Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Abhishek Sharma / 'ସେମାନେ ଆମକୁ ବିନା କାରଣରେ ସ୍ଲେଜିଂ କଲେ, ଆମେ ବ୍ୟାଟ୍ ମାଧ୍ୟମରେ ଜବାବ ଦେଲୁ'

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
'ସେମାନେ ଆମକୁ ବିନା କାରଣରେ ସ୍ଲେଜିଂ କଲେ, ଆମେ ବ୍ୟାଟ୍ ମାଧ୍ୟମରେ ଜବାବ ଦେଲୁ'

Key Points

ଏସିଆ କପରେ ଭାରତର ବଡ଼ ବିଜୟ । ପଡ଼ିଆରେ କାହିଁକି ପାକିସ୍ତାନୀ ବୋଲରଙ୍କ ସହ ହୋଇଥିଲା ଯୁକ୍ତିତର୍କ । ମ୍ୟାଚ୍ ପରେ ଖୋଲି କହିଦେଲେ ଅଭିଷେକ ଶର୍ମା। 

ରବିବାର ଏସିଆ କପ୍-୨୦୨୫ରେ ଖେଳାଯାଇଥିଲା ମହାମୁକାବିଲା । ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ତେବେ ଏହି ମ୍ୟାଚରେ ଏକପାଖିଆ ବିଜୟ ହାସଲ କରିଥିଲା ଭାରତ । ମାତ୍ର ୧୮.୫ ଓଭରରେ ୧୭୨ ରନର ଲକ୍ଷ୍ୟକୁ ସହଜରେ ହାସଲ କରି ନେଇଥିଲା ଟିମ୍ ଇଣ୍ଡିଆ ।


ପାକିସ୍ତାନ ବିପକ୍ଷରେ ଏହି ବଡ଼ ବିଜୟର ପ୍ରମୁଖ କାରଣ ଥିଲେ ଅଭିଷେକ ଶର୍ମା ଓ ଶୁବମନ ଗିଲ୍ । ଯାହାଙ୍କ ଯୋଡ଼ି ମାତ୍ର ୪୯ ବଲରେ ପ୍ରଥମ ୱିକେଟ୍ ପାଇଁ ୧୦୫ ରନ୍ କରିଥିଲେ । ଏହି ପାର୍ଟନରସିପ୍ ପୂରା ମ୍ୟାଚକୁ ଏକପାଖିଆ କରିଥିଲା । ଅଭିଷେକ ତାଙ୍କ ଧୁଆଁଧାର ଇନିଂସରେ ପାଞ୍ଚଟି ଛକା ଏବଂ ଛଅଟି ଚୌକା ମାରିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଅନୁସାରେ ୧୭୨ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବା ପରେ ଦମଦାର ଆରମ୍ଭ କରିଥିଲେ ଦୁଇ ଭାରତୀୟ ଓପନର । ଅଭିଷେକ ଓ ଶୁବମନଙ୍କ ଆକ୍ରମଣତ୍ମକ ବ୍ୟାଟିଂ ପରେ ପାକିସ୍ତାନୀ ବୋଲରରେ ଶେଷରେ ସ୍ଲେଜିଂ କରିବା ଆରମ୍ଭ କରିଥିଲେ । ପ୍ରଥମେ ଶାହିନ୍ ଆଫ୍ରିଦ୍ ପରେ ହାରିଶ ରୈଫ ଗିଲ୍ ଓ ଅଭିଷେକ ଶର୍ମାଙ୍କୁ ସ୍ଲେଜିଂ କରିଥିଲା । ଆଉ ଅଭିଷେକ ମଧ୍ୟ ଏହାର ଜବାବ ଦେଇଥିଲେ ଏବଂ ଯୁକ୍ତିତର୍କ ମଧ୍ୟ ଆରମ୍ଭ ହୋଇଥିଲା । ସେପଟେ ପାକିସ୍ତାନୀ ବୋଲର ପଡ଼ିଆ ଭିତରେ ଯେତିକି ଆଗ୍ରେସିଭ୍ ହେଉଥିଲେ ଗିଲ୍ ଓ ଅଭିଷେକ ସେତିକି ସ୍ପିଡରେ ରନ୍ ସଂଗ୍ରହ କରିଥିଲେ ।


ତେବେ ପଡ଼ିଆ ମଧ୍ୟରେ ପାକିସ୍ତାନୀ ବୋଲରଙ୍କ ସହ ହୋଇଥିବା ଯୁକ୍ତିତର୍କ ନେଇ ମ୍ୟାଚ୍ ପରେ ପ୍ରତିକ୍ରିୟା ରଖିଥିଲେ ଅଭିଷେକ ଶର୍ମା । ସେ ମ୍ୟାଚ୍ ପରେ ପ୍ରେଜେଣ୍ଟେସନ୍ ସମାରୋହ ସମୟରେ କହିଥିଲେ,"ଆଜି ସବୁକିଛି ବହୁତ ସହଜ ଥିଲା । ସେମାନେ ବିନା କାରଣରେ ଆମକୁ ଉସକାଉଥିଲେ, ଯାହା ମୋତେ ପସନ୍ଦ ଆସିନଥିଲା । ସେଥିପାଇଁ ମୁଁ ସେମାନଙ୍କ ବିରୋଧରେ ଆକ୍ରମଣାତ୍ମକ ଖେଳିଥିଲି । ମୋର ଲକ୍ଷ୍ୟ ଥିଲା ଦଳ ପାଇଁ ଭଲ ପ୍ରଦର୍ଶନ କରିବା । ଆମେ (ଗିଲ୍ ଏବଂ ଅଭିଷେକ) ସ୍କୁଲ ସମୟରୁ ଏକାଠି ଖେଳୁଛୁ ଏବଂ ପରସ୍ପରର ସାଥୀ ଉପଭୋଗ କରୁଛୁ। ଆଜି ଆମେ ଦୃଢ଼ ସଂକଳ୍ପବଦ୍ଧ ଥିଲୁ ଏବଂ ଆମେ ଏହା କରିଥିଲୁ । ଗିଲ୍ ଯେଉଁଭଳି ଭାବେ ଜବାବ ଦେଉଥିଲେ ତାହା ମୋତେ ପ୍ରକୃତରେ ପସନ୍ଦ ଆସିଥିଲା ବୋଲି ଅଭିଷେକ ଶର୍ମା କହିଛନ୍ତି ।


ସେପଟେ ଏହି ବିଜୟ ସହିତ, ସୂର୍ଯ୍ୟକୁମାର ଯାଦବଙ୍କ ଦଳ ସୁପର-୪ ଅଭିଯାନର ଏକ ଦୃଢ଼ ଆରମ୍ଭ କରିଛି । ଭାରତ ଏବେ ସେମାନଙ୍କର ପରବର୍ତ୍ତୀ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ ।

Sponsored
Asia Cup 2025: Abhishek Sharma Hits Back at Pakistan’s Sledging with Bat | Argus News