Abhishek Sharma / ୩ ଛକା, ୬ ଚଉକା, ଗୋଟିଏ ୱିକେଟ୍; ଟି-ଟ୍ଵେଣ୍ଟି ଫାଇନାଲ୍ରେ ଚମକିଲେ ଅଭିଷେକ ଶର୍ମା
·4 months ago·2 min read

Key Points
ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ଵେଣ୍ଟି ବିଶ୍ଵକପ୍ର ଫାଇନାଲ୍ରେ ଅଭିଷେକ ବିସ୍ଫୋରକ ପାଳି ଖେଳିଛନ୍ତି । ୨୧ ବଲ୍ରେ ୫୨ ରନ୍ କରି ଆଉଟ୍ ହୋଇଛନ୍ତି ଅଭିଷେକ ଶର୍ମା । ଯେଉଁଥିରେ ୬ଟି ଚଉକା ସହ ୩ଟି ଛକା ରହିଛି ।
ଅହମଦାବାଦ: ଅନିଶ୍ଚିତତାର ଖେଳ କ୍ରିକେଟରେ ସମୟ ହେଉଛି ବଳବାନ । ଅର୍ଥାତ୍ ସଠିକ୍ ସମୟରେ, ଠିକ୍ ଆଙ୍ଗେଲରେ ବଲ୍ ବ୍ୟାଟରେ ବାଜିଲେ ତାହା ଛକା ହୋଇଯାଏ । ସେମିତି ନ ହେଲେ ବ୍ୟାଟର ଆଉଟ୍ ମଧ୍ୟ ହୋଇପାରନ୍ତି । ଏହାକୁ ହିଁ କ୍ରିକେଟ୍ରେ ଖେଳାଳିଙ୍କ ଫର୍ମ କୁହାଯାଏ ।
ବିଗତ ଦିନରେ ଏଭଳି ଖରାପ ପର୍ମକୁ ନେଇ ସମାଲୋଚିତ ହୋଇ ଆସୁଥିଲେ ଭାରତର ଓପନର୍ ଅଭିଷେକ ଶର୍ମା । ଅଭିଷେକଙ୍କୁ ନେଇ ଖାଲି ଚର୍ଚ୍ଚା ହେଉ ନଥିଲା ତାଙ୍କୁ ଫାଇନାଲ୍ ମ୍ୟାଚ୍ରୁ ବାଦ୍ ଦେବାକୁ ଅନେକ କହୁଥିଲେ । କିନ୍ତୁ ଟି-ଟ୍ଵେଣ୍ଟି ବିଶ୍ଵକପ୍ରେ ଅଭିଷେକଙ୍କ ବ୍ୟାଟ୍ ଏମିତି ଚାଲିଲା ଯେ, ସମସ୍ତ ତାଙ୍କ ପୁରୁଣା ପାଳି ଓ ଖରାପ ପ୍ରଦର୍ଶନକୁ ଭୁଲି ଗଲେ ।
ଏଥିସହ ପଢ଼ନ୍ତୁ: ନ୍ୟୁଜିଲାଣ୍ଡକୁ ୯୬ ରନ୍ରେ ହରାଇ ଭାରତ ରଚିଲା ଇତିହାସ
ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅଭିଷେକ ଶର୍ମା ଦେଖାଇ ଦେଇଛନ୍ତି ଯେ, ତାଙ୍କୁ କାହିଁକି ଦୁନିଆର ନମ୍ବର-୧ ଟି-ଟ୍ଵେଣ୍ଟି ବ୍ୟାଟ୍ସମ୍ୟାନ କୁହାଯାଏ । ୨୦୨୫ରେ ଅଭିଷେକ ଚମତ୍କାର ପ୍ରଦର୍ଶନ କରି ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟି ରାଙ୍କିଂରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଟ୍ରେବିସ୍ ହେଡ୍ଙ୍କୁ ପଛରେ ପକାଇ ଶୀର୍ଷରେ ପହଞ୍ଚିଥିଲେ ଅଭିଷେକ ଶର୍ମା । ଏଥିସହ ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟିରେ ବ୍ୟାଟ୍ସମ୍ୟାନ ଭାବେ ଶୀର୍ଷ ସ୍ଥାନ ଅଧିକାରରେ ହୋଇଥିଲେ ଚତୁର୍ଥ ଭାରତୀୟ ଖେଳାଳି ।
ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ଵେଣ୍ଟି ବିଶ୍ଵକପ୍ର ଫାଇନାଲ୍ରେ ଅଭିଷେକ ବିସ୍ଫୋରକ ପାଳି ଖେଳିଛନ୍ତି । ୨୧ ବଲ୍ରେ ୫୨ ରନ୍ କରି ଆଉଟ୍ ହୋଇଛନ୍ତି ଅଭିଷେକ ଶର୍ମା । ଯେଉଁଥିରେ ୬ଟି ଚଉକା ସହ ୩ଟି ଛକା ରହିଛି । ବଡ଼ କଥା ହେଉଛି ଅଭିଷେକ ଫାଇନାଲ୍ ମ୍ୟାଚ୍ରେ ମାତ୍ର ୧୮ ବଲ୍ରେ ହାସଲ କରିଛନ୍ତି ଅର୍ଦ୍ଧଶତକ । ଯାହାକି ଟୁର୍ଣ୍ଣାମେଣ୍ଟର ସବୁଠୁ ଦ୍ରୁତ ଅର୍ଦ୍ଧଶତକ ।
ଏଥିସହ ପଢ଼ନ୍ତୁ: ତୃତୀୟଥର ପାଇଁ ଭାରତ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଚାମ୍ପିଅନ୍; ଲେଖିଲା ୩ ଇତିହାସ
ଜ୍ୟାକବ ଡଫି, ଲକି ଫର୍ଗ୍ୟୁସନ ଓ ମ୍ୟାଟ ହେନରିଙ୍କ ବଲ୍ରେ ଅଭିଷେକ ଛକା, ଚଉକା ବର୍ଷା କରିଥିଲେ । ମ୍ୟାଚ୍ ଆରମ୍ଭରୁ ନ୍ୟୁଜିଲାଣ୍ଡ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ ଅଭିଷେକ ଶର୍ମା । ପରେ ରଚିନ ରବୀନ୍ଦ୍ରଙ୍କ ବଲ୍ରେ ଟିମ୍ ସିଫର୍ଟଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ । ସେତେବେଳକୁ ସଞ୍ଜୁ ଓ ଅଭିଷେକଙ୍କ ଯୋଡ଼ି ମାତ୍ର ୪୩ ବଲ୍ରେ ଭାରତ ପାଇଁ ୯୮ ରନ୍ ସ୍କୋର୍ କରି ସାରିଥିଲେ ।
ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ୍ ମ୍ୟାଚ୍ରେ କେବଳ ବ୍ୟାଟିଂରେ ଅଭିଷେକ ଚମକିଛନ୍ତି ତା ନୁହେଁ । ଫାଇନାଲ୍ ମ୍ୟାଚ୍ରେ ଅଭିଷେକ ଗୋଟିଏ ଓଭର୍ ବୋଲିଂ କରି ୫ ରନ୍ ଦେବା ସହ ଗୋଟିଏ ୱିକେଟ୍ ଅକ୍ତିଆର୍ କରି ସମାଲୋଚକଙ୍କୁ କଡ଼ା ଜବାବ ଦେବା ସହ ମୁହଁ ବନ୍ଦ କରି ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories