Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL / IPL 2026 ନିଲାମର ଠିକ୍ ପୂର୍ବରୁ BCCI ଯୋଡ଼ିଲା ୧୯ ନାଁ; ତାଲିକାରେ ୨ ଓଡ଼ିଆ ଖେଳାଳି

Sushanta Sahoo
Browse all articles by Sushanta Sahoo
·7 months ago·2 min read
IPL 2026 ନିଲାମର ଠିକ୍ ପୂର୍ବରୁ BCCI ଯୋଡ଼ିଲା ୧୯ ନାଁ; ତାଲିକାରେ ୨ ଓଡ଼ିଆ ଖେଳାଳି
Odisha cricketers IPL auction

Key Points

ଅକ୍ସନ୍ ଆରମ୍ଭର ଠିକ୍ ପୂର୍ବରୁ ବିସିସିଆଇ (BCCI) ଆଉ ୧୯ ଜଣଙ୍କ ନାଁ ଯୋଡ଼ିଛି । ବିସିସିଆଇ ଯୋଡ଼ିଥିବା ୧୯ ଖେଳାଳିଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଖେଳାଳି ଅଛନ୍ତି ।
ନୂଆଦିଲ୍ଲୀ: IPL ୨୦୨୬ର ନିଲାମୀ ଅର୍ଥାତ୍ ମିନି ଅକ୍ସନ୍ ଆଜି ବେଶ୍ ରୋମାଞ୍ଚକର ହେବାକୁ ଯାଉଛି । ଅକ୍ସନ୍ ଆରମ୍ଭର ଠିକ୍ ପୂର୍ବରୁ ବିସିସିଆଇ (BCCI) ଆଉ ୧୯ ଜଣଙ୍କ ନାଁ ଯୋଡ଼ିଛି । ବିସିସିଆଇ ଯୋଡ଼ିଥିବା ୧୯ ଖେଳାଳିଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଖେଳାଳି ଅଛନ୍ତି ।

ଆଇପିଏଲ୍ ନିଲାମୀରେ ସାମିଲ୍ ହୋଇଥିବା ଦୁଇ ଓଡ଼ିଆ ଖେଳାଳି ହେଉଛନ୍ତି ରାଜେଶ ମହାନ୍ତି ଏବଂ ସ୍ୱସ୍ତିକ ସାମଲ । ୨୫ ବର୍ଷୀୟ ପେସ୍ ବୋଲର୍ ରାଜେଶ । ତାଙ୍କର ବେସ୍ ପ୍ରାଇସ୍ ୩୦ ଲକ୍ଷ ରହିଛି । ସେହିଭଳି ୨୫ ବର୍ଷୀୟ ସ୍ଵସ୍ତିକ ସାମଲ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ । ସ୍ଵସ୍ତିକଙ୍କ ବେଶ୍ ପ୍ରାଇସ୍ ମଧ୍ୟ ୩୦ ଲକ୍ଷ ରହିଛି । ୨ ଓଡ଼ିଆ ଖେଳାଳି ଅନକ୍ୟାପଡ୍ ରହିଛନ୍ତି ।

ଏଥିସହ ପଢ଼ନ୍ତୁ: ୧୧ ଦିନ ତଳେ ହୋଇଥିଲା ବିବାହ; ଖେଳ ବେଳେ ସେଲ୍ଫି ପାଇଁ କହି ଗୁଳି ମାରିଦେଲେ

ତେବେ ଆଇପିଏଲ୍‌ର କେଉଁ ଫ୍ରାଞ୍ଚାଇଜ୍ ଦୁଇ ଓଡ଼ିଆ ଖେଳାଳିଙ୍କୁ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ୨୦୨୬ ଆଇପିଏଲ୍ ନିଲାମୀରେ ମୋଟ ୩୬୯ ଜଣ ଖେଳାଳି ସାମିଲ୍ ହୋଇଛନ୍ତି । ୨୫୧ ଜଣ ଭାରତୀୟ ଖେଳାଳି ନିଲାମରେ ସାମିଲ୍ ହୋଇଥିବା ବେଳେ ୧୧୮ ଜଣ ବିଦେଶୀ ଖେଳାଳି ।

କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ପାଖରେ ମିଳିତ ଭାବେ ୧୯୭ କୋଟି ଟଙ୍କାରୁ ଅଧିକ ଅର୍ଥ ରାଶି ଅଛି । ଆଶା କରାଯାଉଛି, ଏହି ଦୁଇ ଦଳ ୧୦ଟି ଟିମ୍ ମଧ୍ୟରୁ ଅଧିକ ସକ୍ରିୟ ରହିବେ । ସନରାଇଜର୍ସ ହାଇଦ୍ରାବାଦ, ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ଭଳି ଅନ୍ୟ ଦଳ ପାଖରେ ୨୦ କୋଟିର ଅଧିକ ଟଙ୍କା ରହିଛି ।

ଏଥିସହ ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-ଟ୍ଵେଣ୍ଟିରେ କାମ ଦେଲା ଗମ୍ଭୀରଙ୍କ ଚାଲାକି; ଶେଷ ଓଭର୍‌ରେ କରିଦେଲେ ଖେଳ

ଆଇପିଏଲ୍ ନିଲାମୀ ପାଇଁ ୧୩୯୦ ଜଣ ଖେଳାଳି ପଞ୍ଜିକରଣ କରିଥିଲେ । ସେଥିରୁ ପ୍ରଥମେ ୩୫୦ ଜଣଙ୍କୁ ସର୍ଟଲିଷ୍ଟ କରାଯାଇଥିଲା । ଏବେ ବିସିସିଆଇ ଆଉ ୧୯ ଜଣଙ୍କ ନାଁ ଯୋଡ଼ିବା ପରେ ୩୬୯ ଜଣ ଖେଳାଳି ଆଇପିଏଲ୍ ନିଲାମ ତାଲିକାରେ ଅଛନ୍ତି ।

ଏବେ ଆଇପିଏଲ୍‌ ନିଲାମରେ ବିଭିନ୍ନ ଦଳ ୭୭ ଜଣ ଖେଳାଳିଙ୍କୁ ନେଇପାରିବେ । ଯେଉଁଥିରେ ୩୧ଜଣ ବିଦେଶୀ ଖେଳାଳି ରହିବେ । ୩ଥରର ଆଇପିଏଲ୍ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପାଖରେ ସର୍ବାଧିକ ୧୩ ଖେଳାଳିଙ୍କ ପାଇଁ ସ୍ଥାନ ରହିଛି । ସେହିଭଳି ୨୦୧୬ ଆଇପିଏଲ୍ ଚାମ୍ପିଅନ୍ ସନରାଇଜର୍ସ ହାଇଦ୍ରାବାଦ ୧୦ ଜଣ ଖେଳାଳିଙ୍କୁ ନେଇ ପାରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL 2026 Auction: BCCI Adds 19 Players, 2 from Odisha | Argus News | Argus News