Cricket / ଗୁଆହାଟି ଟେଷ୍ଟର ସରିଲା ତୃତୀୟ ଦିନ ଖେଳ; ଦକ୍ଷିଣ ଆଫ୍ରିକା ୩୧୪ ରନ୍ରେ ଆଗୁଆ
·7 months ago·2 min read

Key Points
ଗୁଆହାଟି ଟେଷ୍ଟର ପ୍ରଥମ ପାଳିରେ ଭାରତର ବ୍ୟାଟିଂ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ରହିଛି । ମ୍ୟାଚ୍ର ଦ୍ଵିତୀୟ ଦିନରେ ଭାରତ ପ୍ରଥମ ପାଳି ବ୍ୟାଟିଂ ଆରମ୍ଭ କରିଥିଲା । ଦ୍ଵିତୀୟ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୬ ଓଭର ଖେଳି କୌଣସି ୱିକେଟ୍ ନ ହରାଇ ମାତ୍ର ୯ ରନ୍ କରିଥିଲା ।
ଗୁଆହାଟି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍ର ଦ୍ଵିତୀୟ ତଥା ଅନ୍ତିମ ମ୍ୟାଚ୍ ଗୁଆହାଟିରେ ଖେଳା ଯାଉଛି । ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନ ଖେଳ ସରିଛି । ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ପାଳିରେ ବ୍ୟାଟିଂ କରୁଥିବା ବେଳେ କୌଣସି ୱିକେଟ୍ ନ ହରାଇ ୨୬ ରନ୍ କରିଛି ।
ଏଥିସହ ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା ୩୧୪ ରନ୍ରେ ଆଗୁଆ ରହିଛି । ଯେତେବେଳେ କି ଭାରତ ଘରୋଇ ପିଚ୍ରେ ପ୍ରଥମ ପାଳିରେ ମାତ୍ର ୨୦୧ ରନ୍ କରିବାରେ ସକ୍ଷମ ହୋଇଛି । ପ୍ରଥମ ପାଳିରେ ୪୮୯ ରନ୍ ସ୍କୋର୍ କରିଥିବା ଦକ୍ଷିଣ ଆଫ୍ରିକା ୨୮୮ ରନ୍ରେ ଅଗ୍ରଣୀ ରହିଥିଲା ।
ଏଥିସହ ପଢ଼ନ୍ତୁ: ଖେଳାଳିଙ୍କ ମନୋବଳ ବଢ଼ାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ଅଲିମ୍ପିଆନ୍ ହେବାକୁ ଦେଲେ ଆହ୍ଵାନ
ପ୍ରଥମ ପାଳିରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୪୮୯ ରନ୍ର ବଡ଼ ସ୍କୋର୍ କରିଥିଲା । ଋଷଭ ପନ୍ତଙ୍କ ନେତୃତ୍ଵାଧିନ ଭାରତ ଟେଷ୍ଟ ସିରିଜ୍ ଡ୍ର କରିବା ଲାଗି ମ୍ୟାଚ୍ ଜିତିବାକୁ ପଡ଼ିବ । ପ୍ରଥମ ଟେଷ୍ଟ କୋଲକାତାରେ ଖେଳା ଯାଇଥିଲା । ଯେଉଁ ମୁକାବିଲାକୁ ଦକ୍ଷିଣ ଆଫ୍ରିକା ୩୦ ରନ୍ରେ ଜିତି ନେଇଥିଲା । ଫଳରେ ୨ଟିକିଆ ଟେଷ୍ଟ ସିରିଜ୍ରେ ଭାରତ ୦-୧ରେ ପଛୁଆ ରହିଛି ।
ଭାରତର ବ୍ୟାଟିଂ ବିପର୍ଯ୍ୟୟ
ଗୁଆହାଟି ଟେଷ୍ଟର ପ୍ରଥମ ପାଳିରେ ଭାରତର ବ୍ୟାଟିଂ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ରହିଛି । ମ୍ୟାଚ୍ର ଦ୍ଵିତୀୟ ଦିନରେ ଭାରତ ପ୍ରଥମ ପାଳି ବ୍ୟାଟିଂ ଆରମ୍ଭ କରିଥିଲା । ଦ୍ଵିତୀୟ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୬ ଓଭର ଖେଳି କୌଣସି ୱିକେଟ୍ ନ ହରାଇ ମାତ୍ର ୯ ରନ୍ କରିଥିଲା ।
ତୃତୀୟ ଦିନ ଖେଳ ଆରମ୍ଭରେ ୧୮.୫ ଓଭର ସୁଦ୍ଧା ଭାରତ ୫୦ ରନ୍ କରିଥିଲା । ଏହାପରେ ଦଳୀୟ ସ୍କୋର୍ ୬୫ ହୋଇଥିବା ବେଳେ ମାତ୍ର ୫୮ ରନ୍ କରି ଆଉଟ୍ ହୋଇଥିଲେ ଜୟସୱାଲ୍ । ଏହାପରେ ଭାରତର ଗୋଟିଏ ପରେ ଗୋଟିଏ ୱିକେଟ୍ ଖସି ଚାଲିଥିଲା । ୩୨ରୁ ୩୭ ଓଭର ଭିତରେ ୪ ଜଣ ଆଉଟ୍ ହୋଇଥିଲେ । ୪୧ରୁ ୪୩ ଓଭର୍ ଭିତରେ ନୀତିଶ ରେଡ୍ଡୀ, ରବୀନ୍ଦ୍ର ଜାଡ଼େଜା ପ୍ୟାଭିଲିୟନ୍ ଫେରିଥିଲେ ।
ଏଥିସହ ପଢ଼ନ୍ତୁ: ବିବାହ ସ୍ଥଗିତ ହେବାପରେ ସ୍ମୃତି ମନ୍ଧାନା ନେଲେ ବଡ଼ ନିଷ୍ପତ୍ତି: ଇନଷ୍ଟାରୁ ସବୁ ଫଟୋ ଡିଲିଟ କଲେ
ଚା' ପାନ ସୁଦ୍ଧା ଭାରତ ୭ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା । ଭାରତ ପକ୍ଷରୁ ଯଶ୍ଵସୀ ଜୟସୱାଲ୍ ସର୍ବାଧିକ ୫୮ ରନ୍ ସ୍କୋର୍ କରିଥିବା ବେଳେ ୱାଶିଂଟନ ସୁନ୍ଦର ଖେଳିଥିଲେ ୪୮ ରନ୍ର ପାଳି । ଧ୍ରୁବ୍ ଜୁଏଲ୍ କୌଣସି ରନ୍ ନ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ରିଷଭ ପନ୍ତ ୭ ରନ୍, ରବୀନ୍ଦ୍ର ଜାଡ଼େଜା ୬ ରନ୍, ନୀତିଶ ରେଡ୍ଡୀ ୧୦ ରନ୍, ଯଶପ୍ରୀତ ବୁମ୍ରା ମାତ୍ର ୫ ରନ୍ କରିଥିଲେ ।
ଏଭଳି ଭାବେ ଭାରତ ସମସ୍ତ ୱିକେଟ୍ ହରାଇ ପ୍ରଥମ ପାଳିରେ ମାତ୍ର ୨୦୧ ରନ୍ କରିବାରେ ସକ୍ଷମ ହୋଇଥିଲା । ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଥିବା ବେଳେ ଖରାପ ଆଲୋକ ପାଇଁ ଦଳର ସ୍କୋର୍ ୨୬ ରନ୍ରେ ତୃତୀୟ ଦିନ ଷ୍ଟମ୍ପ ଅପସାରଣ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories