Dharmendra Pradhan / ଖେଳାଳିଙ୍କ ମନୋବଳ ବଢ଼ାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ଅଲିମ୍ପିଆନ୍ ହେବାକୁ ଦେଲେ ଆହ୍ଵାନ
·7 months ago·3 min read

Key Points
ଏମାନଙ୍କ ମଧ୍ୟରେ ଖେଳୁଆଡ୍ ମନୋଭାବ ରହିଛି । ଆଗାମୀ ଦିନରେ ଏମାନଙ୍କ ମଧ୍ୟରୁ କେହି ଅଲିମ୍ପିକ ଖେଳି ସ୍ଵର୍ଣ୍ଣ, ରୌପ୍ୟ ଓ କାଂସ୍ୟ ଆଣିବେ ବୋଲି ପୁରା ବିଶ୍ଵାସ ରହିଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
ସମ୍ବଲପୁର: ସାଂସଦ ଖେଳ ମହୋତ୍ସବ-୨୦୨୫ର ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, "ଆଜି ଦେଶର ବିଭିନ୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ସାଂସଦ ଖେଳ ମହୋତ୍ସବ ଆୟୋଜନ କରାଯାଉଛି । ଛେଣ୍ଡିପଦା, ଆଠମଲ୍ଲିକ, ଦେବଗଡ଼, ରେଢ଼ାଖୋଲ, କୁଚିଣ୍ଡା, ରେଙ୍ଗାଳି, ସମ୍ବଲପୁର ବିଧାନସଭା ଆସନରୁ ମୋଟ ୫୩ ହଜାର ୬୧୯ ଜଣ ପଞ୍ଜିକୃତ କରି ବିଭିନ୍ନ ଖେଳରେ ଭାଗ ନେଇଛନ୍ତି ।"
ସେଥିରେ ୨୭ ହଜାର ୪୫୫ ଜଣ ପୁରୁଷ, ୨୬ ହଜାର ୧୫୯ ଜଣ ମହିଳା ଖେଳାଳି ଅଛନ୍ତି । ୫ଟି ଶ୍ରେଣୀରେ ଖେଳ ଅନୁଷ୍ଠିତ ହୋଇଛି । ୧୦୦ ମିଟର ଦୌଡ଼ରେ ୫ ହଜାର ୫୦୨ ଜଣ ଭାଗ ନେଇଥିଲେ । ୨୦୦ ମିଟର ଦୌଡ଼ରେ ୫ ହଜାର ୮୬ ଜଣ, ଡିସକସ୍ ଥ୍ରୋରେ ୪ ହଜାର ୪୮୨ ଜଣ, ସଟ୍ ଫୁଟ୍ରେ ୪ ହଜାର ୯୨୬ ଜଣ, ଖୋ ଖୋରେ ୫ ହଜାର ୨୭୫ ଜଣ, କବାଡ଼ିରେ ୪ ହଜାର ୧୮୯ ଜଣ ଭାଗ ନେଇଥିଲେ । ୨ଟି ଭାଗରେ ବିଭକ୍ତ କରି ଖେଳ ହୋଇଥିଲା ।
ଏଥିସହ ପଢ଼ନ୍ତୁ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର, ୧୦ ମାସ ପରେ ଘରୋଇ ମାଟିରେ ଖେଳିବେ ବିରାଟ-ରୋହିତ
ପ୍ରଥମ ବର୍ଗରେ ୧୪ରୁ ୧୭ ବର୍ଷ, ଦ୍ଵିତୀୟରେ ୧୮ରୁ ୨୩ ବର୍ଷ ବୟସ୍କ ମହିଳା ଓ ପୁରୁଷ ୪ ଭାଗ ହୋଇ ଖେଳିଥିଲେ । ନଭେମ୍ବର ପ୍ରଥମ ସପ୍ତାହରୁ ବିଭିନ୍ନ ବ୍ଲକ, ପୌର ପରିଷଦ ପରେ ସମ୍ବଲପୁର ଲୋକସଭା ସ୍ତରରେ ଖେଳ ଆୟୋଜନ ହୋଇଛି । ଫାଇନାଲ୍ରେ ଦେଢ଼ ହଜାରରୁ ଅଧିକ ଖେଳାଳି ଭାଗ ନେଇ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "୨୦୩୬ରେ ଆମେ ଅଲିମ୍ପିକ ଆୟୋଜନ ପାଇଁ ପ୍ରସ୍ତୁତ କରୁଛେ । ଭାରତରେ ଷ୍ଟାଡିୟମ୍ ତିଆରି କରି କେବଳ ଅଲିମ୍ପିକ ଖେଳାଗଲେ ହେବ ନାହିଁ ଆମକୁ କ୍ରୀଡ଼ାବିତ୍ ତିଆରି କରିବାକୁ ପଡ଼ିବ । ଏଥିପାଇଁ ସମାଜର ସବୁ ବର୍ଗ ଲାଗିବାକୁ ପଡ଼ିବ । