Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Rohit / ପର୍ଥରେ ହେଲା ଅନର୍ଥ, ପ୍ରଥମ ଦିନିକିଆରେ ଫେଲ୍‌ ମାରିଲେ ରୋ-କୋ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ପର୍ଥରେ ହେଲା ଅନର୍ଥ, ପ୍ରଥମ ଦିନିକିଆରେ ଫେଲ୍‌ ମାରିଲେ ରୋ-କୋ

Key Points

ପ୍ରଥମ ଦିନିକିଆରେ ଫେଲ୍‌ ମାରିଲେ ରୋ-କୋ । ଜଣେ ଶୂନ୍ୟ ଓ ଜଣେ ଆଠରେ ହେଲେ ଆଉଟ୍ । ସୋସିଆଲ ମିଡିଆରେ ହେଲେ ଟ୍ରୋଲ୍ । 
ଆଜିଠୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍ । ଏହି ୩ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପର୍ଥରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ତେବେ ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ଥିଲା । କାହିଁକି ନା ଉଭୟ ବ୍ୟାଟ୍ସମ୍ୟାନ୍ ଚାମ୍ପିଆନ୍ସ ଟ୍ରଫି ଫାଇନାଲ ପରେ ପ୍ରଥମ ଥର ଟିମ୍ ଇଣ୍ଡିଆ ଜର୍ସିରେ ନଜର ଆସିଥିଲେ । କିନ୍ତୁ ପର୍ଥ ପରୀକ୍ଷାରେ ଉଭୟ ରୋହିତ ଶର୍ମା ଓ ବିରାଟ କୋହଲି ଫେଲ୍‌ ହୋଇଥିଲେ ।

ମେଘୁଆ ପାଗ ପାଇଁ ଆଜି ଆରମ୍ଭରୁ ବ୍ୟାଟିଂ କରିବାକୁ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଂଗର୍ଷ କରୁଥିବାର ଦେଖିବାକୁ ମିଳିଥିଲା । ଦୁଇ ଓପନର ରୋହିତ ଓ ଗିଲ୍‌ଙ୍କୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବାରମ୍ବାର ଅଡ଼ୁଆରେ ପକାଉଥିଲେ । ଶେଷରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଅଧିକ ସମୟ ତିଷ୍ଠି ପାରିଲେନି ହିଟ୍‌ ମ୍ୟାନ୍ । ସେ ବଲ୍ ଖେଳି ମାତ୍ର ୮ ରନ୍ କରିଥିଲେ । ରୋହିତଙ୍କୁ ଜୋସ୍‌ ହେଜେଲଉଡ୍‌ ଆଉଟ କରି ପ୍ୟାଭିଲିୟନ୍ ପଠାଇଥିଲେ ।

ଅଧିକ ପଢ଼ନ୍ତୁ: କ୍ରିକେଟରେ ଏଣ୍ଟ୍ରି ହେଲା ନୂଆ ଫର୍ମାଟ, ଜାଣନ୍ତୁ କ'ଣ ଏହି 'ଟେଷ୍ଟ-୨୦'


ସେହିପରି ପର୍ଥରେ ନିଜ ଖାତା ଖୋଲିପାରିନଥିଲେ ବିରାଟ କୋହଲି । ସେ ପ୍ରଥମ ଦିନିକିଆରେ ଆଠଟି ବଲ୍‌ ଖେଳିଥିଲେ ବି କୌଣସି ସ୍କୋର କରିପାରିନଥିଲେ । ସପ୍ତମ ଓଭରରେ ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ଆଉଟ ହୋଇଥିଲେ । ବିରାଟ ଆଉଟ ହେବା ସହ ଲକ୍ଷ ଲକ୍ଷ ଭାରତୀୟ ପ୍ରଶଂସକଙ୍କୁ ହୃଦୟ ଭାଙ୍ଗି ଯାଇଥିଲା । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଏକ ଦିନିକିଆ ମ୍ୟାଚ୍‌ରେ ବିରାଟ କୋହଲି ଶୂନ୍ୟରେ ଆଉଟ୍ ହୋଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ ୫୧ ମ୍ୟାଚ୍‌ରେ ଆଠଟି ଶତକ ହାସଲ କରିଥିବା ବିରାଟ ନିଜର ଖାତା ଖୋଲିପାରି ନଥିଲେ ।

ଅଷ୍ଟ୍ରେଲିଆରେ ରୋହିତଙ୍କ ରେକର୍ଡ

ଅଷ୍ଟ୍ରେଲିଆ ମାଟିରେ ରୋହିତ ଶର୍ମାଙ୍କର ଦମଦାର ରେକର୍ଡ ରହିଛି । ସେ ଦୀର୍ଘ ସମୟ ଧରି ଅଷ୍ଟ୍ରେଲିଆ ମାଟିରେ ସଫଳ ପ୍ରମାଣିତ ହୋଇଛନ୍ତି । ସେ ଅଷ୍ଟ୍ରେଲିଆରେ ଏକଦିବସୀୟ ମ୍ୟାଚ୍‌ରେ ୫୩ ରୁ ଅଧିକ ହାରରେ ୧୩୦୦ରୁ ଅଧିକ ରନ୍ କରିଛନ୍ତି ।

ସେହିପରି ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଅଷ୍ଟ୍ରେଲିଆ ମାଟିରେ ଚମତ୍କାର ରହିଛି । ସେ ଅଷ୍ଟ୍ରେଲିଆ ପିଚ୍‌ରେ ୨୯ଟି ଦିନିକିଆ ମ୍ୟାଚ୍‌ ଖେଳି ପାଞ୍ଚଟି ଶତକ ସହିତ ୧୩୨୭ ରନ୍ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IND vs AUS 1st ODI: Kohli Ducks, Rohit Falls Early in Perth | Argus News