Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Haris Rauf / ଅସୀମ ମୁନିରଙ୍କ ଭଳି ହାରିସ୍ ରୈଫଙ୍କୁ ବି କରିଦିଅ ଫିଲ୍ଡ ମାର୍ଶାଲ...

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ଅସୀମ ମୁନିରଙ୍କ ଭଳି ହାରିସ୍ ରୈଫଙ୍କୁ ବି କରିଦିଅ ଫିଲ୍ଡ ମାର୍ଶାଲ...

Key Points

ଫାଇନାଲରେ ହାରିଗଲା ପାକିସ୍ତାନ । ଆଉ ଏହା ପରେ ହାରିସ୍ ରୈଫଙ୍କର ହେଲା ପ୍ରବଳ ଟ୍ରୋଲ୍ । କେହି କହିଲେ...

ଏସିଆ କପ୍ ଫାଇନାଲରେ ପାକିସ୍ତାନର ଶୋଚନୀୟ ପରାଜୟ । ଭାରତ ପାକିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ପାକିସ୍ତାନ ଦ୍ରୁତ ବୋଲର ହାରିସ୍ ରୈଫଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ ରହିଥିଲା । ତେବେ ଭାରତର ବିଜୟ ପରେ ଟିମ୍ ଇଣ୍ଡିଆ ବିରୁଦ୍ଧରେ ଅନାବଶ୍ୟକ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିବା ପାକିସ୍ତାନୀ ବୋଲର ହାରିସ୍ ରୈଫଙ୍କୁ ସୋସିଆଲ ମିଡିଆରେ କଡ଼ା ସମାଲୋଚନା କରାଯାଇଛି । କେବଳ ଭାରତ ନୁହେଁ ପାକସ୍ତାନୀ ଲୋକ ମଧ୍ୟ ରୈଫଙ୍କୁ ଅନଲାଇନରେ ପ୍ରବଳ ଟ୍ରୋଲ୍ କରିଛନ୍ତି ।


ଏସିଆ କପ୍ ଫାଇନାଲରେ ବିଜୟ ଲାଭ କରିବାକୁ ଭାରତକୁ ଶେଷ ଓଭରରେ ୧୦ ରନ ଆବଶ୍ୟକ ଥିଲା । ଆଉ ଶେଷ ଓଭରର ବୋଲିଂ କରିବାକୁ ଆସିଥିଲେ ହାରିସ ରୈଫ । ତେବେ ତିଲକ ବର୍ମା ରୈଫଙ୍କ ଦ୍ୱିତୀୟ ବଲରେ ଛକା ମାରି ମ୍ୟାଚ୍ ଶେଷ କରିଥିଲେ । ତେବେ ଏହି ମ୍ୟାଚରେ ହାରିସ ୩.୪ ଓଭରରେ କୌଣସି ୱିକେଟ ନ ନେଇ ୫୦ ରନ୍ ଦେଇଥିଲେ । ରୈଫଙ୍କ ଏହି ସ୍ପେଲ୍ ପାଇଁ ଭାରତ ଗୁରୁତ୍ବପୂର୍ଣ୍ଣ ମ୍ୟାଚକୁ ସହଜରେ ଜିତି ନେଇଥିଲା ।


ଅଧିକ ପଢ଼ନ୍ତୁ: ପାକିସ୍ତାନ ଟିମର ଆତଙ୍କବାଦୀ ପ୍ରେମ ! ମସୁଦ ଆଝାହାର ପରିବାରକୁ କରିବେ ଆର୍ଥିକ ସହାୟତା


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ଫାଇନାଲ ପରାଜୟ ନୁହେଁ ବରଂ ହାରିସ ରୌଫଙ୍କ ଅତୀତର ଆଚରଣ ସମାଲୋଚନାକୁ ତୀବ୍ର କରିଥିଲା । ସୁପର-୪ ପର୍ଯ୍ୟାୟରେ ସେ ଭାରତୀୟ ପ୍ରଶଂସକ ଆଡକୁ ବିମାନ ପଡ଼ିଯିବାର ଇଙ୍ଗିତ କରିଥିଲେ। ଏହି କାର୍ଯ୍ୟ ପାଇଁ ତାଙ୍କୁ ତାଙ୍କ ମ୍ୟାଚ୍ ଫି'ର ୩୦% ଜରିମାନା କରାଯାଇଥିଲା ।
ତେବେ ଫାଇନାଲରେ ତାଙ୍କର ଖରାପ ପ୍ରଦର୍ଶନ ପରେ ଲୋକମାନେ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଥିଲେ । ଭାରତ ଏବଂ ପାକିସ୍ତାନ ଉଭୟ ଦେଶର ପ୍ରଶଂସକ ତାଙ୍କୁ ତାଙ୍କ ବୋଲିଂ ଏବଂ ଔଦ୍ଧତ କାର୍ଯ୍ୟ ପାଇଁ ଟ୍ରୋଲ୍ କରିଥିଲେ ।


ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି ଯେ ହାରିସ ରୈଫଙ୍କୁ ଲାହୋର କ୍ରିକେଟ ଷ୍ଟାଡିୟମରେ ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି କରାଯାଇଛି ।
ସେହିପରି ଅନ୍ୟଜଣେ ଭାରତୀୟ ସୋସିଆଲ ମିଡିଆ ୟୁଜର୍ସ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ଫିଲ୍ଡ ମାର୍ଶାଲ ପ୍ରମୋସନ ଡ୍ରାମାକୁ ମନେ ପକାଇଥିଲେ । ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ ଏସିଆ କପ୍ ଫାଇନାଲ ପରେ ହାରିସ୍ ରୌଫଙ୍କୁ ଫିଲ୍ଡ ମାର୍ଶାଲ ପଦରେ ପଦୋନ୍ନତି ଦିଆଯିବା ଉଚିତ୍ ।


କାହିଁକି ନା ଅପରେସନ୍ ସିନ୍ଦୂର ଭାରତ ପାକିସ୍ତାନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ପାକିସ୍ତାନର ୯ଟି ଏୟାରବେସ୍ ଉପରେ ଭାରତ ଆକ୍ରମଣ କରିଥିଲା । କିନ୍ତୁ ଏତେ ସବୁ ପରେ ପାକିସ୍ତାନ ନିଜର ବିଜୟ ହୋଇଛି ବୋଲି ଡିଣ୍ଡିମ ପିଟିଥିଲା । ଏମିତିକି ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନୀରଙ୍କୁ ଫିଲ୍ଡ ମାର୍ଶାଲ ପଦରେ ପଦୋନ୍ନତି କରିଥିଲା । ଆଉ ପାକିସ୍ତାନ ଏସିଆ କପରେ ହାରିବା ପରେ ହାରିସ୍ ରୈଫଙ୍କୁ ବି ଫିଲ୍ଡ ମାର୍ଶାଲ କରିବାକୁ ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି ।

Related Topics

Explore more stories

Sponsored
Haris Rauf Trolled After Asia Cup Final Loss | Fans Say "Make Him Field Marshal" | Argus News