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନରେ ସବୁ ସାଂସଦ ମାନେ ନିଜ ନିଜ ଲୋକସଭାରେ ଖେଳାଳିଙ୍କୁ ପ୍ରୋତ୍ସାହନ କରି ସାଂସଦ ଖେଳ ମହୋତ୍ସବ ଆୟୋଜନ ହେଉଛି ।"
ସମ୍ବଲପୁରରେ ଆୟୋଜିତ ସାଂସଦ ଖେଳ ମହୋତ୍ସବରେ ୫୩ ହଜାରରୁ ଅଧିକ ଖେଳାଳି ସାମିଲ୍ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଖେଳୁଆଡ୍ ମନୋଭାବ ରହିଛି । ଆଗାମୀ ଦିନରେ ଏମାନଙ୍କ ମଧ୍ୟରୁ କେହି ଅଲିମ୍ପିକ ଖେଳି ସ୍ଵର୍ଣ୍ଣ, ରୌପ୍ୟ ଓ କାଂସ୍ୟ ଆଣିବେ ବୋଲି ପୁରା ବିଶ୍ଵାସ ରହିଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ସେ ଆହୁରି କହିଛନ୍ତି, "ସମ୍ବଲପୁର ଅଞ୍ଚଳରେ ଖେଳ ପ୍ରତି ବିଶେଷ ଆକର୍ଷଣ, ଦକ୍ଷତା ରହିଛି । ଏହା ନିଶ୍ଚିତ ରୂପେ ରଙ୍ଗ ବନେଇବ, ରୂପ ଆଣିବ । ସମ୍ବଲପୁରରେ ଫୁଟବଲ୍, କବାଡ଼ି, ସୁଇମିଂ ଭଳି ଅନେକ ଅଲିମ୍ପିକ ଖେଳ ଆୟୋଜନ ହୋଇ ପାରୁଛି । ଏଥିପାଇଁ ସମାଜରେ ଉତ୍ସାହ ରହିଛି, ଏହି କାର୍ଯ୍ୟକ୍ରମ ସେହି ଉତ୍ସାହର ପ୍ରତିଫଳନ ।"
ଏଥିସହ ପଢ଼ନ୍ତୁ: ଆହୁରି ଆକର୍ଷଣୀୟ ହେବ Sambalpur Zoo...
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, "ସବୁ କଥାକୁ ସ୍ପୋର୍ଟ୍ସ ମ୍ୟାନ ସ୍ପିରିଟ୍ରେ ଗ୍ରହଣ କରି ତାହାକୁ ଉତ୍ସବ ଭାବେ ପାଳନ କରିବା, ସମ୍ବଲପୁରର ଲୋକ ସଂସ୍କୃତି, ଲୋକ ଚରିତ୍ର ଅଟେ ।" କୁଲୁଣ୍ଡି ପଡ଼ିଆର ଉନ୍ନତି ପାଇଁ ସଭାରେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । କହିଛନ୍ତି "ଦେବଗଡ଼, ଆଠମଲ୍ଲିକ ଷ୍ଟାଡିୟମର ରୂପରେଖ ବଦଳିବ । ଖେଳକୁ ପ୍ରାଥମିକତାର ବିଷୟ କରିବାକୁ ପଡ଼ିବ । ସମାଜ ଖେଳିଲେ ସୁସ୍ଥ ରହିବ । ଯୁଜୁମରା, ଜମନକିରାରେ ହକି ପରମ୍ପରା ରହିଛି । କବାଡ଼ିରେ ଜାତୀୟ ସ୍ତରର ଖେଳାଳି ସମ୍ବଲପୁରରୁ ବାହାରିଛନ୍ତି । ସମ୍ବଲପୁରରେ ନୂଆ ଷ୍ଟାଡିୟମ୍ କରିବା । ଯେଉଁଠି ଜାତୀୟ, ଅନ୍ତର୍ଜାତୀୟ ସ୍ତରର ଖେଳ ହେବ ।"

