Ajinkya Rahane Retirement / ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଅନ୍ତର୍ଜାତୀୟ କ୍ରିକେଟ୍କୁ କହିଲେ ଅଲବିଦା
·5 hours ago·2 min read

Key Points
ଭାରତୀୟ କ୍ରିକେଟ୍ରେ ବଡ଼ ଖବର
ଅଜିଙ୍କ୍ୟ ରାହାଣେଙ୍କ ଅବସର ଘୋଷଣା
ଇଣ୍ଟରନ୍ୟାସନାଲ କ୍ରିକେଟ୍କୁ କହିଲେ ଅଲବିଦା
ଅଜିଙ୍କ୍ୟ ରାହାଣେଙ୍କ ଅବସର ଘୋଷଣା
ଇଣ୍ଟରନ୍ୟାସନାଲ କ୍ରିକେଟ୍କୁ କହିଲେ ଅଲବିଦା
ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍, ଯିଏ ନିଜ ବ୍ୟାଟ୍ ଓ ନେତୃତ୍ୱରେ ଅନେକ ସ୍ମରଣୀୟ ମୁହୂର୍ତ୍ତ ଦେଇଥିଲେ, ସେହି ଅଜିଙ୍କ୍ୟ ରାହାଣେ ଏବେ ନେଇଛନ୍ତି ଅନ୍ତର୍ଜାତୀୟ କ୍ରିକେଟ୍ରୁ ବିଦାୟ। ଆଖିରେ ଲୁହ, ମନରେ ଅସଂଖ୍ୟ ସ୍ମୃତି ଏବଂ ଫ୍ୟାନ୍ସଙ୍କ ପାଇଁ ଭାବପ୍ରବଣ ବାର୍ତ୍ତା ସହ ରାହାଣେ ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ତାଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ବର୍ଡର-ଗାଭାସ୍କର ଟ୍ରଫି ବିଜୟ ଆଜି ମଧ୍ୟ କ୍ରିକେଟ୍ ପ୍ରେମୀଙ୍କ ମନରେ ଅଭୁଲା ହୋଇ ରହିଛି ।
ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଟେଷ୍ଟ ଅଧିନାୟକ ଅଜିଙ୍କ୍ୟ ରାହାଣେ ନେଇଛନ୍ତି ବଡ଼ ନିଷ୍ପତ୍ତି । ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆରୁ ବାହାରେ ଥିବା ରାହାଣେ ଶେଷରେ ଅନ୍ତର୍ଜାତୀୟ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ଘୋଷଣା କରିଛନ୍ତି । ଏକ ଭାବପ୍ରବଣ ଭିଡିଓ ସେୟାର କରି ସେ ନିଜ ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି ।
ଅଜିଙ୍କ୍ୟ ରାହାଣେ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି କହିଛନ୍ତି, "ମୋତେ ଲାଗୁଛି ଏବେ ଆଗକୁ ବଢ଼ିବା ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ନେବାର ସଠିକ୍ ସମୟ ଆସିଛି । ଜୀବନର ସତ୍ୟ ହେଉଛି, ଯାହା ଆରମ୍ଭ ହୁଏ ତାହାର ଦିନେ ନା ଦିନେ ଶେଷ ମଧ୍ୟ ହୁଏ ।"
ରାହାଣେ ଆହୁରି କହିଛନ୍ତି ଯେ, ସେ କ୍ରିକେଟ୍କୁ ନିଜର ସବୁକିଛି ଦେଇଛନ୍ତି । ଭାରତୀୟ ଦଳର କ୍ୟାପ୍ ପିନ୍ଧିବା ତାଙ୍କର ସବୁଠାରୁ ବଡ଼ ସ୍ୱପ୍ନ ଥିଲା । ଖରାପ ଓ ଭଲ ସମୟରେ ସାଥ୍ ଦେଇଥିବା ସମସ୍ତ କ୍ରିକେଟ୍ ଫ୍ୟାନ୍ସଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।
ନିଜ କ୍ରିକେଟ୍ ଯାତ୍ରାକୁ ମନେ ପକାଇ ସେ BCCI, MCA, କୋଚ୍, ସାଥୀ ଖେଳାଳି ଏବଂ ସମସ୍ତ IPL ଫ୍ରାଞ୍ଚାଇଜିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷ କରି ନିଜ ପତ୍ନୀ ଏବଂ ପରିବାରକୁ ସେ କୃତଜ୍ଞତା ଜଣାଇଛନ୍ତି, ଯେଉଁମାନେ ପ୍ରତ୍ୟେକ ପରିସ୍ଥିତିରେ ତାଙ୍କ ସହ ରହିଥିଲେ ।
୩ ବର୍ଷ ପୂର୍ବରୁ ଖେଳିଥିଲେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍
ଅଜିଙ୍କ୍ୟ ରାହାଣେ ୨୦୧୧ରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଡେବ୍ୟୁ କରିଥିଲେ । ଟିମ୍ ଇଣ୍ଡିଆ ଜର୍ସିରେ ତାଙ୍କର ଶେଷ ମ୍ୟାଚ୍ ୨୦୨୩ରେ ଆସିଥିଲା । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପୋର୍ଟ ଅଫ୍ ସ୍ପେନ୍ରେ ସେ ଶେଷ ଥର ପାଇଁ ଭାରତ ପାଇଁ ଖେଳିଥିଲେ । ଏହାପରେ ସେ ଦଳରୁ ବାଦ୍ ପଡ଼ିଥିଲେ । ଆଉ ଏହା ପରେ ପୁଣି ଦଳକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ସେ ସଫଳ ହୋଇପାରିନଥିଲେ ।
ଟେଷ୍ଟ କ୍ରିକେଟ୍ରେ ରାହାଣେଙ୍କ ରହିଛି ବଡ଼ ଅବଦାନ
ଯଦିଓ ରାହାଣେ ଦିନିକିଆ ଏବଂ ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି, କିନ୍ତୁ ଟେଷ୍ଟ କ୍ରିକେଟ୍ରେ ସେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିଲେ। ଭାରତ ପାଇଁ ସେ ୮୫ଟି ଟେଷ୍ଟ ମ୍ୟାଚ୍ ଖେଳି ୩୮.୪୬ ହାରରେ ୫୦୭୭ ରନ୍ କରିଛନ୍ତି। ଏଥିରେ ୧୨ଟି ଶତକ ଏବଂ ୨୬ଟି ଅର୍ଦ୍ଧଶତକ ରହିଛି ।
ରାହାଣେ ଭାରତୀୟ ଦଳର ଅଧିନାୟକ ଭାବେ ମଧ୍ୟ କିଛି ମ୍ୟାଚ୍ରେ ନେତୃତ୍ୱ ନେଇଥିଲେ। ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୨୦-୨୧ ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆକୁ ତାଙ୍କ ଘରୋଇ ମାଟିରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଥିଲା । ଶାନ୍ତ ସ୍ୱଭାବ, ଦୃଢ଼ ମନୋବଳ ଏବଂ ଟେଷ୍ଟ କ୍ରିକେଟ୍ରେ ତାଙ୍କ ଅବଦାନ ପାଇଁ ଅଜିଙ୍କ୍ୟ ରାହାଣେଙ୍କୁ କ୍ରିକେଟ୍ ପ୍ରେମୀମାନେ ସବୁବେଳେ ମନେ ରଖିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories