Suryakumar Yadav controversy / `ସୂର୍ଯ୍ୟକୁମାର ମେସେଜ୍ କରୁଥିଲେ’ ମନ୍ତବ୍ୟ ଦେଇ ଫସିଲେ ଅଭିନେତ୍ରୀ
·6 months ago·2 min read

Key Points
ଭାରତର ଷ୍ଟାର କ୍ରିକେଟର ମାନେ Mr. 360ଙ୍କ ନାଁରେ ମିଛ କହି ଫସିଛନ୍ତି ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର। ନିଜର ଅଦ୍ଭୁତ ପୋଷାକ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଖୁସି ମୁଖାର୍ଜୀ ତାଙ୍କ ବୟାନ ପାଇଁ ମଧ୍ୟ ଚର୍ଚ୍ଚାରେ ଥାଆନ୍ତି ।
ଭାରତର ଷ୍ଟାର କ୍ରିକେଟର ମାନେ Mr. 360ଙ୍କ ନାଁରେ ମିଛ କହି ଫସିଛନ୍ତି ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର। ନିଜର ଅଦ୍ଭୁତ ପୋଷାକ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଖୁସି ମୁଖାର୍ଜୀ ତାଙ୍କ ବୟାନ ପାଇଁ ମଧ୍ୟ ଚର୍ଚ୍ଚାରେ ଥାଆନ୍ତି । କିଛି ଦିନ ପୂର୍ବେ ସେ ଗଣମାଧ୍ୟମରେ ଏକ ବୟାନ ଦେଇଥିଲେ ଯାହା ତାଙ୍କୁ ଆଇନଗତ ଅସୁବିଧାରେ ପକାଇଥିଲା। ନିକଟରେ, ଅଭିନେତ୍ରୀ ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଥିଲେ। ଏବେ ତାଙ୍କ ବିରୋଧରେ ମାନହାନି ମାମଲା ଦାୟର କରାଯାଇଛି।
ନିକଟରେ ଏକ ଗଣମାଧ୍ୟମ ଆଲୋଚନା ସମୟରେ ଖୁସି ମୁଖାର୍ଜୀ କହିଥିଲେ ଯେ, ଭାରତୀୟ T20 ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତାଙ୍କୁ ସୋସିଆଲ ମିଡିଆରେ ମେସେଜ କରନ୍ତି। ଏହି ବୟାନ ସୋସିଆଲ ମିଡିଆରେ ବ୍ୟାପକ ଦୃଷ୍ଟି ଆକର୍ଷଣ କରିଥିଲା। ବର୍ତ୍ତମାନ ଏକ ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଶଂସକ ଫୈଜାନ ଅନସାରୀ ମାନହାନି ଅଭିଯୋଗରେ ୧୦୦ କୋଟି ଟଙ୍କା କ୍ଷତିପୁରଣ ଦାବି କରି ଅଭିନେତ୍ରୀଙ୍କ ବିରୁଦ୍ଧରେ ଏକ FIR ଦାୟର କରିଛନ୍ତି। ଗାଜିପୁର ପୋଲିସ ଷ୍ଟେସନରେ ଅଭିଯୋଗ ଦାୟର କରାଯାଇଥିଲା।
ଏହାସହ ପଢ଼ନ୍ତୁ: ଗମ୍ଭୀରଙ୍କ ଉପରେ ବର୍ଷିଲେ ଅଶ୍ୱିନ: ଜାଣିଶୁଣି ଭଲ ପ୍ଲେୟରଙ୍କୁ ସୁଯୋଗ ଦେଉ ନାହାନ୍ତି
ଫୈଜାନ କହିଛନ୍ତି ଯେ ଖୁସି ମୁଖାର୍ଜୀ କେବଳ ନିଜେ ଫେମସ ହେବାକୁ ଏସବୁ କରୁଛନ୍ତି। ଖୁସିଙ୍କ ଏଭଳି କହିବା ଦୁଃଖଦାୟକ ଏବଂ ସୂର୍ଯ୍ୟ କୁମାର ଯାଦବଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବ। ଫୈଜାନ ଏହା ମଧ୍ୟ କହିଛନ୍ତି ଯେ ସେ କୌଣସି ପ୍ରମାଣ କିମ୍ବା ଚାଟ୍ ବିନା ଏହି ବକ୍ତବ୍ୟ ସେ କେମିତି ଦେଲେ। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଏହା ଏକ ଭିତ୍ତିହୀନ ଅଭିଯୋଗ ଯାହା ଖେଳାଳିଙ୍କ imageକୁ କ୍ଷତି ପହଞ୍ଚାଉଛି ।
