Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Bangladesh ICC Warning / ବାଂଲାଦେଶର ଅନୁରୋଧକୁ ଶୁଣିଲାନି ICC: ଏହି ଦୁଇଟି ଜାଗାରେ ଟି20 ବିଶ୍ୱକପ୍ ଖେଳିବାକୁ କଡ଼ା ଚେତାବନୀ

Ritu Das
Browse all articles by Ritu Das
·6 months ago·2 min read
ବାଂଲାଦେଶର ଅନୁରୋଧକୁ ଶୁଣିଲାନି ICC: ଏହି ଦୁଇଟି ଜାଗାରେ ଟି20 ବିଶ୍ୱକପ୍ ଖେଳିବାକୁ କଡ଼ା ଚେତାବନୀ
india

Key Points

ବାଂଲାଦେଶର ଅନୁରୋଧକୁ ଶୁଣିନି ଆଇସିସି। କହିଛି ଯଦି ଖେଳିବାର ଅଛି ତେବେ ଶ୍ରୀଲଙ୍କା ନୁହେଁ ଏହି ଦୁଇଟି ଜାଗାରେ ତୁମକୁ ଖେଳିବାକୁ ପଡ଼ିବ। 
ଭାରତରେ ଟି୨୦ବିଶ୍ୱକପ୍ ଖେଳିବନି ବାଂଲାଦେଶ । ଦୁଇ ଦେଶ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଘୋଷଣା କରିଛି ବାଂଲାଦେଶ କ୍ରିକେଟ୍ ଆସୋସିଏସନ୍ । ଏହାସହ ଭାରତରେ ଖେଳାଯାଉଥିବା ଟି୨୦ମ୍ୟାଚ୍ ର ସ୍ଥାନ ପରିବର୍ତ୍ତନ ପାଇଁ ଆଇସିସିକୁ ଅନୁରୋଧ କରିଛି ବାଂଲା ବୋର୍ଡ୍ । ସୁରକ୍ଷା କାରଣ ଦର୍ଶାଇ ଭାରତରେ ଖେଳିବାକୁ ନାରାଜ୍ ବିସିବି । କିନ୍ତୁ ବାଂଲାଦେଶର ଅନୁରୋଧକୁ ଶୁଣିନି ଆଇସିସି। କହିଛି ଯଦି ଖେଳିବାର ଅଛି ତେବେ ଶ୍ରୀଲଙ୍କା ନୁହେଁ ଏହି ଦୁଇଟି ଜାଗାରେ ତୁମକୁ ଖେଳିବାକୁ ପଡ଼ିବ। 

ଏହାସହ ପଢ଼ନ୍ତୁ: କିଏ ଏହି ନନ୍ଦିନୀ ଶର୍ମା ? ଯିଏ ଗୁଜରାଟ ବିପକ୍ଷରେ ନେଲେ ଐତିହାସିକ ହ୍ୟାଟ୍ରିକ୍‌...

ସେପେଟେ କିନ୍ତୁ ବାଂଲାଦେଶର ଅନୁରୋଧ ଆଇସିସି ଉପରେ ସେତେ ପ୍ରଭାବ ପକାଇନି । କୋଲକାତା ଏବଂ ମୁମ୍ବାଇରେ ଖେଳାଯାଯିବାକୁ ଥିବା ମୁକାବିଲାକୁ ଅନ୍ୟ ଦୁଇଟି ଭେନ୍ୟୁରେ ଖେଳିବାକୁ ଆଇସିସି କହିଛି । ଏହି ଦୁଇ ଭେନ୍ୟୁ ହେଲା ଚେନ୍ନାଇ ଏବଂ ତିରବନ୍ତପୁରମ୍ ।

ଏହାସହ ପଢ଼ନ୍ତୁ: ନିଜ ମା’ଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଆଓ୍ୱାର୍ଡ କାହିଁକି ଦିଅନ୍ତି ବୋଲି ବଡ଼ କଥା କହିଲେ କୋହଲି...

ପୂର୍ବରୁ ବିସିବି ସଭାପତି ଅମିନୁଲ୍ ଇସଲାମ୍ ଚେନ୍ନାଇରେ ଖେଳିବା ପାଇଁ ମନା କରିଦେଇଥିଲେ । ଏବେ ସେ କହିଛନ୍ତି ଯେ, ବିଶ୍ୱକପ୍ ବାବଦରେ ସେ ଏକା ନିଷ୍ପତ୍ତି ନେଇପାରିବେ ନାହିଁ । ସରକାରଙ୍କ ସହ ଏବିଷୟରେ ଆଲୋଚନା ହେବ । କିନ୍ତୁ ସେ ଭାରତରେ ଖେଳିବା ପାଇଁ କେବେ ହେଲେ ରାଜି ହେବେ ନାହିଁ । ଅନ୍ୟ ଦିଗରେ ବାଂଲାଦେଶ ସରକାର ଭାରତ ସହ ବିଶ୍ୱକପ୍ ବାବଦରେ ସିଧାସଳଖ କଥା ହେବାକୁ ଚାହୁଁଛନ୍ତି । ତେବେ ବାଂଲାଦେଶ ଅମ୍ପାୟାର ସରଫଦୌଲା ସୈକତଙ୍କୁ ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଦେଖିବାକୁ ମିଳିଥିଲା । ଟି୨୦ବିଶ୍ୱକପରେ ସେ ଅମ୍ପାୟାରିଂ କରିବେ। ଆଇସିସି ଏହାଦ୍ୱାରା ଭାରତରେ କୌଣସି ବିପଦ ନଥିବା ପ୍ରମାଣ କରିବାକୁ ଚାହୁଁଛି ।

ସୂଚନାଯୋଗ୍ୟ, ଆଉ ମାତ୍ର ୩ସପ୍ତାହ ପରେ ଟି୨୦ବିଶ୍ୱକପ୍ ଆରମ୍ଭ ହେବ । ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ ଖେଳାଳି ଏବଂ ଟିମ୍ ଭାରତରେ ପହଁଚିବେ । କିନ୍ତୁ ଏହାପୂର୍ବରୁ କ୍ରିକେଟକୁ ନେଇ ଭାରତ ଏବଂ ବାଂଲାର ବିବାଦ ତୁଟାଇବାକୁ ଆଇସିସି ଅଧିକାରୀ ଲାଗିପଡିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ICC Rejects Bangladesh Request, Warns on Two T20 World Cup Venues | Argus News