ମୁହଁ ଖୋଲିଲେ ଧନଶ୍ରୀ; କହିଲେ, ଛାଡ଼ପତ୍ର ବେଳେ ମୁଁ କୋର୍ଟ ରୁମ୍ରେ କାନ୍ଦୁଥିଲି

Key Points
ଚହଲଙ୍କ ସହ ଛାଡ଼ପତ୍ରକୁ ନେଇ ମୁହଁ ଖୋଲିଲେ ଧନଶ୍ରୀ । କହିଲେ, ଛାଡ଼ପତ୍ର ସମୟରେ ମୁଁ କୋର୍ଟ ରୁମରେ ଥରୁଥିଲି ଓ କାନ୍ଦୁଥିଲି ।
ସବୁବେଳେ ଖବର ଶିରୋନାମାରେ ରହିଥାନ୍ତି କୋରିଓଗ୍ରାଫର ତଥା ୟୁଜଭେନ୍ଦ୍ର ଚହଲଙ୍କ ପୂର୍ବତନ ପତ୍ନୀ ଧନଶ୍ରୀ ବର୍ମା। ନିକଟରେ ଏକ ଖବର ଆସିଥିଲା ଯେ, ଧନଶ୍ରୀ ଖୁବ୍ ଶୀଘ୍ର 'ବିଗ୍ ବସ୍ ୧୯'ର ଅଂଶ ହେବେ । କିନ୍ତୁ ଏବେ ଧନଶ୍ରୀ ବର୍ମା କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ସହ ଛାଡପତ୍ର ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି । ସେ ପ୍ରଥମ ଥର ପାଇଁ ଚହଲଙ୍କ ସହ ଛାଡପତ୍ର ଉପରେ ତାଙ୍କର ନୀରବତା ଭାଙ୍ଗିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ସେମାନଙ୍କ ଛାଡପତ୍ରର ନିଷ୍ପତ୍ତି ଘୋଷଣା କରାଯାଉଥିଲା, ସେ କାନ୍ଦୁଥିଲେ ଏବଂ ଥରୁଥିଲେ। ସେହିପରି ଧନଶ୍ରୀ, ଚହଲଙ୍କ `ସୁଗାର ଡାଡି' ଟି-ସାର୍ଟ ଉପରେ ମଧ୍ୟ ନୀରବତା ଭାଙ୍ଗିଛନ୍ତି।
ଏକ ସାକ୍ଷାତକାରରେ ଧନଶ୍ରୀ ବର୍ମା, ଚହଲଙ୍କ ସହ ତାଙ୍କ ଛାଡପତ୍ର ବିଷୟରେ ମୁହଁ ଖୋଲିଛନ୍ତି । ଛାଡପତ୍ର ଦିନକୁ ନେଇ ସେ କହିଛନ୍ତି, "ମୋର ଏବେ ବି ମନେ ଅଛି, ଯେତେବେଳେ ଶୁଣାଣି ଚାଲିଥିଲା, ମୁଁ ଠିଆ ହୋଇ ରହିଥିଲି । ଯଦିଓ ଆମେ ମାନସିକ ଭାବରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲୁ, କିନ୍ତୁ ସେଦିନ ମୁଁ ବହୁତ ଭାବପ୍ରବଣ ହୋଇଯାଇଥିଲି । ମୁଁ ସମସ୍ତଙ୍କ ସାମ୍ନାରେ ଥରିବାକୁ ଲାଗିଲି। ସେତେବେଳେ ମୁଁ କ'ଣ ଅନୁଭବ କରୁଥିଲି ତାହା ମଧ୍ୟ କହି ପାରିବି ନାହିଁ। ମୁଁ କେବଳ ଥରୁଥିଲି ଏବଂ କାନ୍ଦୁଥିଲି । ଛାଡ଼ପତ୍ର ନିଷ୍ପତ୍ତି ପରେ ଚହଲ ପ୍ରଥମେ କୋର୍ଟରୁ ବାହାରକୁ ଆସିଥିଲେ ।
📱 Get Argus News App
✨ସେହିପରି ଛାଡପତ୍ର ଶୁଣାଣି ଦିନ ୟୁଜଭେନ୍ଦ୍ର ଚହଲ ପିନ୍ଧିଥିବା `ସୁଗାର ଡାଡି' ଟି-ସାର୍ଟକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ଧନଶ୍ରୀ । ସେ କହିଛନ୍ତି, ମୁଁ ଜାଣିଥିଲି ଲୋକମାନେ ମୋତେ ଦୋଷ ଦେବେ । ଯଦି ତୁମର କିଛି କହିବାର ଥିଲା ତାହାଲେ ହ୍ବାଟ୍ସଆପ୍ରେ କହି ଦେଇଥାନ୍ତ । ସାର୍ଟ ପିନ୍ଧିବା କ'ଣ ଦରକାର ଥିଲା ବୋଲି ଧନଶ୍ରୀ କହିଛନ୍ତି ।
ସେହିପରି ସେ ଆହୁରି କହିଛନ୍ତି, ଛାଡ଼ପତ୍ର ଆଦୌ ସହଜ ନୁହେଁ । ମୁଁ ୟୁଜଭେନ୍ଦ୍ର ଚହଲଙ୍କୁ ପ୍ରତ୍ୟେକ ଛୋଟ ଏବଂ ବଡ଼ କଥାରେ ୟୁଜଭେନ୍ଦ୍ର ଚହଲଙ୍କୁ ସମର୍ଥନ କରିଥିଲେ। ୟୁଜଭେନ୍ଦ୍ରଙ୍କୁ ଆକ୍ଷେପ କରି ସେ କହିଥିଲେ, `ମୁଁ ପ୍ରତ୍ୟେକ ଛୋଟ ଏବଂ ବଡ଼ କଥାରେ ମୋ ସାଥୀଙ୍କ ସହିତ ଛିଡ଼ା ହୋଇଥିଲି। କିନ୍ତୁ ଛାଡ଼ପତ୍ର ଦିନ ଯେଉଁଭଳି ବ୍ୟବହାର କଲେ ତାହା ଦର୍ଶାଉଛି ଯେ ସେ କେଉଁ ପ୍ରକାରର ବ୍ୟକ୍ତି।"
ସୂଚନା ଅନୁସାରେ, ଧନଶ୍ରୀ ବର୍ମା ଏବଂ ୟୁଜଭେନ୍ଦ୍ର ଚହଲ ୨୦୨୦ ମସିହାରେ ବିବାହ କରିଥିଲେ ଏବଂ ଉଭୟ ୨୦୨୫ ମସିହାରେ ଆନୁଷ୍ଠାନିକ ଭାବରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।