Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Sreemayee Slams BJD / ଶ୍ରୀମୟୀଙ୍କ ନିଶାନା, ଯିଏ ସତ କହିବ...ଛାମୁ ମୁଣ୍ଡକାଟ କରିବେ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ଶ୍ରୀମୟୀଙ୍କ ନିଶାନା, ଯିଏ ସତ କହିବ...ଛାମୁ ମୁଣ୍ଡକାଟ କରିବେ
Shreemayee Mishra

Key Points

ପ୍ରଭାତ ବିଶ୍ବାଳଙ୍କୁ ବହିଷ୍କାର ପରେ ଶ୍ରୀମୟୀ ମିଶ୍ରଙ୍କ ନିଶାନା
ଯିଏ ସତ କହିବ, ଛାମୁ ମୁଣ୍ଡକାଟ କରିବେ ସୋସିଆଲ୍ ମିଡିଆରେ ଲେଖିଲେ
ଏମିତି ସରପ୍ରାଇଜ୍ ଦେଇ ଦେଇ ୨୦୨୪ରେ ନିଜେ ସରପ୍ରାଇଜ୍ ହୋଇଗଲେ'
ସତ କହିଲେ ମୁଣ୍ଡକାଟ । ପ୍ରଭାତ ବିଶ୍ବାଳଙ୍କୁ ବହିଷ୍କାର ପରେ ଶ୍ରୀମୟୀ ମିଶ୍ରଙ୍କ ନିଶାନା । ଯିଏ ସତ କହିବ, ଛାମୁ ମୁଣ୍ଡକାଟ କରିବେ ବୋଲି ସୋସିଆଲ୍ ମିଡିଆରେ ଲେଖିଛନ୍ତି ଶ୍ରୀମୟୀ ମିଶ୍ର । ସେ ଆହୁରି ଲେଖିଛନ୍ତି , ଏମିତି ସରପ୍ରାଇଜ୍ ଦେଇ ଦେଇ ୨୦୨୪ରେ ନିଜେ ସରପ୍ରାଇଜ୍ ହୋଇଗଲେ । ତେଲିଆଙ୍କୁ ମୁଣ୍ଡେଇ ଥାଅ, ଇତିହାସ ରଚିବା ନିଶାରେ। ଅଳ୍ପ ଦିନରେ ନିଜେ ଇତିହାସ ହୋଇଯିବେ ବୋଲି ଶ୍ରୀମୟୀ ମିଶ୍ର ବିଜେଡିକୁ କଟାକ୍ଷ କରି ସୋସିଆଲ ମିଡିଆରେ ଲେଖିଛନ୍ତି ।

ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଉଚ୍ଚବାଚ ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ବାଳଙ୍କୁ ମହଙ୍ଗା ପଡ଼ିଛି । ବିଜେଡିରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ପ୍ରଭାତ ବିଶ୍ବାଳ । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହୋଇଛନ୍ତି । ରାଜ୍ୟସଭା ପ୍ରାର୍ଥୀ ଘୋଷଣାକୁ ବିରୋଧ କରିଥିଲେ ପ୍ରଭାତ । ନବୀନଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ପ୍ରଭାତ ବିଶ୍ବାଳ । ଆଉ ପ୍ରଭାତଙ୍କୁ ଏବେ ଏହି ଚ୍ୟାଲେଞ୍ଜ ମହଙ୍ଗା ପଡ଼ିଛି । ବିଜେଡିରୁ ବିଦା ହୋଇଛନ୍ତି ପ୍ରଭାତ ବିଶ୍ବାଳ । କଟକ ଚୌଦ୍ବାରରୁ ୨ ଥର ବିଧାୟକ ପ୍ରଭାତ ବିଶ୍ବାଳ ।

ରାଜ୍ୟସଭା ପାର୍ଥୀ ଘୋଷଣା ନେଇ ନବୀନ ନିବାସ ଭିତରେ ହୋଇଛି ହାଇଡ୍ରାମା । ସଂତୃପ୍ତ ମିଶ୍ରଙ୍କ ପାର୍ଥୀତ୍ୱକୁ ବିରୋଧ କରି ନବୀନଙ୍କ ସହ ମୁଁହାମୁଁହି ହେଲେ ବିଜେଡି ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ରାଜ୍ୟସଭା ପାର୍ଥୀ ଲାଗି ସୁଜାତାଙ୍କ ସପକ୍ଷରେ ବାଢିଲେ ଯୁକ୍ତି । ଯୁକ୍ତି ତର୍କ ଭିତରେ ପ୍ରଭାତଙ୍କ ଉପରେ ନିଆଁବାଣ ହେଲେ ନବୀନ । ଖାଲି ସେତିକି ନୁହେଁ ପୁଅ ତଥା ବିଜେଡି ବିଧାୟକ ସୌଭିକ ବିଶ୍ୱାଳଙ୍କ ଉପସ୍ଥିତରେ ପ୍ରଭାତଙ୍କୁ କିଛି ନେତା ଦୁର୍ବ୍ୟବହାର କଲେ । ଯାହାକୁ ନେଇ ନବୀନ ଓ କୁଚକ୍ରୀ ଗୋଷ୍ଠୀଙ୍କ ଉପରେ ବର୍ଷିଛନ୍ତି ପ୍ରଭାତ । ଚିଠି ଲେଖି ବିଜେଡିରୁ ଓହରି ଯିବାକୁ ଚେତାବନୀ ଦେଇଛନ୍ତି । ପାଲଟା ଜବାବ ରଖିଛନ୍ତି ସଂତୃପ୍ତ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Sreemayee Mishra Targets BJD After Prabhat Biswal’s Expulsion Over Rajya Sabha Row | Argus News