Ashwin statement viral / ଅଶ୍ବିନଙ୍କ ବଡ଼ ବୟାନ, ଦିନିକିଆ ବିଶ୍ବକପ୍ରେ ଓପନିଂ କରନ୍ତୁ ରୋହିତ-କୋହଲି
·7 months ago·2 min read

Key Points
ଅଶ୍ବିନ ଦେଲେ ବଡ଼ ବୟାନ
ଦିନିକିଆ ବିଶ୍ବକପ୍ରେ ଓପନିଂ କରନ୍ତୁ ରୋହିତ-ବିରାଟ
୩ ନମ୍ବରରେ ଖେଳନ୍ତୁ ଋତୁରାଜ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଛି ଦିନିକିଆ ସିରିଜ୍ । ଶନିବାର ସିରିଜ୍ର ନିର୍ଣ୍ଣାୟକ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯାଉଛି । ପ୍ରଥମ ମ୍ୟାଚ୍ରେ ଭାରତରେ ବିଜୟ ଲାଭ କରିଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇ ସିରିଜ୍ ୧-୧ରେ ବରାବର ରହିଛି । ତେବେ ବିଶାଖାପାଟଣାରେ ବିଜୟ ଲାଭ କରି ସିରିଜ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ ।
ତେବେ ରାୟପୁର ଖେଳାଯାଇଥିବା ଦ୍ବିତୀୟ ODIରେ ବିରାଟ କୋହଲି ଓ ଋତୁରାଜ ଗାଏକ୍ବାଡ ଶତକ ହାସଲ କରିଥିଲେ । ଋତୁରାଜଙ୍କ ଶତକ ପରେ ତାଙ୍କୁ ନିୟମିତ ଭାବେ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବା ପାଇଁ ସମସ୍ତେ ନିଜ ନିଜ ଯୁକ୍ତି ଦେଉଛନ୍ତି । ଆଉ ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆର ଅଭିଜ୍ଞ ସ୍ପିନର ରବି ଅଶ୍ବିନୀ ମଧ୍ୟ ନିଜର ଯୁକ୍ତି ରଖିଛନ୍ତି । ଯେଉଁଥିରେ ସେ ଦିନିକିଆରୁ ଶୁବମନ ଗିଲ୍ଙ୍କୁ ବାଦ୍ ଦେଇଛନ୍ତି । ଯାହାଫଳରେ ଅଶ୍ବିନଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।
ରବିଚନ୍ଦ୍ରନ ଅଶ୍ୱିନ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି
ରାୟପୁର ଦିନିକିଆରେ ଋତୁରାଜଙ୍କ ଶତକ ପରେ ସମସ୍ତେ ଏବେ ଚୂଡ଼ାନ୍ତ ଏକାଦଶରେ ଋତୁରାଜଙ୍କୁ ସାମିଲ କରିବାକୁ ଚାହୁଁଛନ୍ତି । ନମ୍ବର ୫ର କେଏଲ ରାହୁଲଙ୍କ ସ୍ଥାନ ନିଶ୍ଚିତ । ତେଣୁ ଗାଏକ୍ବାଡଙ୍କୁ ଶ୍ରେଷ୍ଠ ଚାରିରେ ଖେଳିବାକୁ ପଡ଼ିବ । ଶ୍ରେୟସ ଆୟରଙ୍କ ପ୍ରତ୍ୟାବର୍ତ୍ତନ ସହିତ ସେ ପୁଣି ଥରେ ନମ୍ବର ୪ରେ ଖେଳୁଥିବାର ଦେଖିବାକୁ ମିଳିପାରେ । ରୋହିତ ଶର୍ମା ଓ ବିରାଟ କୋହଲି ମଧ୍ୟ ଦିନିକିଆରେ ତାଙ୍କ ସ୍ଥାନ ପକ୍କା କରିଛନ୍ତି ।
