, କଂଗ୍ରେସ ସମେତ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ୩୫୮ଟି ଇଭିଏମ, ଭିଭିପାଟ ଓ ଅନ୍ୟ ମତଦାନ ସାମଗ୍ରୀ ନ୍ୟାସନାଲ କଲେଜ ଷ୍ଟ୍ରଙ୍ଗରୁମରେ ରହିଛି। ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟରେ ଇଭିଏମ୍ ରହିଛି। ନୂଆପଡ଼ା ଉପନିର୍ବାଚନରେ ୮୩.୪୫ ପ୍ରତିଶତ ମତଦାନ ହୋଇଛି। ୨ ଲକ୍ଷ ୫୪ ହଜାର ୪୯୭ ମତଦାତାଙ୍କ ମଧ୍ୟରୁ ୨ ଲକ୍ଷ ୧୨ ହଜାର ୩୮୫ ଜଣ ମତଦାନ କରିଛନ୍ତି। ସେଥିରୁ ପୁରୁଷ ୧ ଲକ୍ଷ ୩ହଜାର ୮୧୭ ଓ ମହିଳା ୧ଲକ୍ଷ ୮ହଜାର ୫୬୩।
ଏଥିସହ ପଢ଼ନ୍ତୁ: ଗଣତି ପାଇଁ କ'ଣ ରହିଛି ବ୍ୟବସ୍ଥା, କେଉଁ ସମୟରେ ଏଣ୍ଟ୍ରି କରିବେ ଏଜେଣ୍ଟ ? ଜାଣନ୍ତୁ...
ଖୋଲିବ EVM । କାହା ସପକ୍ଷରେ ଆସିଛି ଜନାଦେଶ । ଧଡ଼ ଧଡ଼ ହେଲାଣି ପ୍ରାର୍ଥୀ ଛାତି । ୩୫୮ ବୁଥ ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ମୋଟ ୨୬ ରାଉଣ୍ଡ ଗଣତି ହେବ । ସକାଳ ୮ଟାରେ ପ୍ରଥମେ ବାଲଟ ପେପର ଗଣତି ହେବ । ଏହା ପରେ ୮ଟା ୩୦ରେ EVM ଖୋଲାଯାଇ ଗଣତି ହେବ ।
ତାରିଖ -୧୪ । ପ୍ରାର୍ଥୀ - ୧୪ । ଟେବୁଲ୍ - ୧୪ । ଏହାରି ଭିତରେ ୧୪ ଅଙ୍କକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ୧୪ ତାରିଖରେ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ କାଉଣ୍ଟିଂ ପାଇଁ ପ୍ରସ୍ତୁତ ହୋଇଥିବା ୧୪ ଟେବୁଲ । ୩୫୮ ବୁଥ ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ପ୍ରତି ଟେବୁଲ୍ ପାଇଁ ଜଣେ ଲେଖାଏଁ କାଉଣ୍ଟି ସୁପର ଭାଇଜର ଦାୟିତ୍ବରେ ରହିବେ । ତାଙ୍କୁ ସହଯୋଗ କରିବେ କାଉଣ୍ଟି ଆସିଷ୍ଟାଣ୍ଟ । ଜଣେ ମାଇକ୍ରୋ ଅବଜରଭର କାଉଣ୍ଟିଂ ଟେବୁଲରେ ରହିବେ । ଏହା ସହ ଭୋଟ ଗଣତି ପ୍ରକ୍ରିୟାକୁ ତଦାରଖ କରିବେ ରିଟର୍ଣ୍ଣିଂ ଅଫିସର । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ ଭୋଟ୍ ଗଣତି କେନ୍ଦ୍ର ।
ଏଥର ନୂଆପଡା ଭୋଟିଂରେ ରେକର୍ଡ କରିଥିବା ବେଳେ ଫଳାଫଳକୁ ନେଇ ସାଧାରଣରେ ବଢ଼ିଛି ଉତ୍କଣ୍ଠା । ନୂଆପଡ଼ା ଫଳାଫଳ ସରକାର ଉପରେ ସିଧା ସଳଖ କୌଣସି ପ୍ରଭାବ ପକାଉନଥିଲେ ମଧ୍ୟ ପ୍ରମୁଖ ୩ ରାଜନୈତିକ ଦଳ ଭିତରୁ କିଏ ଏକ-ଦୁଇ ଓ ତିନି ନମ୍ବରରେ ରହିବେ ତା’ ଉପରେ ରହିଛି ନଜର । କାରଣ ଏହି ପୋଜିସନ ହିଁ ତିନି ପ୍ରମୁଖ ରାଜନୈତିକ ଦଳର ଦଶା ଓ ଦିଶାକୁ ପ୍ରମାଣିତ କରିବ ।
ଅଧିକ ପଢ଼ନ୍ତୁ ରାଜନୀତି ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories