Womens World Cup Final / କପିଲ ଓ ଧୋନିଙ୍କ ପରେ ଇତିହାସ ରଚିବେ ହରମନ, ଆଜି ଭାରତ ଜିତିବ ତୃତୀୟ ବିଶ୍ବକପ୍ !
·8 months ago·2 min read

Key Points
ଆଜି ଇତିହାସ ରଚିବ ଭାରତ । ଭାରତ ଜିତିପାରେ ତୃତୀୟ ବିଶ୍ବକପ୍ । କପିଲ ଓ ଧୋନିଙ୍କ କ୍ଲବରେ ସାମିଲ ହେବେ ହରମନ।
୨୦୦୫ ମସିହା, ଏପ୍ରିଲ ୧୦ । ମିତାଲି ରାଜଙ୍କ ଅଧିନାୟକତ୍ୱରେ ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ୨୦୦୫ ମହିଳା ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିଲା । କିନ୍ତୁ ସେଞ୍ଚୁରିଅନ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଭାରତକୁ ଅଷ୍ଟ୍ରେଲିଆ ୯୮ ରନ୍ରେ ପରାସ୍ତ କରିଥିଲା ।
ଏହା ପରେ, ୨୩ ଜୁଲାଇ, ୨୦୧୭ ରେ ଭାରତୀୟ ଦଳ ପୁଣି ଥରେ ମିତାଲି ରାଜଙ୍କ ଅଧିନାୟକତ୍ୱରେ ଫାଇନାଲରେ ପହଞ୍ଚିଥିଲା । ଇଂଲଣ୍ଡ ବିପକ୍ଷରେ ଏହି ଫାଇନାଲ୍ ମ୍ୟାଚ୍ ଲର୍ଡସ୍ରେ ଖେଳାଯାଇଥିଲା । କିନ୍ତୁ ଏହି ମ୍ୟାଚ୍ରେ ଭାରତ ମାତ୍ର ୯ ରନ୍ରେ ପରାସ୍ତ ହୋଇଥିଲା ।
୨୦୦୫ ଏବଂ ୨୦୧୭ ପରେ ଏବେ ୨୦୨୫ରେ ପୁଣି ଥରେ ମହିଳା ବିଶ୍ବକପ୍ ଫାଇନାଲରେ ଭାରତ । ନଭି ମୁମ୍ବାଇର ଡି ଓ୍ବାଇ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍ । ଏହା ଦକ୍ଷିଣ ଆଫ୍ରିକାର ପ୍ରଥମ ବିଶ୍ୱକପ୍ ଫାଇନାଲ୍ । ଏହା ସହ ମହିଳା କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ କିମ୍ବା ଇଂଲଣ୍ଡ ଦଳ ମହିଳା ବିଶ୍ୱକପ୍ ଫାଇନାଲରେ ନାହାନ୍ତି ।
ଏପରି ପରିସ୍ଥିତିରେ ହରମନପ୍ରୀତ କୌର ଏବଂ ତାଙ୍କ ଟିମ୍ ଏହି ମ୍ୟାଚ୍କୁ ଜିତିବାକୁ ସବୁ ଚେଷ୍ଟା କରିବ । ହରମନପ୍ରୀତ ୨୦୧୭ ବିଶ୍ୱକପ୍ ଫାଇନାଲରେ ୫୧ ରନ୍ କରିଥିଲେ । ଆଉ ସେହି ପରାଜୟ ହରମନଙ୍କ ପାଇଁ ଏବେବି ଯନ୍ତ୍ରଣାଦାୟକ ରହିଛି । ଆଉ ଏବେ ହରମନଙ୍କୁ ନଭି ମୁମ୍ବାଇରେ ୧୯୮୩ ମସିହାରେ ଲର୍ଡସରେ କପିଲ ଦେବ ଏବଂ ୨୦୧୧ ମସିହାରେ ମହେନ୍ଦ୍ର ସିଂହ ଧୋନି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଯାହା କରିଥିଲେ ତାହା କରିବାର ସୁଯୋଗ ମିଳିବ ।
ଭାରତୀୟ ମହିଳା କ୍ରିକେଟକୁ ଏହି ନୂଆ ସ୍ତରକୁ ନେବାରେ ଏବଂ ଇତିହାସ ରଚିବା ପାଇଁ ହରମନ ପ୍ରୀତ କୌରଙ୍କ ପାଖରେ ଏକ ବଡ଼ ସୁଯୋଗ ଅଛି । ଯଦି ଭାରତୀୟ ଦଳ ଏହି ଟାଇଟଲ୍ ଜିତିଯାଏ ତେବେ ଏହା ଏହି ଫର୍ମାଟରେ ତାଙ୍କର ପ୍ରଥମ ବିଶ୍ବକପ୍ ହେବ । ତେଣୁ, ଭାରତୀୟ ଦଳ ଆଜି ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ ଥର ପାଇଁ ଟାଇଟଲ୍ ଜିତି ପାରିବ କି ନାହିଁ ତାହା ଦେଖିବାକୁ ବାକି ଅଛି ।
୩୬ ବର୍ଷୀୟ ହରମନଙ୍କ ପାଇଁ ଏହା ODI ଫର୍ମାଟରେ ମଧ୍ୟ ଏକ ପ୍ରମୁଖ ମାଇଲଖୁଣ୍ଟ ହେବ । କାରଣ ସେ ଏହି ଫର୍ମାଟରେ ପରବର୍ତ୍ତୀ ବିଶ୍ୱକପ ଖେଳିନପାରନ୍ତି । ତେଣୁ ହରମନଙ୍କ ପାଖରେ ଏବେ କପିଲ ଦେବ ଓ ମହେନ୍ଦ୍ର ସିଂ ଧୋନି ଯେଉଁ କାରନାମା କରିଥିଲେ ତାହା କରିବାର ଏକ ବଡ଼ ସୁଯୋଗ ରହିଛି । ODI ବିଶ୍ୱକପ୍ ଜିତିବା ପରେ, ସେ ଏହି ଦୁଇ କିମ୍ବଦନ୍ତୀଙ୍କ କ୍ଲବରେ ସାମିଲ ହେବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories