Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Amanjot Kaur Emotional Journey / ନାତୁଣୀ ଖେଳୁଥିଲେ ବିଶ୍ବକପ୍‌, ଜେଜେ ମା'ଙ୍କୁ ଆସିଲା ହାର୍ଟ ଆଟାକ୍‌ - ଅମନଜୋତଙ୍କ ହୃଦୟସ୍ପର୍ଶୀ କାହାଣୀ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·3 min read
ନାତୁଣୀ ଖେଳୁଥିଲେ ବିଶ୍ବକପ୍‌, ଜେଜେ ମା'ଙ୍କୁ ଆସିଲା ହାର୍ଟ ଆଟାକ୍‌ - ଅମନଜୋତଙ୍କ ହୃଦୟସ୍ପର୍ଶୀ କାହାଣୀ

Key Points

ଅମନଜୋତଙ୍କ ହୃଦୟସ୍ପର୍ଶୀ କାହାଣୀ । ଜେଜେ ମା'ଙ୍କୁ ଆସିଲା ହାର୍ଟ ଆଟାକ୍‌ । ବିଶ୍ବକପ୍ ଖେଳୁଥିଲେ ନାତୁଣୀ ।
୨ ନଭେମ୍ବର ୨୦୨୫ । ମହିଳା କ୍ରିକେଟ ଇତିହାସରେ ଏକ ଐତିହାସିକ ଦିନ । ବିଶ୍ବକପ୍‌ ଫାଇନାଲରେ ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ବ ବିଜୟୀ ହୋଇଛି । ଭାରତ ପାଇଁ ଏହି ବିଜୟ କେବଳ ଏକ ଟାଇଟଲ୍ ବିଜୟ ନୁହେଁ, ବରଂ ଆବେଗ, ଦୃଢ଼ ନିଷ୍ପତ୍ତି ଏବଂ ତ୍ୟାଗର ଏକ ଉଦାହରଣ । ଦୀପ୍ତି ଶର୍ମା ଏବଂ ଶେଫାଳୀ ବର୍ମାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଫଳରେ ଭାରତ ଏହି ମ୍ୟାଚ୍‌ରେ ବିଜୟଲାଭ କରିଥିଲା । ତେବେ ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଅମନଜୋତ କୌରଙ୍କ ଅବଦାନକୁ ଭୁଲିବା ମଧ୍ୟ କଷ୍ଟକର ।

ଅମନଜୋତ କୌର ଫାଇନାଲ ମ୍ୟାଚ୍‌ରେ ବ୍ୟାଟ୍ କିମ୍ବା ବଲ୍‌ରେ ଭଲ ପ୍ରଦର୍ଶନ କରିପାରିନଥିଲେ । କିନ୍ତୁ ଜଣେ ଫିଲ୍ଡର ଭାବେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ତାଜମିନ୍ ବ୍ରିଟ୍ସଙ୍କୁ ରନ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ତା'ପରେ ସେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଲୌରା ୱଲଭାର୍ଡଙ୍କ ଏକ ଚମତ୍କାର କ୍ୟାଚ୍ ମଧ୍ୟ ଧରିଥିଲେ । ଯେଉଁଠାରୁ ମ୍ୟାଚ୍‌ର ମୋଡ଼ ପରିବର୍ତ୍ତନ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଅମୋଲ ମଜୁମଦାର କିଏ ଯାହାଙ୍କ ପାଦ ଛୁଇଁଲେ ହରମନପ୍ରୀତ? ଦେଶ ପାଇଁ ଖେଳିବାର କେବେ ପାଇନଥିଲେ ସୌଭାଗ୍ୟ


ଲୌରା ୱଲଭାର୍ଡ ଟାଇଟଲ୍ ମ୍ୟାଚ୍‌ରେ ଶତକ ହାସଲ କରି ଦକ୍ଷିଣ ଆଫ୍ରିକାକୁ ବିଜୟ ଆଡ଼କୁ ନେଇ ଯାଉଥିଲେ । କିନ୍ତୁ ଦିପ୍ତୀ ଶର୍ମାଙ୍କ ବୋଲିଂରେ ବାଉଣ୍ଡ୍ରୀ ଲାଇନ୍‌ରେ ଅମନଜୋତଙ୍କ କ୍ୟାଚ୍‌ ଦକ୍ଷିଣ ଆଫ୍ରିକାର ଆଶାକୁ ଧୂଳିସାତ୍ କରି ଦେଇଥିଲା । ଆଉ ଏହି ଓ୍ବିକେଟ୍‌ ପରଠୁ ହିଁ ମ୍ୟାଚ୍‌ ପରିବର୍ତ୍ତନ ହୋଇଥିଲା । ସେହି କ୍ୟାଚ୍ ନେବା ବେଳେ ଅମନଜୋତଙ୍କ ହାତରୁ ବଲ୍ ଦୁଇଥର ଖସି ଯାଇଥିଲା, କିନ୍ତୁ ସେ ତୃତୀୟ ଥରରେ ବଲ୍‌କୁ କ୍ୟାଚ୍‌ କରି ନେଇଥିଲେ ।

