Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IND vs PAK / ୨ ଥର ହାରି ବି ସୁଧୁରିଲାନି ପାକିସ୍ତାନ, ଏବେ ପୁଣି ଟିମ୍ ଇଣ୍ଡିଆକୁ ଚ୍ୟାଲେଞ୍ଜ ଦେଲେ ଆଫ୍ରିଦ୍

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
୨ ଥର ହାରି ବି ସୁଧୁରିଲାନି ପାକିସ୍ତାନ, ଏବେ ପୁଣି ଟିମ୍ ଇଣ୍ଡିଆକୁ ଚ୍ୟାଲେଞ୍ଜ ଦେଲେ ଆଫ୍ରିଦ୍

Key Points

୨ ମ୍ୟାଚ୍‌ ହାରି ବି ଚେତା ପଶିନି: ଭାରତକୁ ଫାଇନାଲରେ ଦେଖିଦେବୁ ବୋଲି ଧମକ ଦେଲେ ପାକିସ୍ତାନ।

ଏସିଆ କପ୍-୨୦୨୫ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁପର-୪ରେ ଲଗାତର ଦୁଇଟି ମ୍ୟାଚରେ ବିଜୟଲାଭ କରି ଫାଇନାଲ ନିଜ ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ତେବେ ଚଳିତ ଏସିଆ କପରେ ଦୁଇ ଥର ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇସାରିଛନ୍ତି । ଆଉ ଦୁଇ ଥର ଭାରତ ପାକିସ୍ତାନକୁ ଶୋଚନୀୟ ପରାସ୍ତ କରିଥିଲା । ତେବେ ପୁଣି ଥରେ ଏସିଆ କପ୍-୨୦୨୫ରେ ଭାରତ ଏବଂ ପାକିସ୍ତାନ ତୃତୀୟ ଥର ପାଇଁ ମୁହାଁମୁହିଁ ହୋଇପାରନ୍ତି । ଯଦି ଏହା ହୁଏ, ତେବେ ୨୮ ସେପ୍ଟେମ୍ବରରେ ଏସିଆ କପ୍ ଫାଇନାଲରେ ଭାରତ-ପାକିସ୍ତାନ ମୁକାବିଲା ହେବ ।


ତେବେ ସୁପର-୪ରେ ପାକିସ୍ତାନ ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ପହଞ୍ଚିବାର ଆଶା ଉଜ୍ଜୀବିତ ରଖିଛି । ଗୁରୁବାର ପାକିସ୍ତାନ ବାଂଲାଦେଶ ମୁହାଁମୁହିଁ ହେବ । ଆଉ ଯଦି ପାକିସ୍ତାନ ଫାଇନାଲ ଖେଳିବାକୁ ଚାହେଁ ତେବେ ଏହି ମ୍ୟାଚକୁ ଜିତିବା ଆବଶ୍ୟକ । ତେବେ ଏହି ମ୍ୟାଚ୍ ପୂର୍ବରୁ, ଏକ ସାମ୍ବାଦିକ ସମ୍ମିଳନୀରେ ଶାହିନ ଆଫ୍ରିଦି ସୂର୍ଯ୍ୟକୁମାର ଯାଦବଙ୍କ ବୟାନ ଉପରେ ମନ୍ତବ୍ୟ ଦେଇଛନ୍ତି । ଯେଉଁଥିରେ ଭାରତୀୟ ଅଧିନାୟକ ଦାବି କରିଥିଲେ ଯେ କ୍ରିକେଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଉ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ।

ଅଧିକ ପଢ଼ନ୍ତୁ: ଓ୍ବେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ରବୀନ୍ଦ୍ର ଜାଡେଜା ଉପ-ଅଧିନାୟକ
ଶାହିନ ଆଫ୍ରିଦି ସୂର୍ଯ୍ୟକୁମାର ଯାଦବଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କର ମତାମତ ଥିଲା । ତାଙ୍କୁ କହିବାକୁ ଦିଅ। ଆମେ ଯେତେବେଳେ ଫାଇନାଲରେ ପରସ୍ପରକୁ ଭେଟିବୁ, ସେତେବେଳ ଦେଖିନେବୁ। ଏପର୍ଯ୍ୟନ୍ତ ସେମାନେ ଫାଇନାଲରେ ପହଞ୍ଚି ନାହାନ୍ତି କି ଆମେ ମଧ୍ୟ ପହଞ୍ଚିନାହୁଁ । ଯେବେ ଆସିବେ ଦେଖି ନେବୁ । ଆମର କାମ ହେଲା ଏସିଆ କପ୍‌ ଜିତିବା ଏବଂ ପାକିସ୍ତାନର ଆଶା ପୂରଣ କରିବା ପାଇଁ ଆମେ ଶ୍ରେଷ୍ଠ ଉଦ୍ୟମ କରିବୁ ବୋଲି ଆଫ୍ରିଦୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତୀୟ ଦଳ ଏପର୍ଯ୍ୟନ୍ତ ଏସିଆ କପ୍ ୨୦୨୫ରେ ଅପରାଜିତ ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ଫାଇନାଲରେ ପହଞ୍ଚିବା ପାଇଁ ଅନ୍ୟ ଦଳ ଉପରେ ନିର୍ଭର କରିବାକୁ ପଡୁଛି । ୧୯୮୪ ମସିହାଠାରୁ, ଭାରତ ଏବଂ ପାକିସ୍ତାନ ଏସିଆ କପରେ ୨୦ ଥର ମୁହାଁମୁହିଁ ହୋଇଛନ୍ତି । କିନ୍ତୁ ଏହି ପାରମ୍ପାରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ କେବେ ଫାଇନାଲ ହୋଇନାହିଁ ।


ସେପଟେ ଭାରତୀୟ ଦଳ ଏସିଆ କପ -୨୦୨୫ର ଫାଇନାଲରେ ପ୍ରବେଶ କରିଛି । ବୁଧବାର ସୁପର-୪ ମ୍ୟାଚରେ ବାଂଲାଦେଶକୁ ୪୧ ରନରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ଭାରତ ଫାଇନାଲକୁ ଯିବା ସହ ଶ୍ରୀଲଙ୍କା ଦଳ ଏସିଆ କପ୍ ଫାଇନାଲ ରେସରୁ ବିଦା ହୋଇଛି । ତେବେ ଗୁରୁବାର ଏସିଆ କପରେ ମୁହାଁମୁହିଁ ହେବେ ବାଂଲାଦେଶ-ପାକିସ୍ତାନ । ତେବେ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଏକ ପ୍ରକାର ସେମିଫାଇନାଲ ସଦୃଶ । କାହିଁକି ନା ଯେଉଁ ଦଳ ଜିତିବ ସେହି ଦଳ ଫାଇନାଲରେ ପ୍ରବେଶ କରିବ ।

Related Topics

Explore more stories

Sponsored
Asia Cup 2025: Shaheen Afridi Reacts to Suryakumar Yadav | Argus News