Shreemayee on Pandian / ‘କର୍ମୀ ବସିଛନ୍ତି ଅନାଇ, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ’

Key Points
ପୁଣି ସୋସିଆଲ୍ ମିଡିଆରେ ବର୍ଷିଲେ ନାରୀନେତ୍ରୀ ଶ୍ରୀମୟୀ ମିଶ୍ର । ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ । କହ୍ନେଇ, ସନ୍ନ୍ୟାସୀ କହି ପରୋକ୍ଷରେ ତାଚ୍ଛଲ୍ୟ କଲେ ।
ପୁଣି ସୋସିଆଲ୍ ମିଡିଆରେ ବର୍ଷିଲେ ନାରୀନେତ୍ରୀ ଶ୍ରୀମୟୀ ମିଶ୍ର । ନାଁ ନନେଇ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ । କହ୍ନେଇ ଓ ସନ୍ନ୍ୟାସୀ କହି ପରୋକ୍ଷରେ ଶ୍ରୀମୟୀ ମିଶ୍ର ଭିକେ ପାଣ୍ଡିଆନଙ୍କୁ ତାଚ୍ଛଲ୍ୟ କରିଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, କର୍ମୀ ଅନାଇ ବସିଛନ୍ତି, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ । ଦଳ ପାଇଁ ସନ୍ନ୍ୟାସୀ ଶୁଭଙ୍କର ନୁହେଁ, ଭାରି ଭୟଙ୍କର ବୋଲି ଶ୍ରୀମୟୀ ଲେଖିଛନ୍ତି । ଜୟ ଢୋଲକିଆ ବିଜେପିରେ ସାମିଲ୍ ହେବା ଚର୍ଚ୍ଚା ମଧ୍ୟରେ ଶ୍ରୀମୟୀଙ୍କ ଏଭଳି ପୋଷ୍ଟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।
ସେପଟେ ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ଟ୍ବିଷ୍ଟ୍ । ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇପାରନ୍ତି ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ଖୁବଶୀଘ୍ର ଜୟ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଜୟ ଢୋଲକିଆ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିପାରନ୍ତି । ବିଜେପିରେ ମିଶିବା ପରେ ଜୟ ଢୋଲକିଆଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
ସେପଟେ ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ରାଜନୈତିକ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ତେବେ ବିଜେଡି କିମ୍ବା ବିଜେପି ଏପର୍ଯ୍ୟନ୍ତ ତା'ର ପ୍ରାର୍ଥୀ ଘୋଷଣା କରିନି ।
📱 Get Argus News App
✨ଅଧିକ ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ଟ୍ବିଷ୍ଟ୍, ବିଜେପିରେ ସାମିଲ ହେବେ ଜୟ ଢୋଲକିଆ !
ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ଉପନିର୍ବାଚନ । ସେହିପରି ନଭେମ୍ବର ୧୪ରେ ଭୋଟ୍ ଗଣତି ହେବ । ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୦ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେହିପରି ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ଅକ୍ଟୋବର ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି ।
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଖାଲି ପଡିଛି ନୂଆପଡ଼ା ଆସନ । ସେପ୍ଟେମ୍ବର ୮ରେ ତାଙ୍କର ଦେହାନ୍ତ ହୋଇଥିଲା । ବିଧାୟକ ରାଜେନ୍ଦ୍ର ଢୋଲକିଆ ଚାରିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ି ବିଧାନସଭାକୁ ଯାଇଥିଲେ । ପରେ ବିଜେଡିରୁ ତିନିଥର ବିଧାୟକ ହୋଇଥିଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ । ଗତ ବିଜେଡି ସରକାରରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଥିଲେ ଢୋଲକିଆ । ତାଙ୍କର ଦେହାନ୍ତ ହେବା ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ସରଗରମ ରାଜନୀତି । ସବୁ ରାଜନୈତିକ ଦଳର ଫୋକସ ଏବେ ନୂଆପଡା ବିଧାନସଭା ଆସନ ।
Related Topics
Explore more stories