ଖେଳ ରାଷ୍ଟ୍ର ନିର୍ମାଣ ଏବଂ ଯୁବ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ।
— Dharmendra Pradhan (@dpradhanbjp) November 24, 2025
ସମ୍ବଲପୁର ସଂସଦୀୟ କ୍ଷେତ୍ରର ସାଂସଦ ଖେଳ ମହୋତ୍ସବ - ୨୦୨୫ ଉଦଯାପନୀ ସମାରୋହ, ଲାଇଭ୍ #SansadKhelMahotsav #Sambalpur #FitIndia #KheloIndia https://t.co/2IFAMlKGdE
ସମ୍ବଲପୁରରେ ଆୟୋଜିତ ସାଂସଦ ଖେଳ ମହୋତ୍ସବରେ ୫୩ ହଜାରରୁ ଅଧିକ ଖେଳାଳି ସାମିଲ୍ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଖେଳୁଆଡ୍ ମନୋଭାବ ରହିଛି । ଆଗାମୀ ଦିନରେ ଏମାନଙ୍କ ମଧ୍ୟରୁ କେହି ଅଲିମ୍ପିକ ଖେଳି ସ୍ଵର୍ଣ୍ଣ, ରୌପ୍ୟ ଓ କାଂସ୍ୟ ଆଣିବେ ବୋଲି ପୁରା ବିଶ୍ଵାସ ରହିଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ସେ ଆହୁରି କହିଛନ୍ତି, "ସମ୍ବଲପୁର ଅଞ୍ଚଳରେ ଖେଳ ପ୍ରତି ବିଶେଷ ଆକର୍ଷଣ, ଦକ୍ଷତା ରହିଛି । ଏହା ନିଶ୍ଚିତ ରୂପେ ରଙ୍ଗ ବନେଇବ, ରୂପ ଆଣିବ । ସମ୍ବଲପୁରରେ ଫୁଟବଲ୍, କବାଡ଼ି, ସୁଇମିଂ ଭଳି ଅନେକ ଅଲିମ୍ପିକ ଖେଳ ଆୟୋଜନ ହୋଇ ପାରୁଛି । ଏଥିପାଇଁ ସମାଜରେ ଉତ୍ସାହ ରହିଛି, ଏହି କାର୍ଯ୍ୟକ୍ରମ ସେହି ଉତ୍ସାହର ପ୍ରତିଫଳନ ।"
ଏଥିସହ ପଢ଼ନ୍ତୁ: ଆହୁରି ଆକର୍ଷଣୀୟ ହେବ Sambalpur Zoo...
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, "ସବୁ କଥାକୁ ସ୍ପୋର୍ଟ୍ସ ମ୍ୟାନ ସ୍ପିରିଟ୍ରେ ଗ୍ରହଣ କରି ତାହାକୁ ଉତ୍ସବ ଭାବେ ପାଳନ କରିବା, ସମ୍ବଲପୁରର ଲୋକ ସଂସ୍କୃତି, ଲୋକ ଚରିତ୍ର ଅଟେ ।" କୁଲୁଣ୍ଡି ପଡ଼ିଆର ଉନ୍ନତି ପାଇଁ ସଭାରେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । କହିଛନ୍ତି "ଦେବଗଡ଼, ଆଠମଲ୍ଲିକ ଷ୍ଟାଡିୟମର ରୂପରେଖ ବଦଳିବ । ଖେଳକୁ ପ୍ରାଥମିକତାର ବିଷୟ କରିବାକୁ ପଡ଼ିବ । ସମାଜ ଖେଳିଲେ ସୁସ୍ଥ ରହିବ । ଯୁଜୁମରା, ଜମନକିରାରେ ହକି ପରମ୍ପରା ରହିଛି । କବାଡ଼ିରେ ଜାତୀୟ ସ୍ତରର ଖେଳାଳି ସମ୍ବଲପୁରରୁ ବାହାରିଛନ୍ତି । ସମ୍ବଲପୁରରେ ନୂଆ ଷ୍ଟାଡିୟମ୍ କରିବା । ଯେଉଁଠି ଜାତୀୟ, ଅନ୍ତର୍ଜାତୀୟ ସ୍ତରର ଖେଳ ହେବ ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories