Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଭିଷେକ ଶର୍ମାଙ୍କୁ ମିଳିଲା SUV ପୁରସ୍କାର, କିନ୍ତୁ ଭାରତ ଆଣିପାରିବେନି...ଜାଣନ୍ତୁ କାହିଁକି

Sports

Abhishek Sharma / ଅଭିଷେକ ଶର୍ମାଙ୍କୁ ମିଳିଲା SUV ପୁରସ୍କାର, କିନ୍ତୁ ଭାରତ ଆଣିପାରିବେନି...ଜାଣନ୍ତୁ କାହିଁକି

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ଅଭିଷେକ ଶର୍ମାଙ୍କୁ ମିଳିଲା SUV ପୁରସ୍କାର, କିନ୍ତୁ ଭାରତ ଆଣିପାରିବେନି...ଜାଣନ୍ତୁ କାହିଁକି

Key Points

ଅଭିଷେକ ଶର୍ମା ପୁରସ୍କାର ରୂପେ ଜିତିଲେ SUV କାର । କିନ୍ତୁ ଭାରତରେ ଚଲାଇ ପାରିବେନି । ଜାଣନ୍ତୁ କାହିଁକି...

ଏସିଆ କପ୍ ୨୦୨୫ରେ ଭାରତ ପାକିସ୍ତାନକୁ ହରାଇ ନବମ ଥର ପାଇଁ ଟ୍ରଫି ନିଜ ନାମରେ କରିଛି । ଚଳିତ ଏସିଆ କପରେ ଭାରତ କେବଳ ଟ୍ରଫି ଜିତିନଥିଲା ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିଲା । ତେବେ ଏସିଆ କପରେ ଭାରତର ଏକାଧିକ ଖେଳାଳିଙ୍କ ଦମଦାର ପ୍ରଦର୍ଶନ କରିଥିଲେ । କିନ୍ତୁ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲେ ଅଭିଷେକ ଶର୍ମା । ତାଙ୍କ ଧୁଆଁଧାର ବ୍ୟାଟିଂ ପାଇଁ ସେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ । ସେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ଜିତିଥିଲେ । ପୁରସ୍କାର ସ୍ବରୂପ ତାଙ୍କୁ ଏକ HAVAL H9 SUV ଉପହାର ଦିଆଯାଇଥିଲା । ସବୁଠୁ ରୋଚକ କଥା ହେଉଛି, କଡ଼ା ଆଇନ କାରଣରୁ ଏହି ଏସୟୁଭି କାରକୁ ଭାରତ ଆଣିପାରିବେ ନାହିଁ ଅଭିଷେକ ଶର୍ମା ।


HAVAL H9 SUV ହେଉଛି ଏକ ଲେଫ୍ଟ ହ୍ୟାଣ୍ଡ ଡ୍ରାଇଭ୍ ଭର୍ଜନ । କିନ୍ତୁ ଭାରତରେ କେବଳ ରାଇଟ୍ - ହ୍ୟାଣ୍ଡ ଡ୍ରାଇଭ୍ ଭର୍ଜନ କାରଗୁଡ଼ିକୁ ଅନୁମତି ଦିଆଯାଇଛି । ଭାରତର ସଡ଼କ ସୁରକ୍ଷା ଏବଂ ଯାନବାହନ ପଞ୍ଜୀକରଣ ଆଇନ ଅନୁଯାୟୀ, ଲେଫ୍ଟ-ହ୍ୟାଣ୍ଡ ଡ୍ରାଇଭ୍ କାରଗୁଡ଼ିକୁ ଭାରତରେ ପଞ୍ଜିକରଣ କିମ୍ବା ଚଲାଇହେବ ନାହିଁ । ଯାହାଫଳରେ ଅଭିଷେକ ଶର୍ମା ଏହି ନୂଆ SUVକୁ ଭାରତ ଆଣିପାରିବେ ନାହିଁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରିପୋର୍ଟ ଅନୁସାରେ, HAVAL ନଭେମ୍ବର ୨୦୨୫ ସୁଦ୍ଧା ଭାରତରେ ଏହି SUVର ରାଇଟ୍-ହ୍ୟାଣ୍ଡ ଡ୍ରାଇଭ୍ ସଂସ୍କରଣରେ ଲଞ୍ଚ କରିପାରେ । ଯଦି ଏହା ହୁଏ, ତେବେ ଅଭିଷେକ ଶର୍ମାଙ୍କୁ ଭାରତରେ ଚାଲୁଥିବା ମଡେଲ୍ SUV କାର ଉପହାର ସ୍ବରୂପ ମିଳିପାରେ । କିନ୍ତୁ କମ୍ପାନୀ ପକ୍ଷରୁ ଏନେଇ କୌଣସି ବିବୃତ୍ତି ଜାରି କରାଯାଇନାହିଁ ।

HAVAL H9 ଫିଚର୍‌

HAVAL H9 ଏହାର ବିଳାସପୂର୍ଣ୍ଣ ଲୁକ୍ ଏବଂ ଆଡଭାନ୍ସ ଫିଚର୍ ପାଇଁ ବେଶ୍ ଜଣାଶୁଣା । ଏହି ଯାନରେ ସୁରକ୍ଷା ଏବଂ ଆରାମକୁ ସତର୍କତାର ସହ ବିଚାର କରାଯାଇଛି । ୭ ସିଟର ଲେଆଉଟ୍ ସହିତ ଏହି ଏସୟ୍ୟୁଭିରେ ଲେଦର୍ ସିଟ୍ ଏବଂ ଇଲେକ୍ଟ୍ରିକ୍ ଆଡଜଷ୍ଟେବଲ୍ ସିଟ୍, Apple CarPlay, ଏକ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍ ଏବଂ ଏକ ପାନୋରାମିକ୍ ସନରୁଫ୍ ରହିଛି । ଏହା ସହ 360-ଡିଗ୍ରୀ କ୍ୟାମେରା, ଛଅଟି ଏୟାରବ୍ୟାଗ୍, ପାର୍କିଂ ଆସିଷ୍ଟ୍ ଏବଂ ABS-EBD ଭଳି ଫିଚର୍ ରହିଛି ।

ଯାନର ମୂଲ୍ୟ କେତେ?

HAVAL H9 ଭାରତୀୟ ବଜାରରେ ବିକ୍ରି ହୁଏ ନାହିଁ । ତଥାପି, ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୧୪୨,୨୦୦ ସାଉଦି ରିୟାଲ୍ (SAR)। ଭାରତୀୟ ମୂଲ୍ୟରେ ଯଦି କହିବା ତେବେ କାରର ଦାମ୍ ପ୍ରାୟ ୩୩.୬୦ ଲକ୍ଷ ଅଟେ । ରିପୋର୍ଟ ଅନୁସାରେ, ଭାରତରେ ଏହାର ଆନୁମାନିକ ଏକ୍ସ ସୋ-ରୁମ୍ ମୂଲ୍ୟ ୨୫ରୁ ୩୦ ଲକ୍ଷ ହୋଇପାରେ । ଏହି SUV ଟୟୋଟା ଫର୍ଚୁନର ଭଳି ଯାନ ସହିତ ପ୍ରତିଯୋଗିତା କରେ ।

Related Topics

Explore more stories

Sponsored
Abhishek Sharma Wins Haval H9 SUV After Asia Cup 2025 Victory, But Can’t Bring It to India | Argus News