Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Shreemayee Mishra / ଶ୍ରୀମୟୀ କହିଦେଲେ କେମିତି ହେଉଛି BJDର ଉତ୍ତରାଧିକାରୀ ହାଇଜ୍ୟାକ ପ୍ଲାନ୍...

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଶ୍ରୀମୟୀ କହିଦେଲେ କେମିତି ହେଉଛି BJDର ଉତ୍ତରାଧିକାରୀ ହାଇଜ୍ୟାକ ପ୍ଲାନ୍...

Key Points

ସୋସିଆଲ୍ ମିଡିଆରେ ବିଜେଡି ନେତାଙ୍କୁ ନେଇ ଉପାଖ୍ୟାନ ଲେଖିବା ପରେ ଶ୍ରୀମୟୀଙ୍କୁ ନିଲମ୍ବନ କରିଥିଲା ଦଳ । ଏବେ ସୋସିଆଲ୍ ମିଡିଆରେ ଶ୍ରୀମୟୀ ମିଶ୍ର ଲେଖିଛନ୍ତି, "ଟାଇଟନିକକୁ ସମ୍ପୂର୍ଣ୍ଣ ବୁଡ଼ାଇବା ପାଇଁ ବିସ୍ଵସ୍ତରୀୟ ଯୋଜନା ହୋଇଛି ।"
ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ଉଷ୍ମ ରହିଥିବା ବେଳେ ପୁଣି ତୀର ଛାଡ଼ିଛନ୍ତି ଶ୍ରୀମୟୀ ମିଶ୍ର । ସୋସିଆଲ୍ ମିଡିଆରେ ବିଜେଡି ନେତାଙ୍କୁ ନେଇ ଉପାଖ୍ୟାନ ଲେଖିବା ପରେ ଶ୍ରୀମୟୀଙ୍କୁ ନିଲମ୍ବନ କରିଥିଲା ଦଳ । ଏବେ ସୋସିଆଲ୍ ମିଡିଆରେ ଶ୍ରୀମୟୀ ମିଶ୍ର ଲେଖିଛନ୍ତି, "ଟାଇଟନିକକୁ ସମ୍ପୂର୍ଣ୍ଣ ବୁଡ଼ାଇବା ପାଇଁ ବିସ୍ଵସ୍ତରୀୟ ଯୋଜନା ହୋଇଛି ।" ଏଥିସହ BJDର ଉତ୍ତରାଧିକାରୀ ହାଇଜ୍ୟାକ କରିବାକୁ ହୋଇଥିବା ପ୍ଲାନ୍ କଥା ବି କହିଛନ୍ତି ଶ୍ରୀମୟୀ ମିଶ୍ର ।

ଏଥିସହ ପଢ଼ନ୍ତୁ: ନବୀନଙ୍କ ନାଁ ନେଇ BJD ନେତାଙ୍କୁ ଠକୁଥିଲେ ପାଣ୍ଡିଆନ୍‍, ଶ୍ରୀମୟୀ ଖୋଲିଦେଲେ ସବୁ ଗୁମର

ସେ ଲେଖିଛନ୍ତି, ଶୁଣିବାକୁ ମିଳୁଛି ଶକ୍ତି ନାନୀ କୁଆଡ଼େ ଶକ୍ତି ଗୋଟାଉଛନ୍ତି, ଦଳରେ ମିଶି ରାଜ୍ୟସଭା ଯିବା ପାଇଁ । ଆଉ ଏଣ୍ଟ୍ରି ହେଇଗଲେ ପୁଣି ହେବ ନୂଆ ସମୀକରଣ । କେନ୍ଦ୍ରପଡ଼ାରେ ବାପଘର । ଯେମିତି ଏପର୍ଯ୍ୟନ୍ତ ନୂଆପଡ଼ାରେ ମାମୁଁ ଘର ମିଳୁନି । ଠିକ୍ ସେମିତି କେନ୍ଦ୍ରାପଡ଼ାରେ ବାପଘର ଠିକଣା ଖୋଜିବାକୁ ନାନାଦି ଡ୍ରାମା ହେବ । କାରଣ ଯିଏ ଜାମସେଦପୁର ପାଣି ପବନରେ ବଢ଼ିଛି , ସେ ଓଡ଼ିଆଙ୍କ ସ୍ପନ୍ଦନ କଥା ବୁଝିବ କେମିତି ? ଇଲେକ୍ସନ୍ କମିଶନ୍ ଯାହାଙ୍କ ଶକ୍ତିରେ ବେଡ଼ି ପକାଇଥିଲେ, ସେ ଏବେ କୁଆଡ଼େ ନୂଆ ପରିଚୟ ଅପେକ୍ଷାରେ ।