ତେବେ ଭାରତ ପାଇଁ ମ୍ୟାଚ୍‌ ଖେଳିବା ସମୟରେ ପଡ଼ିଆରେ ଅମନଜୋତ କୌରଙ୍କ ହସ ଏକ ଯନ୍ତ୍ରଣାଦାୟକ ସତ୍ୟକୁ ଲୁଚାଇ ରଖିଥିଲା । ବିଶ୍ୱକପ୍ ସମୟରେ ଅମନଜୋତଙ୍କ ଜେଜେ ମା' ହୃଦଘାତରେ ପୀଡିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ପରିବାର ଏହି ଖବର ତାଙ୍କଠାରୁ ଲୁଚାଇ ରଖିଥିଲେ । ଯାହା ଫଳରେ ସେ ମାନସିକ ଭାବରେ ବିଚଳିତ ନ ହୁଅନ୍ତି ଏବଂ ଦଳ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇପାରିବେ ।

ଅମନଜୋତଙ୍କ ବାପା ଭୂପିନ୍ଦର ସିଂହ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ମୋ ମାଆ ଭଗବତୀ ପ୍ରତ୍ୟେକ ପଦକ୍ଷେପରେ ଅମନଜୋତଙ୍କୁ ସମର୍ଥନ କରିଛନ୍ତି । ଯେତେବେଳେ ମୁଁ ମୋ ଦୋକାନରେ ଥିଲି, ସେ ପାର୍କରେ ବସି ଅମନଜୋତଙ୍କୁ ପୁଅମାନଙ୍କ ସହିତ ଖେଳୁଥିବା ଦେଖୁଥିଲେ । ଯେତେବେଳେ ମୋ ମାଆଙ୍କର ହୃଦଘାତ ହୋଇଥିଲା, ଆମେ ଅମନଜୋତଙ୍କୁ କହି ନଥିଲୁ। ଏବେ ବିଶ୍ୱକପ୍ ବିଜୟ ଆମକୁ ଆଶ୍ୱସ୍ତି ଦେଇଛି।"

ଅମନଜୋତ କୌରଙ୍କ ଜେଜେମା ଆରମ୍ଭରୁ ତାଙ୍କର ସବୁଠାରୁ ବଡ଼ ସମର୍ଥକ। ସେ ମୋହାଲିର ରାସ୍ତାରୁ ବିଶ୍ୱକପ୍ ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ନାତୁଣୀଙ୍କୁ ଉତ୍ସାହିତ କରିଥିଲେ । ଯେତେବେଳେ ହରମନପ୍ରୀତ କୌର ଡି କ୍ଲାର୍କଙ୍କୁ କ୍ୟାଚ୍ ଧରିଥିଲେ ଏବଂ ଭାରତୀୟ ଦଳ ଉତ୍ସବ ପାଳନ କରିଥିଲା । ସେତେବେଳେ ଅମନଜୋତ କୌର କାନ୍ଦି ପକାଇଲେ ।

ଅମନଜୋତ କୌର କହିଥିଲେ, "ଆମେ ସମସ୍ତେ ଜାଣିଥିଲୁ ଯେ ସେହି କ୍ୟାଚ୍ କେତେ ଗୁରୁତ୍ୱପୂର୍ଣ୍ଣ। ମୁଁ ଏହାକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ । ଏହା ଏକ ଐତିହାସିକ ମୁହୂର୍ତ୍ତ । ଆମେ ଇତିହାସ ରଚିଛୁ । ବର୍ତ୍ତମାନ ଭାରତୀୟ ମହିଳା କ୍ରିକେଟ୍ ଏକ ନୂତନ ସ୍ତରରେ ପହଞ୍ଚିଛି । ଆମେ ପ୍ରତ୍ୟେକ ଫର୍ମାଟରେ ବିଶ୍ୱ ଉପରେ ପ୍ରାଧାନ୍ୟ ବିସ୍ତାର କରିବୁ । ମୁଁ ମୋ ଦଳ, ପ୍ରଶିକ୍ଷକ ଏବଂ ପରିବାରକୁ ଧନ୍ୟବାଦ ଦେବାକୁ ଚାହୁଁଛି । ବିଶେଷକରି ମୋ ଜେଜେମା, ଯିଏ ବର୍ତ୍ତମାନ ଅସୁସ୍ଥ ଅଛନ୍ତି କିନ୍ତୁ ଘରୁ ମ୍ୟାଚ୍ ଦେଖୁଛନ୍ତି।"

ଅମନଜୋତ କୌରଙ୍କ ଯାତ୍ରା କେବଳ ଏକ କ୍ରିକେଟ୍ କାହାଣୀ ନୁହେଁ ବରଂ ସାହସ ଏବଂ ସମର୍ପଣର ଏକ ଉଦାହରଣ । ସେ କଷ୍ଟକର ପରିସ୍ଥିତିରେ ମଧ୍ୟ ଦଳ ପାଇଁ ନିଜର ସର୍ବସ୍ୱ ଦେଇଥିଲେ ଏବଂ ସେହି ଚମତ୍କାର କ୍ୟାଚ୍ ସହିତ ସେ ଭାରତୀୟ ମହିଳା ଦଳକୁ ICC କ୍ରିକେଟ୍ ବିଶ୍ୱକପ୍ ୨୦୨୫ ଜିତିବାରେ ସାହାଯ୍ୟ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Amanjot Kaur’s Heartwarming Story: Grandma Suffers Heart Attack, Granddaughter Wins World Cup | Argus News