ଏପରି ପରିସ୍ଥିତିରେ ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ବଡ଼ ବୟାନ ଦେଇ କହିଛନ୍ତି, "ମୁଁ ୨୦୨୭ ଦିନିକିଆ ବିଶ୍ୱକପରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଇନିଂସ ଓପନିଂ କରୁଥିବା ଦେଖିବାକୁ ଚାହେଁ । ଯାହାଫଳରେ ଋତୁରାଜ ଗାଏକ୍ବାଡ ନମ୍ବର ୩ରେ ଖେଳିପାରିବେ । ଆଉ ନମ୍ବର ୪ରେ ଶ୍ରେୟସ ମଧ୍ୟ ଖେଳିପାରିବେ'' । ତେବେ ଅଶ୍ବିନଙ୍କ ଏହି ବୟାନ ଦର୍ଶାଉଛି ଯେ ଦିନିକିଆରେ ସେ ଶୁବମନ ଗିଲ୍ଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରୁନାହାନ୍ତି ।
ଭାରତୀୟ ଦଳ ପରିଚାଳନା କିନ୍ତୁ ଏଥିରେ କେବେ ସହମତ ହେବ ନାହିଁ । ବିସିସିଆଇ ଶୁବମନ ଗିଲ୍ଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ମାନୁଛି । ଯେଉଁଥିପାଇଁ ତାଙ୍କୁ ଟେଷ୍ଟ ଏବଂ ଦିନିକିଆରେ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ବ ଦେଇଛି । ଗିଲ୍ ଟି-୨୦ ଫର୍ମାଟରେ ମଧ୍ୟ ବ୍ୟାଟିଂ ଓପନିଂ କରୁଛନ୍ତି । ଯଦି ଗିଲ୍ ସମ୍ପୂର୍ଣ୍ଣ ସୁସ୍ଥ ହୁଅନ୍ତି ତେବେ ଦିନିକିଆ ଫର୍ମାଟରେ ସେ ନିଶ୍ଚିତ ଭାବେ ଓପନିଂ କରିବେ । ଏପରି ସ୍ଥିତିରେ ଋତୁରାଜ ନିୟମିତ ଚୂଡ଼ାନ୍ତ ଏକାଦଶରେ ଫିଟ୍ ହେବା କଷ୍ଟକର ମନେ ହେଉଛି ।

Ravi Ashwin: In the 2027 World Cup, I would ideally like Rohit and Virat to open, with Ruturaj at 3 and Shreyas at 4.😭🔥
— Rohan💫 (@rohann__45) December 5, 2025
Ash paa cooking 😂
pic.twitter.com/dmfwuNkWUl
ଭାରତୀୟ ଦଳ ପରିଚାଳନା କିନ୍ତୁ ଏଥିରେ କେବେ ସହମତ ହେବ ନାହିଁ । ବିସିସିଆଇ ଶୁବମନ ଗିଲ୍ଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ମାନୁଛି । ଯେଉଁଥିପାଇଁ ତାଙ୍କୁ ଟେଷ୍ଟ ଏବଂ ଦିନିକିଆରେ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ବ ଦେଇଛି । ଗିଲ୍ ଟି-୨୦ ଫର୍ମାଟରେ ମଧ୍ୟ ବ୍ୟାଟିଂ ଓପନିଂ କରୁଛନ୍ତି । ଯଦି ଗିଲ୍ ସମ୍ପୂର୍ଣ୍ଣ ସୁସ୍ଥ ହୁଅନ୍ତି ତେବେ ଦିନିକିଆ ଫର୍ମାଟରେ ସେ ନିଶ୍ଚିତ ଭାବେ ଓପନିଂ କରିବେ । ଏପରି ସ୍ଥିତିରେ ଋତୁରାଜ ନିୟମିତ ଚୂଡ଼ାନ୍ତ ଏକାଦଶରେ ଫିଟ୍ ହେବା କଷ୍ଟକର ମନେ ହେଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories