Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Ashes Test history / Ashes ଇତିହାସରେ ନୂଆ ଅଧ୍ୟାୟ, ପ୍ରଥମ ଦିନରେ ପଡ଼ିଲା ୨୦ ଓ୍ବିକେଟ୍‌

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
Ashes ଇତିହାସରେ ନୂଆ ଅଧ୍ୟାୟ, ପ୍ରଥମ ଦିନରେ ପଡ଼ିଲା ୨୦ ଓ୍ବିକେଟ୍‌
Aus vs Eng

Key Points

୧୨୩ ବର୍ଷ ପରେ ଇତିହାସ
ମେଲବର୍ଣ୍ଣରେ ପ୍ରଥମ ଦିନରେ ୨୦ ୱିକେଟ୍
ଦ୍ରୁତ ବୋଲରଙ୍କ ରାଜ
ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆସେସ୍‌ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ମେଲବର୍ଣ୍ଣରେ ଖେଳାଯାଉଛି । ଏହି ମ୍ୟାଚ୍‌ର ପ୍ରଥମ ଦିନରେ ହିଁ ୨୦ ଓ୍ବିକେଟ୍‌ ପଡ଼ିଛି । ଚତୁର୍ଥ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସରେ କୌଣସି ଓ୍ବିକେଟ୍‌ ନ ହରାଇ ୪ ରନ୍‌ କରିଛି ।

ତେବେ ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ହିଁ ନୂଆ ଇତିହାସ ସୃଷ୍ଟି ହୋଇଛି । କାରଣ ଆସେସ୍‌ ଇତିହାସର ୧୨୩ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ ମେଲବର୍ଣ୍ଣରେ ଏକ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ୨୦ କିମ୍ବା ତା’ଠାରୁ ଅଧିକ ୱିକେଟ ପଡ଼ିଛି ।

ପ୍ରଥମ ଦିନରେ ୨୦ ୱିକେଟ ପଡ଼ିଲା

ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ମେଲବର୍ଣ୍ଣ ପିଚ୍ ବ୍ୟାଟିଂ ପାଇଁ ଏତେ ଅନୁପଯୁକ୍ତ ଥିଲା ଯେ ଅଷ୍ଟ୍ରେଲିଆ ପ୍ରଥମ ସେସନ୍‌ର କିଛି ସମୟ ମଧ୍ୟରେ ଚାରି ୱିକେଟ ହରାଇ ୫୧ ରନ୍ କରିଥିଲା । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ମାତ୍ର ୧୫୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମାଇକେଲ୍‌ ନେସେର ସର୍ବାଧିକ ୩୫ ରନ୍ କରିଥିବା ବେଳେ ଇଂଲଣ୍ଡ ପକ୍ଷରୁ ଜଶ୍‌ ଟଙ୍ଗ ୫ ଓ୍ବିକେଟ୍ ନେଇଥିଲେ ।

ସେହିପରି ଯେତେବେଳେ ଇଂଲଣ୍ଡ ବ୍ୟାଟିଂ କରିବାକୁ ଆସିଥିଲା, ସେମାନଙ୍କର ପରିସ୍ଥିତି ଅଷ୍ଟ୍ରେଲିଆ ଅପେକ୍ଷା ଆହୁରି ଖରାପ ଥିଲା । ୧୬ ରନ୍ ମଧ୍ୟରେ ଇଂଲଣ୍ଡ ଚାରି ୱିକେଟ ହରାଇଥିଲା । ହ୍ୟାରି ବ୍ରୁକଙ୍କ ୪୧ ଏବଂ ଗସ୍ ଆଟକିନସନଙ୍କ ୨୮ ରନ୍ ଯୋଗୁଁ ଇଂଲଣ୍ଡ ମୋଟ ୧୧୦ ରନ୍ କରିବାରେ ସଫଳ ହୋଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମାଇକେଲ ନେସେର ୪ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ସୂଚନା ଅନୁସାରେ ମେଲବର୍ଣ୍ଣର ପ୍ରଥମ ଦିନରେ ସମସ୍ତ ୨୦ ଓ୍ବିକେଟ୍‌ ଦ୍ରୁତ ବୋଲରମାନେ ନେଇଥିଲେ ।

ଏହି ସଫଳତା ୧୨୩ ବର୍ଷ ପରେ ଘଟିଛି

ମେଲବର୍ଣ୍ଣରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଶେଷ ଥର ପାଇଁ ୧୯୦୨ ମସିହାରେ ୨୦ କିମ୍ବା ତା’ଠାରୁ ଅଧିକ ୱିକେଟ୍ ପଡ଼ିଥିଲା । ସେତେବେଳେ ମ୍ୟାଚ୍‌ର ପ୍ରଥମ ଦିନରେ ୨୫ ୱିକେଟ୍ ପଡ଼ିଥିଲା। ଏହା MCG ଷ୍ଟାଡିୟମ୍ ଇତିହାସରେ ଏକ ବିଶ୍ୱ ରେକର୍ଡ । ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ସର୍ବାଧିକ ୱିକେଟ୍ ପଡ଼ିବା ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଏକ ମ୍ୟାଚ୍‌ରେ ମଧ୍ୟ ଘଟିଥିଲା । ୧୮୮୮ ମସିହାରେ ଲର୍ଡସ୍‌ରେ ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ଟେଷ୍ଟ୍‌ର ପ୍ରଥମ ଦିନରେ ୨୭ ୱିକେଟ୍ ପଡ଼ିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
After 123 Years, History Created at Melbourne as 20 Wickets Fall on Day 1 | Argus News