Historic Victory / ତୃତୀୟଥର ପାଇଁ ଭାରତ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଚାମ୍ପିଅନ୍; ଲେଖିଲା ୩ ଇତିହାସ
·4 months ago·2 min read

Key Points
ତୃତୀୟଥର ପାଇଁ ଭାରତ ଜିତିଛି ଟି-ଟ୍ଵେଣ୍ଟି ବିଶ୍ଵକପ୍ । ବିଶ୍ଵକପ୍ ଟ୍ରଫି ସହ ଭାରତ ୩ଟି ଇତିହାସ ରଚିଛି । ପ୍ରଥମ ଦଳ ଭାବେ ଭାରତ ତୃତୀୟଥର ବିଶ୍ଵକପ୍ ଜିତିଛି ।
ଅହମଦାବାଦ: ଭାରତ ଲେଖିଲା ଇତିହାସ । ତୃତୀୟଥର ପାଇଁ ଭାରତ ଜିତିଲା ଟି-ଟ୍ଵେଣ୍ଟି ବିଶ୍ଵକପ୍ । ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ବିଶ୍ଵକପ୍ ଟ୍ରଫି ହାତେଇବା ସହ ୩ଟି ଇତିହାସ ରଚିଛି । ପ୍ରଥମ ଦଳ ଭାବେ ଭାରତ ତୃତୀୟଥର ବିଶ୍ଵକପ୍ ଜିତିଛି । ପ୍ରଥମ ଦଳ ଭାବେ ଭାରତ ଲଗାତାର ଦ୍ଵିତୀୟଥର ଟ୍ରଫି ହାତେଇଛି । ପ୍ରଥମ ଦଳ ଭାବେ ଭାରତ ଘରୋଇ ମୈଦାନରେ ଜିତିଛି ଟି-ଟ୍ଵେଣ୍ଟି ବିଶ୍ଵକପ୍ ଟ୍ରଫି । ଏହା ପୂର୍ବରୁ ଭାରତ ୨୦୦୭, ୨୦୨୪ରେ ଜିତିଥିଲା ବିଶ୍ଵକପ୍ ।
ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଖେଳା ଯାଇଥିବା ଫାଇନାଲ୍ ମୁକାବିଲାରେ ଟସ୍ ଜିତି ନ୍ୟୁଜିଲାଣ୍ଡ, ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅହମଦାବାଦରେ ୨୫୫ ରନ୍ର ବଡ଼ ସ୍କୋର୍ କରିଥିଲା । ଆରମ୍ଭରୁ ସଞ୍ଜୁ ସାମସନ, ଅଭିଷେକ ଶର୍ମା, ଇଶାନ କିଷନ ବିସ୍ଫୋରକ ବ୍ୟାଟିଂ କରିଥିଲେ ।
ଏଥିସହ ପଢ଼ନ୍ତୁ: ସଞ୍ଜୁ-ଇଶାନ ଓ ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ନ୍ୟୁଜିଲାଣ୍ଡ ଆଗରେ ୨୫୬ ରନ୍ର ଟାର୍ଗେଟ
୨୦ ଓଭରରେ ଭାରତ ୫ ୱିକେଟ ହରାଇ ୨୫୫ ରନ୍ କରିଥିଲା । ନ୍ୟୁଜିଲାଣ୍ଡକୁ ଦେଇଥିଲା ୨୫୬ ରନ୍ର ବିଜୟ ଲକ୍ଷ୍ୟ । ୨୫୬ ରନ୍ର ପିଛା କରି ନ୍ୟୁଜିଲାଣ୍ଡ ୧୫୯ ରନ୍ରେ ଅଲଆଉଟ୍ ହୋଇ ରନର୍ସ ଅପ୍ ହୋଇଛି । ଭାରତ ଫାଇନାଲ୍ ମ୍ୟାଚ୍କୁ ନ୍ୟୁଜିଲାଣ୍ଡ ଠାରୁ ୬ ବଲ୍ ବାକି ଥାଇ ୯୬ ରନ୍ରେ ଜିତି ନେଇ ଚାମ୍ପିଅନ୍ ହୋଇଛି ।
