Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Shreemayee Mishra BJD attack / 'କାହାର ହେବ ସବୁଜ ମୁକୁଟ, ମୁଖିଆ ଦେଉନାହାନ୍ତି କାହାକୁ ଗୁରୁତ୍ଵ'

Santosh Kumar Sahoo
Browse all articles by Santosh Kumar Sahoo
·6 months ago·1 min read
'କାହାର ହେବ ସବୁଜ ମୁକୁଟ, ମୁଖିଆ ଦେଉନାହାନ୍ତି କାହାକୁ ଗୁରୁତ୍ଵ'
Shreemayee Mishra

Key Points

ବିଜେଡିର ନେତୃତ୍ବକୁ ଶ୍ରୀମୟୀ ମିଶ୍ରଙ୍କ କଟାକ୍ଷ
କାହାର ନାଁ ନ ନେଇ କବିତା ମାଧ୍ୟମରେ ଶାଣିତ ଟାର୍ଗେଟ
ମୁଖିଆ ପାଇଁ କାହାକୁ ଦେଉନାହାନ୍ତି ସବୁଜ ସଙ୍କେତ
ପୁଣି ସୋସିଆଲ୍ ମିଡିଆରେ ବିଜେଡିକୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର । ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ । ସେହିପରି ବିଜେଡିର ଉତ୍ତରାଧିକାରୀ ଟଣାଓଟରାକୁ ନେଇ ମଧ୍ୟ ଆକ୍ଷେପ କରିଛନ୍ତି ଶ୍ରୀମୟୀ ମିଶ୍ର ।

ଦଳରେ ପାଣ୍ଡିଆନଙ୍କ ହସ୍ତକ୍ଷେପକୁ ବିଜେଡିର ବିଦ୍ରୋହୀ ଗୋଷ୍ଠୀଙ୍କ ବିରୋଧ । ଲୁଚିଛପି ନୁହେଁ ଖୋଲାଖୋଲି ଭୋଜି କରି ନେତୃତ୍ବକୁ ଚ୍ୟାଲେଂଜ ଦେଇଥିବା ବେଳେ ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର କଟାକ୍ଷ କରିଛନ୍ତି । କାହାର ନାଁ ନ ନେଇ କବିତା ମାଧ୍ୟମରେ ସେ ଲେଖିଛନ୍ତି, ମୁଖିଆ କାହାକୁ ଦେଉନାହାନ୍ତି ଗୁରୁତ୍ବ । କିଏ ହେବ ମୁଖିଆ ବିଜେଡିର ମୁଖିଆ କାହାକୁ ସବୁଜ ସଙ୍କେତ ଦେଉ ନାହାନ୍ତି । ଅଧିକାର ସାବ୍ୟସ୍ତ ପାଇଁ ଚାଲିଛି ବହୁତ ଟଣାଓଟରା । କିଏ କାହା ଟିମରେ, କିଏ ଦେବ ଧରା ତାକୁ ନେଇ ଚାଲିଛି ଛକାପଞ୍ଝା । କାହାର ହେବ ସେ ସବୁଜ ମୁକୁଟ। ମୁଖିଆ ଦେଉ ନାହାନ୍ତି କାହାକୁ ଗୁରୁତ୍ଵ ବୋଲି କହି ସଙ୍କେତ ନାମକ କବିତା ଲେଖି ଶ୍ରୀମୟୀ ପୋଷ୍ଟ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Who Will Get the Green Crown? Shreemayee Mishra Takes Dig at BJD | Argus News