ଶ୍ରୀମୟୀ ଲେଖିଛନ୍ତି, "ଅବଶ୍ୟ ବିଭାଗବିହୀନ ନାନୀ ସୁଭଦ୍ରା ମାଆ ମାନଙ୍କୁ ଛୁଇଁ ପାରୁନାହାନ୍ତି । କିନ୍ତୁ ନିର୍ବାଚନ ପରେ କୁଆଡ଼େ ବିଜେଡି ଉତ୍ତରାଧିକାରୀ ମୁକୁଟ ପିନ୍ଧିବା ପାଇଁ ଯୋଜନା ଚାଲିଛି ବୋଲି ନୂଆପଡ଼ାରେ ଡେରା ପକାଇଥିବା ତାଙ୍କର କିଛି ହାତଗଣତି ଚାଟୁକାର ଉତ୍ସାହିତ ଅଛନ୍ତି । ହସ୍ପିଟାଲରୁ ଯେଉଁ ଭିଡିଓ ଭାଇରାଲ ହୋଇଥିଲା ସେଥିରେ ଏହି ଚାଟୁକାର ବରିଷ୍ଠ ନେତାମାନେ, ଶକ୍ତିନାନୀଙ୍କ ଚାଟଶାଳୀରେ ଟିଉସନ ହେଉଥିବାର ଦୃଶ୍ୟ ରାଜ୍ୟବାସୀ ଦେଖିଥିଲେ ।"

ଦେଖାଯାଉ ଓଡ଼ିଶା ଲୋକେ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ । ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ ? ଅବଶ୍ୟ ନବୀନବାବୁ କହିଥିଲେ, ରାଜ୍ୟର ଜନତା ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ । ତାହେଲେ ଏବେ ଶକ୍ତିନାନୀଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜ୍ୟାକ୍ ପ୍ଲାନ୍ କରାଉଛି କିଏ ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ।

ଏଥିସହ ପଢ଼ନ୍ତୁ: BJDକୁ ବୁଡ଼େଇଦେଲା ଜଗନ୍ନାଥଙ୍କ ଉପରେ ହାତ ରଖି ପାଣ୍ଡିଆନ୍‌ଙ୍କ ଶପଥ: ଶ୍ରୀମୟୀ ମିଶ୍ର

ଏ ପ୍ରଶ୍ନ ନୂଆପଡ଼ାରେ ମୁଖିଆଙ୍କ ଗସ୍ତରୁ ଆରମ୍ଭ ହେବ ବୋଲି ଆଶା ରଖିଛନ୍ତି ଶ୍ରୀମୟୀ । ଲେଖିଛନ୍ତି, "ଯେଉଁ କର୍ମୀମାନେ ଦୀର୍ଘ ଦଶନ୍ଧି ହେଲା ନିଜର ସମୟ ଓ ଶ୍ରମ ଦେଇଛନ୍ତି, ଆଜି ମଧ୍ୟ ଉପନିର୍ବାଚନରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି, ଶେଷରେ ସେମାନେ କ'ଣ ଅଣଓଡି଼ଆ ଦମ୍ପତିଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବେ ? ପ୍ରଶ୍ନର ଉତ୍ତର ଓ ବିଚାର ଆପଣମାନଙ୍କ ଉପରେ ଛାଡ଼ିଲି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Shreemayee Mishra Targets BJD Over Successor Plan | Argus News | Argus News