Abhigyan Kundu / Asia Cupରେ ଚମକିଲେ ଅଭିଜ୍ଞାନ କୁଣ୍ଡୁ, ୧୨୧ ବଲ୍ରେ ଅପରାଜିତ ଦ୍ଵିଶତକ ହାସଲ
·7 months ago·2 min read

Key Points
ଅଭିଜ୍ଞାନଙ୍କ ଏହି ଇନିଂସ ସହ ସେ ଅଣ୍ଡର୍-୧୯ ଏସିଆ କପ୍ରେ ସବୁଠୁ ବଡ଼ ପାଳି ଖେଳିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ । ଏହା ପୂର୍ବରୁ ଏହି ରେକର୍ଡ ଥିଲା ବୈଭବ ସୂର୍ଯ୍ୟବଂଶୀଙ୍କ ନାମରେ ।
ଦୁବାଇ: ୧୯ ବର୍ଷରୁ କମ୍ ଏସିଆ କପ୍ର ମୁକାବିଲାରେ ବଡ଼ ସ୍କୋର୍ କରିଛି ଭାରତ । ମାଲେସିଆ ବିପକ୍ଷ ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଆଉ ନିର୍ଦ୍ଧାରିତ ୫୦ ଓଭର୍ରେ ଭାରତୀୟ ଦଳ ୭ ୱିକେଟ୍ ହରାଇ ୪୦୮ ରନ୍ କରିଛି । ବଡ଼ ସ୍କୋରିଂ ମ୍ୟାଚ୍ରେ ହିରୋ ସାଜିଛନ୍ତି ଭାରତ ପାଇଁ ପଞ୍ଚମ ନମ୍ବରରେ ବ୍ୟାଟିଂ କରିଥିବା ୧୭ ବର୍ଷୀୟ ଅଭିଜ୍ଞାନ କୁଣ୍ଡୁ ।
ମାଲେସିଆ ବିପକ୍ଷ ମ୍ୟାଚ୍ରେ ଭାରତ ପାଇଁ ବଡ଼ ସ୍କୋର୍ କରିଛନ୍ତି ଅଭିଜ୍ଞାନ । ଅଭିଜ୍ଞାନ କୁଣ୍ଡୁ ୧୨୧ ବଲ୍ରେ ଦ୍ଵିଶତକ ହାସଲ କରିଛନ୍ତି । ଦଳ ପାଇଁ ଶେଷ ବଲ୍ ପର୍ଯ୍ୟନ୍ତ ଖେଳି ୧୨୫ ବଲ୍ରେ କରିଛନ୍ତି ଅପରାଜିତ ୨୦୯ ରନ୍ । ଯେଉଁଥିରେ ୯ଟି ଛକା ଓ ୧୭ଟି ଚଉକା ସାମିଲ୍ ରହିଛି ।
ଏଥିସହ ପଢ଼ନ୍ତୁ: ୯ ଛକା, ୫ ଚଉକାରେ ବୈଭବଙ୍କ ଦମଦାର ଶତକ; ଏସିଆ କପ୍ର ପ୍ରଥମ ମ୍ୟାଚ୍ରେ କଲେ କମାଲ
ଅଭିଜ୍ଞାନଙ୍କ ଏହି ଇନିଂସ ସହ ସେ ଅଣ୍ଡର୍-୧୯ ଏସିଆ କପ୍ରେ ସବୁଠୁ ବଡ଼ ପାଳି ଖେଳିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ । ଏହା ପୂର୍ବରୁ ଏହି ରେକର୍ଡ ଥିଲା ବୈଭବ ସୂର୍ଯ୍ୟବଂଶୀଙ୍କ ନାମରେ । ବୈଭବ, ୟୁଏଇ ବିପକ୍ଷ ମ୍ୟାଚ୍ରେ ୧୭୧ ରନ୍ କରିଥିଲେ ।
୧୨୧ ବଲ୍ରେ ଦ୍ଵିଶତକ
ମୁମ୍ବାଇର ଅଭିଜ୍ଞାନ ମାତ୍ର ୮୦ ବଲ୍ରେ ଶତକ ମାରିଛନ୍ତି । ୧୭ ବର୍ଷର ଅଭିଜ୍ଞାନ ୧୧ ଚଉକା, ଗୋଟିଏ ଛକା ସହାୟତାରେ ସେଞ୍ଚୁରୀ ପରେ ବିସ୍ଫୋରକ ବ୍ୟାଟିଂ କରି ଦ୍ଵିଶତକ ହାସଲ କରିଛନ୍ତି । ୧୨୫ ବଲ୍ରେ ୯ଟି ଛକା ଓ ୧୭ଟି ଚଉକା ସହାୟତାରେ ଅପରାଜିତ ୨୦୯ ରନ୍ କରିଛନ୍ତି । ୧୯ ବର୍ଷରୁ କମ୍ ଏସିଆ କପ୍ରେ ଦ୍ଵି-ଶତକ ହାସଲ କରିବାରେ ଅଭିଜ୍ଞାନ କୁଣ୍ଡୁ ପ୍ରଥମ ଭାରତୀୟ ।
ଏଥିସହ ପଢ଼ନ୍ତୁ: IPL 2026 ନିଲାମର ଠିକ୍ ପୂର୍ବରୁ BCCI ଯୋଡ଼ିଲା ୧୯ ନାଁ; ତାଲିକାରେ ୨ ଓଡ଼ିଆ ଖେଳାଳି
ଭାରତୀୟ ଦଳ ୭ ୱିକେଟ୍ ହରାଇ ୪୦୮ ରନ୍ କରିଛି । ଅଭିଜ୍ଞାନଙ୍କୁ ବାଦ୍ ଦେଲେ ଭାରତ ପକ୍ଷରୁ ବେଦାନ୍ତ ତ୍ରିବେଦୀ ୯୦ ରନ୍ କରିଥିଲେ । ବୈଭବ ସୂର୍ଯ୍ୟବଂଶୀ ୨୬ ବଲ୍ରେ ୫୦ ରନ୍ କରିଛନ୍ତି । ମାଲେସିଆ ପ୭ରୁ ମୁହମ୍ମଦ ଅକରମ ୮୯ ରନ୍ ବ୍ୟୟ କରି ୫ ୱିକେଟ୍ ନେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories