Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

PM Modi call Virat Kohli / 'ବିରାଟ କୋହଲିଙ୍କୁ କଲ୍‌ କରନ୍ତୁ PM ମୋଦି, ଗମ୍ଭୀରଙ୍କ ପୂର୍ବରୁ ଚୟନ କମିଟିକୁ ହଟାଅ'

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
'ବିରାଟ କୋହଲିଙ୍କୁ କଲ୍‌ କରନ୍ତୁ PM ମୋଦି, ଗମ୍ଭୀରଙ୍କ ପୂର୍ବରୁ ଚୟନ କମିଟିକୁ ହଟାଅ'

Key Points

ଟେଷ୍ଟରେ ଭାରତର ବଡ଼ ପରାଜୟ ପରେ ବଡ଼ ବୟାନ ଦେଲେ ବାସିତ ଅଲି
ବିରାଟ କୋହଲିଙ୍କୁ କଲ୍‌ କରନ୍ତୁ PM ମୋଦି
ଗମ୍ଭୀରଙ୍କ ପୂର୍ବରୁ ଚୟନ କମିଟିକୁ ହଟାଅ
ପ୍ରଥମେ କୋଲକାତା । ପରେ ଗୌହାଟୀ । ଉଭୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ । ଗୌହାଟୀରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୪୦୮ ରନର ରେକର୍ଡ ବ୍ୟବଧାନରେ ବିଜୟୀ ହୋଇଥିଲା । ଦକ୍ଷିଣ ଆଫ୍ରିକା ୨୫ ବର୍ଷ ପରେ ଭାରତରେ ଟେଷ୍ଟ ସିରିଜ ଜିତିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସବୁଠାରୁ ବଡ଼ ପରାଜୟ ପରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ବାସିତ ଅଲି ଜାତୀୟ ଗଣମାଧ୍ୟମରେ ଆଲୋଚନା କରି ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଗୌତମ ଗମ୍ଭୀରଙ୍କ ପୂର୍ବରୁ ଚୟନ କମିଟିକୁ ହଟାଇ ଦିଆଯିବା ଉଚିତ୍ । ସେ ଏହା ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରାଟ କୋହଲିଙ୍କୁ କଲ୍‌ କରିବା ଉଚିତ।

ଏକ ସାକ୍ଷାତକାରରେ ଯେତେବେଳେ ବାସିତ ଅଲିଙ୍କୁ ପଚରାଗଲା ଯେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପରାଜୟର ସବୁଠାରୁ ବଡ଼ କାରଣ କ'ଣ ? ସେ ଉତ୍ତରରେ କହିଥିଲେ, "ଭାରତୀୟ ଖେଳାଳିମାନେ ହ୍ବାଇଟ୍‌ ବଲ୍ କ୍ରିକେଟ ବିଷୟରେ ଅତ୍ୟଧିକ ଚିନ୍ତା କରୁଛନ୍ତି । ଟଙ୍କା ଏକ ପ୍ରମୁଖ କାରଣ ପାଲଟିଛି। ତୁମେ ଇଂଲଣ୍ଡରେ ସିରିଜ ଡ୍ର' କରିଥିଲ, କିନ୍ତୁ ତାହା ତୁମର ସଫଳତା ନଥିଲା । ଏହା ସେମାନଙ୍କର ଦୋଷ ଥିଲା । ସେମାନଙ୍କର ପିଚ୍ ଭଲ ନଥିଲା। ସେମାନେ ODI ଶୈଳୀର ପିଚ୍ ପ୍ରସ୍ତୁତ କରିଥିଲେ । ସେମାନେ ଦ୍ରୁତ କ୍ରିକେଟ ଖେଳୁଥିଲେ ।

ଅଧିକ ପଢ଼ନ୍ତୁ: ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତିକୁ ନେଇ ଏମିତି କହିଲେ କୋହଲି, ସୋସିଆଲ ମିଡିଆରେ ଭାଇରାଲ ହେଲା ପୋଷ୍ଟ

ସେ ଆହୁରି କହିଛନ୍ତି, "ଆପଣଙ୍କ ଖେଳିବା ଶୈଳୀ କାହିଁକି ବଦଳି ଯାଇଛି ? ଭାରତ କ'ଣ ପୂର୍ବରୁ ସ୍ପିନରମାନଙ୍କୁ ଖେଳି ପାରୁନଥିଲା ? ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର ଇତ୍ୟାଦି ସ୍ପିନରମାନଙ୍କୁ ଭଲ ଭାବରେ ଖେଳୁ ନଥିଲେ? ଯେତେବେଳେ ଲକ୍ଷ୍ମଣ ଏବଂ ଦ୍ରାବିଡ ଅଷ୍ଟ୍ରେଲିଆ ବିପକ୍ଷରେ ସେହି ପାର୍ଟନରସିପ୍‌ କରିଥିଲେ, ସେତେବଳେ କ'ଣ ବଲ୍‌ ବ୍ରେକ୍‌ ହୋଇନଥିଲା ? ପ୍ରକୃତରେ, ଭାରତର ପ୍ରଶିକ୍ଷକ ଚାହାଁନ୍ତି ଯେ ଟେଷ୍ଟ ଅଢ଼େଇ ଦିନରେ ସରିଯାଉ । ଆଉ ରେଜଲ୍ଟ ତାଙ୍କ ସପକ୍ଷରେ ଆସୁ । କିନ୍ତୁ ଯେତେବେଳେ ଅଢ଼େଇ ଦିନିଆ ପିଚ୍ ପ୍ରସ୍ତୁତ ହୁଏ, ଟସ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ । ଟେଷ୍ଟରେ ସେହି ଖେଳାଳିମାନଙ୍କୁ ଚୟନ କରାଯିବା ଉଚିତ ଯେଉଁମାନେ ବ୍ୟାଟିଂକୁ ଭଲ ପାଆନ୍ତି, ଯେଉଁମାନେ ସଟ୍ ପସନ୍ଦ କରନ୍ତି । ପନ୍ତଙ୍କ ଭଳି ଖେଳାଳିଙ୍କୁ ଚୟନ କରନ୍ତୁ ନାହିଁ ଯିଏ ଦୁଇଟି ଚୌକା ଏବଂ ଗୋଟିଏ ଛକା ମାରି ଆଉଟ୍ ହେଉଛନ୍ତି । ଯଦି ଆପଣ ଏହା କରନ୍ତି ନାହିଁ, ତେବେ ଭାରତ ବାଂଲାଦେଶ, ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ପରି ଶେଷ ହେବ ।

ବାସିତ ଅଲି ଆହୁରି କହିଛନ୍ତି, 'ଯଦି ଗୌତମ ଗମ୍ଭୀରଙ୍କୁ ହଟାଇବା ବିଷୟରେ ଆଲୋଚନା ହେଉଛି, ତେବେ ପ୍ରଥମେ ଚୟନ କମିଟିକୁ ହଟାଇ ଦିଆଯିବା ଉଚିତ । ଯଦି ଚୟନ କମିଟି ଏବଂ ଗୌତମ ଗମ୍ଭୀରଙ୍କୁ ହଟାଯାଏ, ତେବେ IPL ଶୈଳୀରେ ଟେଷ୍ଟ କ୍ରିକେଟ୍ ଖେଳୁଥିବା ଖେଳାଳିମାନଙ୍କୁ ମଧ୍ୟ ହଟାଯିବା ଉଚିତ । ଟେଷ୍ଟ କ୍ରିକେଟକୁ ଟେଷ୍ଟ କ୍ରିକେଟ୍ ପରି ଖେଳିବା ଉଚିତ'।

ବାସିତ ଅଲି ଆହୁରି କହିଛନ୍ତି, "କେତେବେଳେ ୱାଶିଂଟନ ସୁନ୍ଦର ନମ୍ବର ତିନିରେ ଖେଳୁଛନ୍ତି, କେତେବେଳେ ଆଠରେ, କେତେବେଳେ ଚାରିରେ ଏବଂ କେତେବେଳେ ସାତରେ । ମୁଁ ଅନୁରୋଧ କରୁଛି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୟାକରି ବିରାଟ କୋହଲିଙ୍କୁ ଫୋନ୍ କରନ୍ତୁ ଏବଂ ତାଙ୍କୁ କୁହନ୍ତୁ, ଆପଣ ଶୀଘ୍ର ଅବସର ନେଇଛନ୍ତି । ଦେଶକୁ ଆପଣଙ୍କର ଆବଶ୍ୟକତା ଅଛି । ଆପଣ ଆପଣଙ୍କର ଅବସର ଫେରାଇ ନେବା ଉଚିତ । ଏହା ହିଁ ଏକମାତ୍ର ସମାଧାନ।'"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
‘PM Modi Should Call Virat Kohli’: Basit Ali Slams India After Heavy Test Defeats, Wants Selection Committee Sacked | Argus News