ଗୋଟିଏ ଓଭର୍ରେ ୩ ୱିକେଟ୍
ଭାରତର ଦଳୀୟ ସ୍କୋର୍ ୯୮ ହୋଇଥିବା ବେଳେ ୭.୧ ଓଭରରେ ଆଉଟ୍ ହୋଇଥିଲେ ଓପନର ଅଭିଷେକ ଶର୍ମା । ଏହାପରେ ୧୫ତମ ଓଭର୍ ପର୍ଯ୍ୟନ୍ତ ଜାରି ରହିଥିଲା ଭାରତର ଆଟାକିଂ ବ୍ୟାଟିଂ । ଏହାପରେ ଜେମ୍ସ ନସୀମ ବୋଲିଂ କରିଥିବା ବେଳେ ଗୋଟିଏ ଓଭରରେ ଖସିଥିଲା ଭାରତର ୩ଟି ୱିକେଟ୍ ।
୧୫.୧ ଓଭରରେ ଦଳୀୟ ସ୍କୋର୍ ୨୦୩ ହୋଇଥିବା ବେଳେ ସଞ୍ଜୁ ସାମସନ ଆଉଟ୍ ହୋଇଥିଲେ । ଏହାପରେ ଇଶାନ କିଷନ ଓ ସୂର୍ଯ୍ୟକୁମାରଙ୍କ ୱିକେଟ୍ ଖସିଥିଲା । ୧୮.୨ ଓଭର୍ରେ ଦଳୀୟ ସ୍କୋର୍ ୨୨୬ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ।
ଏଥିସହ ପଢ଼ନ୍ତୁ: ସୃଷ୍ଟି ହେଲା ନୂଆ ବିଶ୍ୱ ରେକର୍ଡ: ଭାରତୀୟ ଓପନର ରଚିଲେ ଇତିହାସ, ଭାଙ୍ଗିଲା ପାକିସ୍ତାନର ରେକର୍ଡ
ଚଉକା, ଛକା ବର୍ଷା
ଭାରତ ପକ୍ଷରୁ ଓପନର୍ ସଞ୍ଜୁ ସାମସନ ସର୍ବାଧିକ ୮୯ ରନ୍ର ପାଳି ଖେଳିଛନ୍ତି । ୪୬ ବଲ୍ରେ ସଞ୍ଜୁ ୮ଟି ଛକା, ୫ଟି ଚଉକା ସହ ୮୯ ରନ୍ କରିଛନ୍ତି । ସେହିଭଳି ଅଭିଷେକ ଶର୍ମା ୨୧ ବଲ୍ରେ ୩ଟି ଛକା, ୬ଟି ଚଉକା ସହାୟତାରେ ୫୨ ରନ୍, ଇଶାନ କିଷନ ୨୫ ବଲ୍ରେ ୪ଟି ଛକା, ୪ଟା ଚଉକା ସହାୟତାରେ ୫୪ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲ୍ରେ ୧୮ ରନ୍, ଶିବମ ଦୁବେ ୮ ବଲ୍ରେ ୨ ଛକା, ୩ ଚଉକା ସହାୟତାରେ ଅପରାଜିତ ୨୬ ରନ୍ କରିଛନ୍ତି ।
ବୁମ୍ରା ଓ ଅକ୍ଷରଙ୍କ ବୋଲିଂରେ ନ୍ୟୁଜିଲାଣ୍ଡ ଧରାଶାୟୀ
ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସେଇଫର୍ଟ ସର୍ବାଧିକ ୫୨ ରନ୍ କରିଥିବା ବେଲେ ଅଧିନାୟକ ମିଚେଲ୍ ସେଣ୍ଟନର୍ ୪୩ ରନ୍ କରିଛନ୍ତି । ଭାରତ ପକ୍ଷରୁ ଜଶପ୍ରୀତ ବୁମ୍ରା ୪ଟି ୱିକେଟ୍ ନେଇଥିବା ବେଲେ ଅକ୍ଷର ପଟେଲ ୩ଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ବଋଣ ଚକ୍ରବର୍ତ୍ତୀ ଓ ଅଭିଷେକ ଶର୍ମାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories