ICC World Cup / ICC ଜାରି କଲା ବିଶ୍ବକପ୍ କାର୍ଯ୍ୟସୂଚୀ, ଗୋଟିଏ ଗ୍ରୁପ୍ରେ ନାହାନ୍ତି ଭାରତ-ପାକିସ୍ତାନ
·4 months ago·2 min read

Key Points
ବିଶ୍ବକପ୍ ପାଇଁ ଜାରି ହେଲା କାର୍ଯ୍ୟସୂଚୀ । ଗୋଟିଏ ଗ୍ରୁପ୍ରେ ନାହାନ୍ତି ଭାରତ-ପାକିସ୍ତାନ । ଜାଣନ୍ତୁ ଭାରତର କାର୍ଯ୍ୟସୂଚୀ।
୨୦୨୬ ଜାନୁଆରୀ ମାସରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଅଣ୍ଡର-୧୯ ବିଶ୍ବକପ୍ । ଜାନୁଆରୀ ୧୫ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଫେବ୍ରୁଆରୀ ୬ରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ନାମ୍ବିଆ ଓ ଜିମ୍ବାଓ୍ବେରେ ଅନୁଷ୍ଠିତ ହେବ । ମୋଟ୍ ୧୬ଟି ଦଳକୁ ୪ଟି ଗ୍ରୁପ୍ରେ ବିଭକ୍ତି କରାଯାଇଛି ।
ଏଥିପାଇଁ ICC କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । କିନ୍ତୁ ଏହି କାର୍ଯ୍ୟସୂଚୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଜାନୁଆରୀ-ଫେବ୍ରୁଆରୀରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଏବଂ ପାକିସ୍ତାନକୁ ପୃଥକ ପୃଥକ ଗ୍ରୁପ୍ରେ ରଖାଯାଇଛି । ତେବେ ବିଶ୍ବକପ୍ରେ ଭାରତ-ପାକିସ୍ତାନକୁ ଅଲଗା ଅଲଗା ଗ୍ରୁପ୍ରେ ରଖିବା କ୍ରିକେଟ୍ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।
ଅପରେସନ୍ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅଧିକ ତିକ୍ତ ହୋଇଛି । ଦୁଇ ଦେଶ ମଧ୍ୟରେ କୌଣସି ମ୍ୟାଚ୍ ନ କରିବା ପାଇଁ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥିଲା । କିନ୍ତୁ ୨୦୨୫ ପୁରୁଷ ଏସିଆ କପ୍ ଏବଂ ମହିଳା ଦିନିକିଆ ବିଶ୍ବକପ୍ରେ ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପ୍ରେ ରହିଥିଲେ । ଆଉ ଏହି ଦୁଇ ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା । କିନ୍ତୁ ୧୯ ବର୍ଷରୁ କମ୍ ସ୍ତରରେ ଆଇସିସି ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛି । ଦୁଇ ଦଳକୁ ପୃଥକ ପୃଥକ ଗ୍ରୁପ୍ରେ ରଖିଛି ।
ସୂଚନା ଅନୁସାରେ ଗତ ଦୁଇଟି ଅଣ୍ଡର-୧୯ ବିଶ୍ବକପ୍ରେ ଦୁଇ ଦଳ ସମାନ ଗ୍ରୁପ୍ରେ ନଥିଲେ ଏବଂ ଭାରତ-ପାକିସ୍ତାନ ମଧ୍ୟରେ କୌଣସ ମ୍ୟାଚ୍ ଖେଳାଯାଇଥିଲା । ଏଥର ମଧ୍ୟ ଗ୍ରୁପ୍ ପର୍ଯ୍ୟାୟରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ମଧ୍ୟରେ କୌଣସି ମୁକାବିଲା ହେବ ନାହିଁ । କିନ୍ତୁ ସୁପର-୬, ସେମିଫାଇନାଲ କିମ୍ବା ଫାଇନାଲରେ ଭାରତ-ପାକିସ୍ତାନ ମୁକାବିଲା ସମ୍ଭବ ।
ଗ୍ରୁପ୍ A
* ଭାରତ
* ନ୍ୟୁଜିଲ୍ୟାଣ୍ଡ
* ବାଂଲାଦେଶ
* ଆମେରିକା
ସର୍ବାଧିକ ଥର ପାଞ୍ଚ ଥର ଅଣ୍ଡର-୧୯ ଟାଇଟଲ୍ ଜିତିଥିବା ଭାରତ ଜାନୁଆରୀ ୧୫ରେ ବୁଲାୱାୟୋରେ ଆମେରିକା ବିପକ୍ଷରେ ଏହାର ଅଭିଯାନ ଆରମ୍ଭ କରିବ।
ଗ୍ରୁପ୍ B
* ପାକିସ୍ତାନ
* ଜିମ୍ବାୱେ (ଆୟୋଜକ)
* ଇଂଲଣ୍ଡ
* ସ୍କଟଲ୍ୟାଣ୍ଡ
ଗ୍ରୁପ୍ C
* ଅଷ୍ଟ୍ରେଲିଆ
* ଆୟର୍ଲାଣ୍ଡ
* ଜାପାନ
* ଶ୍ରୀଲଙ୍କା
ଗ୍ରୁପ୍ D
* ତାଞ୍ଜାନିଆ
* ୱେଷ୍ଟଇଣ୍ଡିଜ୍
* ଆଫଗାନିସ୍ତାନ
* ଦକ୍ଷିଣ ଆଫ୍ରିକା
ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ
୧୫ ଜାନୁଆରୀ – ଭାରତ ବନାମ ଆମେରିକା
୧୭ ଜାନୁଆରୀ – ଭାରତ ବନାମ ବାଂଲାଦେଶ
୨୪ ଜାନୁଆରୀ – ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ

Full schedule for the ICC Men’s #U19WorldCup 2026 is out now 🤩
— ICC (@ICC) November 19, 2025
More ✍️: https://t.co/34jVN6Vx73 pic.twitter.com/ThoLx21gnJ
ଅପରେସନ୍ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅଧିକ ତିକ୍ତ ହୋଇଛି । ଦୁଇ ଦେଶ ମଧ୍ୟରେ କୌଣସି ମ୍ୟାଚ୍ ନ କରିବା ପାଇଁ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥିଲା । କିନ୍ତୁ ୨୦୨୫ ପୁରୁଷ ଏସିଆ କପ୍ ଏବଂ ମହିଳା ଦିନିକିଆ ବିଶ୍ବକପ୍ରେ ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପ୍ରେ ରହିଥିଲେ । ଆଉ ଏହି ଦୁଇ ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା । କିନ୍ତୁ ୧୯ ବର୍ଷରୁ କମ୍ ସ୍ତରରେ ଆଇସିସି ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛି । ଦୁଇ ଦଳକୁ ପୃଥକ ପୃଥକ ଗ୍ରୁପ୍ରେ ରଖିଛି ।
ସୂଚନା ଅନୁସାରେ ଗତ ଦୁଇଟି ଅଣ୍ଡର-୧୯ ବିଶ୍ବକପ୍ରେ ଦୁଇ ଦଳ ସମାନ ଗ୍ରୁପ୍ରେ ନଥିଲେ ଏବଂ ଭାରତ-ପାକିସ୍ତାନ ମଧ୍ୟରେ କୌଣସ ମ୍ୟାଚ୍ ଖେଳାଯାଇଥିଲା । ଏଥର ମଧ୍ୟ ଗ୍ରୁପ୍ ପର୍ଯ୍ୟାୟରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ମଧ୍ୟରେ କୌଣସି ମୁକାବିଲା ହେବ ନାହିଁ । କିନ୍ତୁ ସୁପର-୬, ସେମିଫାଇନାଲ କିମ୍ବା ଫାଇନାଲରେ ଭାରତ-ପାକିସ୍ତାନ ମୁକାବିଲା ସମ୍ଭବ ।
ଗ୍ରୁପ୍ A
* ଭାରତ
* ନ୍ୟୁଜିଲ୍ୟାଣ୍ଡ
* ବାଂଲାଦେଶ
* ଆମେରିକା
ସର୍ବାଧିକ ଥର ପାଞ୍ଚ ଥର ଅଣ୍ଡର-୧୯ ଟାଇଟଲ୍ ଜିତିଥିବା ଭାରତ ଜାନୁଆରୀ ୧୫ରେ ବୁଲାୱାୟୋରେ ଆମେରିକା ବିପକ୍ଷରେ ଏହାର ଅଭିଯାନ ଆରମ୍ଭ କରିବ।
ଗ୍ରୁପ୍ B
* ପାକିସ୍ତାନ
* ଜିମ୍ବାୱେ (ଆୟୋଜକ)
* ଇଂଲଣ୍ଡ
* ସ୍କଟଲ୍ୟାଣ୍ଡ
ଗ୍ରୁପ୍ C
* ଅଷ୍ଟ୍ରେଲିଆ
* ଆୟର୍ଲାଣ୍ଡ
* ଜାପାନ
* ଶ୍ରୀଲଙ୍କା
ଗ୍ରୁପ୍ D
* ତାଞ୍ଜାନିଆ
* ୱେଷ୍ଟଇଣ୍ଡିଜ୍
* ଆଫଗାନିସ୍ତାନ
* ଦକ୍ଷିଣ ଆଫ୍ରିକା
ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ
୧୫ ଜାନୁଆରୀ – ଭାରତ ବନାମ ଆମେରିକା
୧୭ ଜାନୁଆରୀ – ଭାରତ ବନାମ ବାଂଲାଦେଶ
୨୪ ଜାନୁଆରୀ – ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories