|
logo
Live
Argus News App
GET APP

Argus News - ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ, ୩ ଆସନ ଦଖଲ ନେଇ ବିଜେପିର ଦମ୍ଭୋକ୍ତି

Politics

Rajya Sabha Election / ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ, ୩ ଆସନ ଦଖଲ ନେଇ ବିଜେପିର ଦମ୍ଭୋକ୍ତି

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ, ୩ ଆସନ ଦଖଲ ନେଇ ବିଜେପିର ଦମ୍ଭୋକ୍ତି
Rajya Sabha Election

Key Points

ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ
୨୬ ରୁ ନାମାଙ୍କନ ଦାଖଲ, ମାର୍ଚ୍ଚ ୧୬ରେ ନିର୍ବାଚନ
ବିଜ୍ଞପ୍ତି ପ୍ରକାଶ ପରେ ସରଗରମ ରାଜ୍ୟ ରାଜନୀତି
ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । ବିଜ୍ଞପ୍ତି ପ୍ରକାଶ ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ୨୬ ରୁ ନାମାଙ୍କନ ଦାଖଲ ହେବାକୁ ଥିବା ବେଳେ ମାର୍ଚ୍ଚ ୧୬ରେ ହେବ ନିର୍ବାଚନ । ଏହି ନିର୍ବାଚନରେ ବିଜେପି ୩ଟି ଆସନ ଦଖଲ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି । ବିଜେଡିର କହିବା ହେଲା, ହାତେଇବ ୨ ଆସନ ।
ସୁଜିତ କୁମାର, ମମତା ମହନ୍ତ, ନିରଞ୍ଜନ ବିଶି ଓ ମୁନ୍ନା ଖାନ । ଉଭୟ ବିଜେପି ଓ ବିଜେଡିର ଦୁଇ ଜଣ ଲେଖାଏଁ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ହେଲେ ନିର୍ବାଚନ ଗଣିତ କିନ୍ତୁ ଅଲଗା କହୁଛି । ଦୁଇଟି ଆସନ ପାଇଁ ବିଜେପି ଓ ଗୋଟିଏ ଆସନ ପାଇଁ ବିଜେଡି ପାଖରେ ରହିଛି ସଂଖ୍ୟା । କିନ୍ତୁ ଚତୁର୍ଥ ଆସନ କାହା ପାଖକୁ ଯିବ ତାକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । ବିଗୁଲ ବାଜିବା ପରେ ଆଜି ବି ଚତୁର୍ଥ ଆସନ ହାତେଇବା ନେଇ ଦମ୍ଭୋକ୍ତି ବାଢ଼ିଛି ବିଜେପି । ପ୍ରାର୍ଥୀ କିଏ ହେବ ତାକୁ ନେଇ ସଭାପତି ମନମୋହନ ସାମଲ କହିଛନ୍ତି ସଂସଦୀୟ ବୋର୍ଡ ନେବ ନିଷ୍ପତ୍ତି । ବିଜେଡି କହିଛି ଦୁଇଟି ଆସନ ହାତେଇବା ସୁନିଶ୍ଚିତ । ସଂଖ୍ୟା ନ ଥିଲେ ବି କଂଗ୍ରେସ ପ୍ରାର୍ଥୀ ଦେଇ ରାଜ୍ୟସଭା ନିର୍ବାଚନକୁ ଅଧିକ ରୋଚକ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ।

ବିଜେଡି ଖାତାକୁ ଯାଉଥିବା ଗୋଟିଏ ଆସନ ପାଇଁ ଦଳ ଭିତରେ କଳି ବଢିବାରେ ଲାଗିଛି । ଆସନ ଏକକୁ ଆଶାୟୀ ଏକାଧିକ । ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଂତୃପ୍ତ ମିଶ୍ର, ସୁଜାତା କାର୍ତ୍ତିକେୟାନ ପାଣ୍ଡିଆନ ଓ ଲେନିନି ମହାନ୍ତିଙ୍କ ନାଁକୁ ନେଇ ବିଜେଡି ଅନ୍ଦର ମହଲରେ ଚାଲିଛି ଚର୍ଚ୍ଚା । ତେବେ ଏ ସବୁ ଭିତରେ ଅଶୋକ ପଣ୍ଡାଙ୍କ ପରେ ବଦ୍ରି ପାତ୍ର ବି ମାରିଛନ୍ତି ବାଣ । କହିଛନ୍ତି ଦଳ ପାଇଁ ଖଟିଥିବା ରାଜନୈତିକ ବ୍ୟକ୍ତି ପ୍ରାର୍ଥୀ ହେବା ଦରକାର ।

ରାଜ୍ୟସଭା ଗଣିତ କହୁଛି ବିଧାନସଭାର ଆସନ ସଂଖ୍ୟା (୧୪୭) ଗୁଣନ (x) ୧୦୦ ବିଭକ୍ତ (/) ରାଜ୍ୟ ସଭା ପାଇଁ ଖାଲିଥିବା ଆସନ ସଂଖ୍ୟା (୪) ଯୁକ୍ତ(+) ୧ .....ଯାହା ଫଳ ବାହାରିବ ତାହା ସହ ଯୁକ୍ତ (+) ୧ । ଅର୍ଥାତ୍ (୧୪୭ ×୧୦୦/୪+୧) +୧ ହିସାବରେ ଯାହା ବାହାରିବ ସେତିକି ଭୋଟ୍ ଜଣେ ପ୍ରାର୍ଥୀକୁ ଆବଶ୍ୟକ ପଡିବ । ଏହାକୁ ହିସାବ କଲେ ଫଳ ୨୯୪୧ ବାହାରୁଛି । ତେଣୁ ଜଣେ ପ୍ରାର୍ଥୀଙ୍କୁ ଜିତିବା ଲାଗି ୩୦ ଖଣ୍ଡ ଭୋଟର ଆବଶ୍ୟକତା ପଡ଼ିବ । ବିଧାନସଭାରେ ବର୍ତ୍ତମାନ ବିଜେପିର ସଦସ୍ୟ ସଂଖ୍ୟା ୭୯ ଥିବା ବେଳେ ବିଜେଡିର ୪୮, କଂଗ୍ରେସ ୧୪, ସିପିଆଇଏମ ୧, ସ୍ୱାଧୀନ ୩ ଓ ବିଜେଡିର ନିଲମ୍ବିତ ୨ ବିଧାୟକ । ତେଣୁ ୪ର୍ଥ ଆସନ ଲାଗି କୌଣସି ଦଳର ସଂଖ୍ୟା ହେବ ନାହିଁ । ଏହି ଆସନ ସକାଶେ ବିଜେପି ସପକ୍ଷରେ ୧୯ ଏବଂ ବିଜେଡି ସପକ୍ଷରେ ୧୮ ଖଣ୍ଡ ଭୋଟ ରହିବ । ଏଭଳି ସ୍ଥିତିରେ କିଏ ହାତେଇବ ଚତୁର୍ଥ ଆସନ ତାକୁ ନେଇ ବେଶ ରୋଚକ ହୋଇପାରେ ରାଜ୍ୟସଭା ନିର୍ବାଚନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ, ୩ ଆସନ ଦଖଲ ନେଇ ବିଜେପିର ଦମ୍ଭୋକ୍ତି | Argus News