ପ୍ରକୃତରେ, ଖୁସି ମୁଖାର୍ଜୀ ତାଙ୍କ ବୟାନରେ କହିଥିଲେ, ” ମୁଁ କୌଣସି କ୍ରିକେଟରଙ୍କୁ ଡେଟ୍ କରିବାକୁ ଚାହୁଁନାହିଁ । ଅନେକ କ୍ରିକେଟର ମୋ ପଛରେ ଅଛନ୍ତି। ସୂର୍ଯ୍ୟକୁମାର ଯାଦବ ମୋତେ ବହୁତ ମେସେଜ କରୁଥିଲେ , କିନ୍ତୁ ଏବେ ଆମେ ଅଧିକ କଥା ହେଉନାହୁଁ। ମୁଁ କୌଣସି ପ୍ରକାରର ସମ୍ପର୍କ ଚାହୁଁନାହିଁ। ମୁଁ ମୋ ନାମ ସହିତ କୌଣସି ପ୍ରକାରର ଲିଙ୍କ-ଅପ୍ ପସନ୍ଦ କରେ ନାହିଁ ।” ଖୁସିଙ୍କ ଏହି ବୟାନ ସେତେବେଳେ ବହୁତ ଧ୍ୟାନ ଆକର୍ଷଣ କରିଥିଲା ଏବଂ ଲୋକମାନେ ତାଙ୍କୁ ବହୁତ ଟ୍ରୋଲ୍ ମଧ୍ୟ କରିଥିଲେ ।
100 Crore Defamation Case Filed Against Khushi Mukherjee by Faizan Ansari #SuryakumarYadav #khushimukherjee #FaizanAnsari @ABPNews @TV9Bharatvarsh @Bharat24Liv @khaleejtimes @gulf_news @IndiaToday @toisports @drIRAJRAJA pic.twitter.com/VChYAlEVFu
— Faizan Ansari (@FaizanBombay) January 13, 2026
ନିକଟରେ ଏକ ଗଣମାଧ୍ୟମ ଆଲୋଚନା ସମୟରେ ଖୁସି ମୁଖାର୍ଜୀ କହିଥିଲେ ଯେ, ଭାରତୀୟ T20 ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତାଙ୍କୁ ସୋସିଆଲ ମିଡିଆରେ ମେସେଜ କରନ୍ତି। ଏହି ବୟାନ ସୋସିଆଲ ମିଡିଆରେ ବ୍ୟାପକ ଦୃଷ୍ଟି ଆକର୍ଷଣ କରିଥିଲା। ବର୍ତ୍ତମାନ ଏକ ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଶଂସକ ଫୈଜାନ ଅନସାରୀ ମାନହାନି ଅଭିଯୋଗରେ ୧୦୦ କୋଟି ଟଙ୍କା କ୍ଷତିପୁରଣ ଦାବି କରି ଅଭିନେତ୍ରୀଙ୍କ ବିରୁଦ୍ଧରେ ଏକ FIR ଦାୟର କରିଛନ୍ତି। ଗାଜିପୁର ପୋଲିସ ଷ୍ଟେସନରେ ଅଭିଯୋଗ ଦାୟର କରାଯାଇଥିଲା।
ଏହାସହ ପଢ଼ନ୍ତୁ: ଗମ୍ଭୀରଙ୍କ ଉପରେ ବର୍ଷିଲେ ଅଶ୍ୱିନ: ଜାଣିଶୁଣି ଭଲ ପ୍ଲେୟରଙ୍କୁ ସୁଯୋଗ ଦେଉ ନାହାନ୍ତି
ଫୈଜାନ କହିଛନ୍ତି ଯେ ଖୁସି ମୁଖାର୍ଜୀ କେବଳ ନିଜେ ଫେମସ ହେବାକୁ ଏସବୁ କରୁଛନ୍ତି। ଖୁସିଙ୍କ ଏଭଳି କହିବା ଦୁଃଖଦାୟକ ଏବଂ ସୂର୍ଯ୍ୟ କୁମାର ଯାଦବଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବ। ଫୈଜାନ ଏହା ମଧ୍ୟ କହିଛନ୍ତି ଯେ ସେ କୌଣସି ପ୍ରମାଣ କିମ୍ବା ଚାଟ୍ ବିନା ଏହି ବକ୍ତବ୍ୟ ସେ କେମିତି ଦେଲେ। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଏହା ଏକ ଭିତ୍ତିହୀନ ଅଭିଯୋଗ ଯାହା ଖେଳାଳିଙ୍କ imageକୁ କ୍ଷତି ପହଞ୍ଚାଉଛି ।
ପ୍ରକୃତରେ, ଖୁସି ମୁଖାର୍ଜୀ ତାଙ୍କ ବୟାନରେ କହିଥିଲେ, ” ମୁଁ କୌଣସି କ୍ରିକେଟରଙ୍କୁ ଡେଟ୍ କରିବାକୁ ଚାହୁଁନାହିଁ । ଅନେକ କ୍ରିକେଟର ମୋ ପଛରେ ଅଛନ୍ତି। ସୂର୍ଯ୍ୟକୁମାର ଯାଦବ ମୋତେ ବହୁତ ମେସେଜ କରୁଥିଲେ , କିନ୍ତୁ ଏବେ ଆମେ ଅଧିକ କଥା ହେଉନାହୁଁ। ମୁଁ କୌଣସି ପ୍ରକାରର ସମ୍ପର୍କ ଚାହୁଁନାହିଁ। ମୁଁ ମୋ ନାମ ସହିତ କୌଣସି ପ୍ରକାରର ଲିଙ୍କ-ଅପ୍ ପସନ୍ଦ କରେ ନାହିଁ ।” ଖୁସିଙ୍କ ଏହି ବୟାନ ସେତେବେଳେ ବହୁତ ଧ୍ୟାନ ଆକର୍ଷଣ କରିଥିଲା ଏବଂ ଲୋକମାନେ ତାଙ୍କୁ ବହୁତ ଟ୍ରୋଲ୍ ମଧ୍ୟ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories