Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Chahal Dhanashree Reunion / ଛାଡ଼ପତ୍ରର ୧୧ ମାସ ପରେ ପୁଣି ଏକାଠି ହେବେ ଚହଲ ଏବଂ ଧନଶ୍ରୀ ବର୍ମା

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ଛାଡ଼ପତ୍ରର ୧୧ ମାସ ପରେ ପୁଣି ଏକାଠି ହେବେ ଚହଲ ଏବଂ ଧନଶ୍ରୀ ବର୍ମା
Chahal-Dhanashree

Key Points

ଚହଲ-ଧନଶ୍ରୀଙ୍କ ହେବ ମହାମିଳନ
୧୧ ମାସ ପରେ ପୁଣି ଏକାଠି ହେବେ !
ଏକ ରିୟଲିଟି ଶୋ'ରେ ଏକାଠି ହୋଇପାରନ୍ତି 
ପୁଣି ଏକାଠି ନଜର ଆସିବେ ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା । ଦୁହେଁ ଏକ ରିଆଲିଟି ଶୋ’ରେ ଏକାଠି ଦେଖାଯାଇପାରନ୍ତି । କିଛି ରିପୋର୍ଟ ଦାବି କରୁଛି ଯେ ସେମାନେ "ଦି ୫୦"ରେ ଏକାଠି ନଜର ଆସିପାରନ୍ତି । ଭାରତୀୟ କ୍ରିକେଟର ଚହଲ ଏବଂ କୋରିଓଗ୍ରାଫର ଧନଶ୍ରୀ ଗତ ବର୍ଷ ମାର୍ଚ୍ଚ ମାସରେ ଆଇନଗତ ଭାବରେ ଅଲଗା ହୋଇଯାଇଥିଲେ । ସେମାନେ ବିଭିନ୍ନ ଶୋ’ରେ ସେମାନଙ୍କର ଛାଡପତ୍ର ବିଷୟରେ ଆଲୋଚନା କରିଛନ୍ତି, କିନ୍ତୁ କେବେ ମଞ୍ଚରେ ଏକାଠି ନଜର ଆସିନାହାନ୍ତି ।
ରିପୋର୍ଟ ଅନୁଯାୟୀ, ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପୂର୍ବତନ ପତ୍ନୀ ଧନଶ୍ରୀ ବର୍ମା ରିଆଲିଟି ଶୋ’ "ଦି ୫୦"ରେ ଏକାଠି ଦେଖାଯିବେ । ତଥାପି ଶୋ’ର ନିର୍ମାତା ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ପ୍ରତିଯୋଗୀ ତାଲିକା ପ୍ରକାଶ କରିନାହାଁନ୍ତି ।

ସଲମାନ ଖାନ "ବିଗ୍ ବସ୍" ସମୟରେ ମଧ୍ୟ ଏହି ଶୋ’ ବିଷୟରେ କହିଥିଲେ । ଯେଉଁଥିରେ ବିଭିନ୍ନ କ୍ଷେତ୍ରର ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ସାମିଲ ହେବେ । ଯଦି ରିପୋର୍ଟ ଅନୁଯାୟୀ, ଚହଲ ଏବଂ ଧନଶ୍ରୀ ଏକାଠି ଦେଖାଯାଆନ୍ତି, ତେବେ ଏହା ଏକ ହଇଚଇ ସୃଷ୍ଟି କରିପାରେ । "ଦି ୫୦" ଫେବୃଆରୀ ୧ ତାରିଖରେ ଭାରତରେ ପ୍ରିମିୟର ହେବ । ଏହି ଶୋ’ଟି ପ୍ରାରମ୍ଭରେ ରାତି ୯ଟାରେ ଜିଓ ହଟଷ୍ଟାରରେ ଷ୍ଟ୍ରିମିଂ ହେବ । ଏହା ପରେ ୧୦:୩୦ରୁ କଲର୍ସରେ ସିଧା ପ୍ରସାରିତ ହେବ ।

୨୦୨୫ ମସିହାରେ ଚହଲ ଏବଂ ଧନଶ୍ରୀଙ୍କ ଛାଡ଼ପତ୍ର

ଲକଡାଉନ୍ ସମୟରେ ଭାରତୀୟ ସ୍ପିନର ଚହଲ ଚହଲଙ୍କୁ ଭେଟିଥିଲେ ଧନଶ୍ରୀ । ଏହା ପରେ ସେମାନେ ୨୦୨୦ ମସିହାରେ ବିବାହ କରିଥିଲେ । ଧନଶ୍ରୀ ମଧ୍ୟ ଚହଲଙ୍କୁ ସମର୍ଥନ କରିବା ପାଇଁ ଷ୍ଟାଡିୟମକୁ ଯାଉଥିଲେ । କିନ୍ତୁ ହଠାତ୍ ୨୦୨୪ ମସିହାରେ, ଦୁହେଁ ଅଲଗା ହୋଇଯାଇଥିବା ଖବର ପ୍ରକାଶ ସାମ୍ନାକୁ ଆସିଥିଲା । ଯାହା ସମସ୍ତ କ୍ରିକେଟ୍‌ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଶେଷରେ, ଦୁହେଁ ୨୦୨୫ ମସିହା ମାର୍ଚ୍ଚ ମାସରେ ଆଇନଗତ ଭାବରେ ଅଲଗା ହୋଇଯାଇଥିଲେ । ଛାଡ଼ପତ୍ର ପରେ ଚହଲ କିମ୍ବା ଧନଶ୍ରୀ ବର୍ମା ସେମାନଙ୍କ ସମ୍ପର୍କ ଶେଷ ହେବାର କାରଣ ବିଷୟରେ ଅଧିକ କିଛି କହି ନଥିଲେ ।

ଚହଲ ଆରଜେ ମହଭାଶଙ୍କୁ ଡେଟ୍ କରୁଛନ୍ତି ?

ଧନଶ୍ରୀ ବର୍ମାଙ୍କଠାରୁ ଅଲଗା ହେବା ପରେ, ୟୁଜଭେନ୍ଦ୍ର ଚହଲଙ୍କୁ ଆରଜେ ମହଭାଶଙ୍କ ସହିତ ଦେଖିବାକୁ ମିଳିଥିଲା । ମହଭାଶ ଚହଲଙ୍କ ମ୍ୟାଚ୍ ଦେଖିବାକୁ ଅନେକ ଥର ଷ୍ଟାଡିୟମକୁ ଯାଇଥିଲେ ଏବଂ ତାଙ୍କ ଆଇପିଏଲ ଦଳକୁ ଉତ୍ସାହିତ କରିଥିଲେ । ଏହା ଦୁହେଁ ଡେଟ୍ କରୁଥିବା ଗୁଜବକୁ ଆହୁରି ଖୋରାକ ଯୋଗାଇଥିଲା ।
୩୫ ବର୍ଷୀୟ ୟୁଜଭେନ୍ଦ୍ର ଚହଲ ଭାରତ ପାଇଁ ୭୨ଟି ଦିନିକିଆ ଏବଂ ୮୦ ଟି-୨୦ ଅନ୍ତର୍ଜାତୀୟ ଖେଳି ଯଥାକ୍ରମେ ୧୨୧ ଏବଂ ୯୬ ୱିକେଟ୍ ନେଇଛନ୍ତି । ସେ ଶେଷ ଥର ପାଇଁ ଅଗଷ୍ଟ ୨୦୨୩ରେ ଏକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Chahal and Dhanashree to Reunite 11 Months After Divorce ? | Argus News