Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ICC ODI Ranking / ICC ଜାରି କଲା ନୂଆ ରାଙ୍କିଂ, ଟପ୍‌-୫ରେ ଏଣ୍ଟ୍ରି କଲେ ବିରାଟ କୋହଲି

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ICC ଜାରି କଲା ନୂଆ ରାଙ୍କିଂ, ଟପ୍‌-୫ରେ ଏଣ୍ଟ୍ରି କଲେ ବିରାଟ କୋହଲି

Key Points

ଆଇସିସି ଜାରି କଲା ନୂଆ ରାଙ୍କିଂ । ବ୍ୟାଟ୍ସମ୍ୟାନ୍‌ ତାଲିକାରେ ଉଠିଲେ ବିରାଟ କୋହଲି, ଖସିଲେ ବାବର । ରୋହିତ ଶର୍ମା ନମ୍ବର-୧ ।
ଆଇସିସି ଜାରି କରିଛି ନୂଆ ରାଙ୍କିଂ । ୧୨ ନଭେମ୍ବର ୨୦୨୫ରେ ଆଇସିସି ଜାରି କରିଥିବା ନୂଆ ରାଙ୍କିଂରେ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି । ବ୍ୟାଟ୍ସମ୍ୟାନ୍‌ ରାଙ୍କିଂରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଏହି ତାଲିକାର ଟପ୍‌-୫ରେ ଏଣ୍ଟ୍ରି ମାରିଛନ୍ତି ବିରାଟ କୋହଲି । ସେହିପରି ପାକିସ୍ତାନ ଟିମ୍‌ର ପୂର୍ବତନ ଅଧିନାୟକ ବାବର ଆଜମଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି । ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ୍‌ ତାଲିକାରେ ଦୁଇଟି ସ୍ଥାନ ତଳକୁ ଖସି ବାବର ଏବେ ସପ୍ତମ ସ୍ଥାନରେ ରହିଛନ୍ତି ।

ରୋହିତ ଶର୍ମା ୭୮୧ ରେଟିଂ ପଏଣ୍ଟ ସହ ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ୍‌ ତାଲିକାରେ ନମ୍ବର-୧ ସ୍ଥାନରେ ରହିଛନ୍ତି । ଗତ ମାସରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ୭୩ ରନ୍‌ ଓ ତୃତୀୟ ଦିନିକିଆରେ ଅପରାଜିତ ୧୨୧ ରନ୍‌ କରିଥିଲେ । ତେବେ ଏହି ତାଲିକାର ଶୀର୍ଷ ଚାରି ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ୍‌ ରାଙ୍କିଂର ଚତୁର୍ଥ ସ୍ଥାନରେ ଟିମ୍ ଇଣ୍ଡିଆର ଅଧିନାୟକ ଶୁବମନ ଗିଲ୍‌ ଅଛନ୍ତି । ଗିଲଙ୍କ ରେଟିଂ ପଏଣ୍ଟ ୭୪୫ ରହିଛି ।

ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ODIରେ ଶୂନ୍ୟରେ ଆଉଟ ହୋଇଥିଲେ । କିନ୍ତୁ ତୃତୀୟ ମ୍ୟାଚରେ ସେ ୭୪ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ତେବେ ଏହି ଇନିଂସ ଫଳରେ ବିରାଟଙ୍କ ରାଙ୍କିଂରେ ଉନ୍ନତି ହୋଇନି । ବରଂ ବାବର ଆଜମଙ୍କ ଫ୍ଲପ୍‌ ପ୍ରଦର୍ଶନ ପାଇଁ ବିରାଟ କୋହଲି ଟପ୍‌-୫ରେ ପହଞ୍ଚିଛନ୍ତି ।
ଗତ ସପ୍ତାହରେ, ବାବର ଆଜମ ତିନୋଟି ODI ଖେଳିଥିଲେ। ସେ ନଭେମ୍ବର ୬ ଏବଂ ୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଯଥାକ୍ରମେ ୧୧ ଏବଂ ୨୭ ରନ୍ କରି ଆଉଟ୍ ହୋଇଥିଲେ। ନଭେମ୍ବର ୧୧ରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆରେ ୨୯ ରନ୍ କରିବା ପରେ ବାବର ଆଜମ ଶ୍ରେଷ୍ଠ ପାଞ୍ଚରୁ ବାଦ ପଡ଼ିଥିଲେ । ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଂରେ ବାବର ୫ମ ସ୍ଥାନରୁ ୭ମ ସ୍ଥାନକୁ ଖସି ଆସିଛନ୍ତି ।

ICC ରାଙ୍କିଂରେ ଶ୍ରେଷ୍ଠ ୧୦ ODI ବ୍ୟାଟ୍ସମ୍ୟାନ୍

ରୋହିତ ଶର୍ମା (ଭାରତ) - ୭୮୧
ଇବ୍ରାହିମ୍ ଜାଦ୍ରାନ୍ (ଆଫଗାନିସ୍ତାନ) - ୭୬୪
ଡାରିଲ୍ ମିଚେଲ୍ (ନ୍ୟୁଜିଲାଣ୍ଡ) - ୭୪୬
ଶୁବମନ ଗିଲ୍ (ଭାରତ) - ୭୪୫
ବିରାଟ କୋହଲି (ଭାରତ) - ୭୨୫
ଚାରିଥ୍ ଅସଲାଙ୍କା (ଶ୍ରୀଲଙ୍କା) - 710
ବାବର ଆଜମ (ପାକିସ୍ତାନ) - ୭୦୯
ହ୍ୟାରି ଟେକ୍ଟର (ଆୟର୍ଲାଣ୍ଡ) - ୭୦୮
ଶ୍ରେୟସ୍ ଆୟର (ଭାରତ) - ୭୦୦
ଶାଇ ହୋପ୍ (ୱେଷ୍ଟଇଣ୍ଡିଜ୍) - ୬୯୦

ସେହିପରି ଅଭିଷେକ ଶର୍ମା ICC T-20 ବ୍ୟାଟିଂ ରାଙ୍କିଂରେ ତାଙ୍କର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ତେବେ ତିଲକ ବର୍ମା ଏହି ତାଲିକାରେ ଦୁଇ ସ୍ଥାନ ଖସି ତୃତୀୟରୁ ପଞ୍ଚମ ସ୍ଥାନକୁ ଖସିଛନ୍ତି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା T-20 ଅଲରାଉଣ୍ଡର ରାଙ୍କିଂରେ ଚତୁର୍ଥରୁ ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored